Advertisment

'କାମ ସରିଲେ ଘର ଆଡ଼େ ଆସ...'

ବିମାନବନ୍ଦରରେ CISF ସବ୍-ଇନସ୍ପେକ୍ଟରଙ୍କୁ ଶକ୍ତ ଚାପୁଡ଼ା ମାରିଛନ୍ତି ସ୍ପାଇସଜେଟ ବିମାନର ମହିଳା କର୍ମଚାରୀ।

author-image
Debibandita Barick
ଅଦ୍ୟତନ ହୋଇଛି
SpiceJet Spicejet Employee Slap CISF

SpiceJet Spicejet Employee Slap CISF

ରାଜସ୍ଥାନ ଜୟପୁର ବିମାନବନ୍ଦରରେ ଏକ ସାଙ୍ଘାତିକ ମାମଲା ସାମ୍ନାକୁ ଆସିଛି। ସ୍ପାଇସଜେଟ୍ ଏୟାରଲାଇନ୍ସର ଜଣେ ମହିଳା କର୍ମଚାରୀ ଜୟପୁର ବିମାନବନ୍ଦରରେ ନିୟୋଜିତ ଥିବା ଜଣେ CISF ପୁଲିସଙ୍କୁ ସର୍ବ ସମ୍ମୁଖରେ ଶକ୍ତ ଚାପୁଡ଼ା ମାରିଛନ୍ତି।

Advertisment

ଏହି ଭିଡ଼ଓ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓ ଅନୁସାରେ, CISF ପୁଲିସ ଏବଂ ସ୍ପାଇସଜେଟ୍ ବିମାନର ଜଣେ ମହିଳା କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା, ଏହି ସମୟରେ ମହିଳା ଜଣକ ପୁଲିସକୁ ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି। ସେଠାରେ ଅନ୍ୟମାନେ ଉପସ୍ଥିତ ଥିଲେ ମଧ୍ୟ କେହି କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ।

CISF ସୂଚନାନୁସାରେ, ସ୍ପାଇସଜେଟର ମହିଳା କର୍ମଚାରୀ ଅନୁରାଧା ରାଣୀ ଏବଂ ଅନ୍ୟ କ୍ରୁ ସଦସ୍ୟ ଭୋଅର 4ଟା ସମୟରେ ବିମାନବନ୍ଦରର ଏକ ଫାଟକ ଦେଇ ପ୍ରବେଶ କରୁଥିଲେ। ଏହି ସମୟରେ CISF ସବ୍-ଇନସ୍ପେକ୍ଟର ଗିରିଜା ପ୍ରସାଦ ଉକ୍ତ ଗେଟ୍ ଦେଇ ପ୍ରବେଶ କରିବା ପାଇଁ ଅନୁମତି ନଥିବା କହି ସେମାନଙ୍କୁ ଅଟକାଇଥିଲେ। ଏହାକୁ ନେଇ ଅନୁରାଧା ଏବଂ ଗିରିଜା ପ୍ରସାଦଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

Advertisment

ଯୁକ୍ତିତର୍କ ବେଳେ ଅନୁରାଧା କ୍ରୋଧିତ ହୋଇ ଗିରିଜା ପ୍ରସାଦଙ୍କୁ ଚାପୁଡ଼ା ମାରିଥିଲେ। ସକାଳେ ବିମାନବନ୍ଦରରେ କୌଣସି ମହିଳା କର୍ମଚାରୀ ନିୟୋଜିତ ନଥିବାରୁ, ଯାଞ୍ଚ ପାଇଁ ପୁରୁଷ କର୍ମଚାରୀ ନିୟୋଜିତ ଥିଲେ ବୋଲି CISF ପକ୍ଷରୁ କୁହାଯାଇଛି।

ସେପଟେ ସ୍ପାଇସଜେଟ୍ ପକ୍ଷରୁ ମହିଳା କର୍ମଚାରୀଙ୍କୁ ପୂର୍ଣ୍ଣ ସମର୍ଥନ ଦିଆଯାଇଛି। ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି ଯେ, ଅନୁରାଧାଙ୍କ ପାଖରେ ଭାରତର ବେସାମରିକ ବିମାନ ଚଳାଚଳ ସୁରକ୍ଷା ନିୟାମକ ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (BCAS) ଦ୍ୱାରା ଜାରି ବୈଧ ବିମାନବନ୍ଦର ପ୍ରବେଶ ପାସ୍ ଥିଲା। ତଥାପି ସିଆଇଏଲଏଫ୍ ପୁଲିସ ତାଙ୍କୁ ଅଟକାଇଥିଲେ। 

ସଙ୍ଗୀନ ଅଭିଯୋଗ ଆଣି ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି, ଯୁକ୍ତିତର୍କ ସମୟରେ ସବ୍-ଇନସ୍ପେକ୍ଟର ଗିରିଜା ପ୍ରସାଦ ଅଗ୍ରହଣୀୟ ଶବ୍ଦ ପ୍ରୟୋଗ କରିଥିଲେ। ଡ୍ୟୁଟି ସରିବା ପରେ ଘରେ ଆସି ଭେଟିବାକୁ କହିଥିଲେ ଗିରିଜା ପ୍ରସାଦ। ଏହା ଆଦୌ ଗ୍ରହଣନୀୟ ନୁହେଁ। ଆମେ ଆମ କର୍ମଚାରୀଙ୍କ ସହ ଅଛୁ ବୋଲି ସ୍ପାଇସଜେଟ୍ ମୁଖପାତ୍ର କହିଛନ୍ତି।

ପୁଲିସ ମହିଳା କର୍ମଚାରୀ ବିରୁଦ୍ଧରେ ଏକାଧିକ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି। 

Cisf Spicejet