Advertisment

ଦାମୀ ବ୍ୟାଗକୁ ନେଇ ବିବାଦ ପରେ ମୁହଁ ଖୋଲିଲେ ଜୟା କିଶୋରୀ

ଜୟା କିଶୋରୀ ଗୋଟିଏ ଏୟାରପୋର୍ଟରେ ଡାୟର୍ ବ୍ୟାଗ (Dior Bag) ଧରି ଯାଉଥିବା ଭିଡିଓ ଓ ଫଟୋ ସାମ୍ନାକୁ ଆସିଥିଲା। ଏହାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିବା ପରେ ସମସ୍ତେ ତାଙ୍କୁ ସମାଲୋଚନା କରିଥିଲେ।

jaya kishori

jaya kishori

Advertisment

ଦୁଇ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଗ ଧରି ସମାଜିକ ଗଣମାଧ୍ୟମରେ ସମାଲୋଚନାର ଶିକାର ହୋଇଥିବା ଆଧ୍ୟାତ୍ମିକ ପ୍ରବଚକ ଜୟା କିଶୋରୀ ମୁହଁ ଖୋଲିଛନ୍ତି। ସେ ବିବାଦ ଉପରେ ପ୍ରତିକ୍ରିୟା ରଖି ବଡ଼ କଥା କହିଛନ୍ତି।

Advertisment

ଜୟା କିଶୋରୀ ଗୋଟିଏ ଏୟାରପୋର୍ଟରେ ଡାୟର୍ ବ୍ୟାଗ (Dior Bag) ଧରି ଯାଉଥିବା ଭିଡିଓ ଓ ଫଟୋ ସାମ୍ନାକୁ ଆସିଥିଲା। ଏହାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିବା ପରେ ସମସ୍ତେ ତାଙ୍କୁ ସମାଲୋଚନା କରିଥିଲେ।

ଏହା ଉପରେ ୨୯ ବର୍ଷୀୟ ପ୍ରବଚକ କହିଛନ୍ତି, “ମୁଁ ପ୍ରଥମ ଦିନକୁ ସ୍ପଷ୍ଟ କରିଛି ଯେ ମୁଁ କୌଣସି ସନ୍ଥ, ସାଧୁ କିମ୍ବା ସାଧ୍ୱୀ ନୁହେଁ। ମୁଁ ଜଣେ ସାଧାରଣ ଝିଅ। ମୁଁ ଗୋଟିଏ ସାଧାରଣ ଘରେ ରୁହେ। ମୁଁ ମୋ ପରିବାର ଲୋକଙ୍କ ସହ ଚଳେ। ମୁଁ ସମାନ କଥା ଯୁବଗୋଷ୍ଠୀଙ୍କୁ ମଧ୍ୟ କହିଛି। ସମସ୍ତେ କଠିନ ପରିଶ୍ରମ କରନ୍ତୁ, ଟଙ୍କା କମାନ୍ତୁ, ନିଜକୁ ଓ ନିଜ ପରିବାର ଲୋକଙ୍କୁ ଭଲ ଜୀବନ ଭେଟି ଦିଅନ୍ତୁ। ଏଥିସହ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଲାଗି ପଡ଼ନ୍ତୁ।”

Advertisment

ଯଦିଓ ଡାୟର୍ ବୁକ ଟୋଟେ ଅତ୍ୟନ୍ତ ଦାମୀ, ତେବେ ଏହା ଏକ କଷ୍ଟମାଇଜଡ ସାମଗ୍ରୀ ବୋଲି ଜୟା କିଶୋରୀ କହିଛନ୍ତି। ଏଥିସହ ବ୍ୟାଗରେ କୌଣସି ପ୍ରକାରର ଚମଡ଼ାର ବ୍ୟବହାର ହୋଇ ନଥିବା ମଧ୍ୟ ସେ ଦାବି କରିଛନ୍ତି।

ଜୟା କହିଛନ୍ତି, “ ଏହି ବ୍ୟାଗଟି ଗୋଟିଏ କଷ୍ଟମାଇଜଡ ବ୍ୟାଗ। ଏଥିରେ ଚମଡ଼ା କୌଣସି ପ୍ରକାରରେ ବ୍ୟବହାର ହୋଇନି। କଷ୍ଟମାଇଜଡର ଅର୍ଥ ଆପଣ ଏହାକୁ ନିଜ ଇଚ୍ଛାରେ ତିଆରି କରିପାରିବେ। ଏହି କାରଣ ପାଇଁ ବ୍ୟାଗରେ ମୋ ନାଁ ରହିଛି। ମୁଁ କେବେ ହେଲେ ଚମଡ଼ାର ବ୍ୟବହାର କରି ନାହିଁ କିମ୍ବା ଆଗକୁ ମଧ୍ୟ କରିବି ନାହିଁ।

ଯେଉଁମାନେ ମୋ କଥା(ପ୍ରବଚନ କାର୍ଯ୍ୟକ୍ରମ)କୁ ଆସିଛନ୍ତି, ସେମାନେ ଭଲ ଭାବେ ଜାଣିଛନ୍ତି ଯେ ମୁଁ କେବେ ହେଲେ ସବୁ କିଛି ମୋହ ମାୟା ବୋଲି କହି ନାହିଁ। ଟଙ୍କା ଆୟ କରନ୍ତୁ ନାହିଁ ଓ ସବୁ କିଛି ପରତ୍ୟାଗ କରି ଦିଅନ୍ତୁ ବୋଲି ମୁଁ କାହାକୁ କହି ନାହିଁ। ମୁଁ କେମିତି ଏକଥା କରିବାକୁ କହିବି?”

Jaya Kishori Spiritual Preacher Jaya Kishori
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe