Advertisment

ମଣିପୁର ହିଂସା: ‘୧୮ଶହ ଘଣ୍ଟାର ନୀରବତା ପରେ ୩୦ ସେକେଣ୍ଡ କହିଲେ ପ୍ରଧାନମନ୍ତ୍ରୀ ମୋଦି’

ଏବେ ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ବିରୋଧୀ ବିଜେପିର ଡବଲ ଇଞ୍ଜିନ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଛନ୍ତି। ସଂସଦ ଅଧିବେଶନର ପ୍ରଥମଦିନରେ ମଧ୍ୟ ଉଭୟ ଗୃହରେ ମଣିପୁର ତାତି ଦେଖିବାକୁ ମିଳିଛି।

PM Modi

PM Modi

Advertisment

ମଣିପୁରରେ ୨ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମେ’ ୩ରୁ ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିବା ବେଳେ ଏଯାଏ ଏହା ଥମିନି।

Advertisment

ଏବେ ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ବିରୋଧୀ ବିଜେପିର ଡବଲ ଇଞ୍ଜିନ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଛନ୍ତି। ସଂସଦ ଅଧିବେଶନର ପ୍ରଥମଦିନରେ ମଧ୍ୟ ଉଭୟ ଗୃହରେ ମଣିପୁର ତାତି ଦେଖିବାକୁ ମିଳିଛି।

ମେ’୩ରୁ ମଣିପୁର ହିଂସାକୁ ନେଇ ଚୁପ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିନ୍ତୁ ଆଜି ସଂସଦ ବାହାରେ ଭାଇରାଲ ଭିଡିଓକୁ ନେଇ ମୁହଁ ଖୋଲିଛନ୍ତି। ସେ ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମଣିପୁର ସମ୍ପର୍କରେ ମୋଦିଙ୍କ ବୟାନକୁ ନେଇ କଂଗ୍ରେସ ତାଙ୍କୁ ପୁଣି ଟାର୍ଗେଟ କରିଛି।

Advertisment

ପ୍ରଧାନମନ୍ତ୍ରୀ ମୋଦି ମଣିପୁର ହିଂସା ସମ୍ପର୍କରେ ୧୮୦୦ ଘଣ୍ଟା ଚୁପ ରହିବା ପରେ ଏବେ ମାତ୍ର ୩୦ ସେକେଣ୍ଡର ପ୍ରତିକ୍ରିୟା ଦେଇଛନ୍ତି। ଏପରି ବୟାନ ଖୁବ ଛୋଟ ଓ ଖୁବ ବିଳମ୍ବରେ ଆସିଛି। ଏପରି ଶବ୍ଦ କୌଣସି କାମକୁ ନୁହେଁ ବୋଲି କଂଗ୍ରେସ କହିଛି।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, “୧୮୦୦ରୁ ଅଧିକ ଘଣ୍ଟାର ଅଚିନ୍ତା ଓ ଅବିଶ୍ୱସନୀୟ ନୀରବତା ପରେ ପ୍ରଧାନମନ୍ତ୍ରୀ ଶେଷରେ ମଣିପୁର ସମ୍ପର୍କରେ ମୋଟ ୩୦ ସେକେଣ୍ଡର ପ୍ରତିକ୍ରିୟା ରଖିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ମଣିପୁରରେ ସରକାରୀ ଅବହେଳା, ବିଫଳତା ଓ ମାନବୀୟ ଟ୍ରାଜେଡରୁ ସୃଷ୍ଟି ହୋଇଥିବା ଭୟଙ୍କର ସ୍ଥିତିରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବାକୁ ଚେଷ୍ଟା କରିଛନ୍ତି।

ସେ ମଣିପୁର ସ୍ଥିତିକୁ ବିଭିନ୍ନ ରାଜ୍ୟରେ ଘଟୁଥିବା ମହିଳା ବିରୋଧୀ ଅପରାଧକୁ ତୁଳନା କରିବାକୁ ଚେଷ୍ଟା କରିଛନ୍ତି। ବିଶେଷ କରି ଯେଉଁ ରାଜ୍ୟରେ ବିରୋଧୀ ଶାସନରେ ଅଛନ୍ତି, ସେ ଉକ୍ତ ରାଜ୍ୟଗୁଡ଼ିକର କଥା କହିଛନ୍ତି। ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ଗୁଜରାଟରେ ମହିଳା ବିରୋଧୀ ଅତ୍ୟାଚାର କଥାକୁ ସେ ଅଣଦେଖା କରିଛନ୍ତି।

ମଣିପୁର ସମ୍ପର୍କରେ ବୟାନ ଖୁବ ଛୋଟ ଓ ଖୁବ ବିଳମ୍ବରେ ଆସିଛି। ଏପରି ଶବ୍ଦ କିଛି ବି କରିପାରିବ ନାହିଁ। କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ। ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ(ଅମିତ ଶାହ) ନିଜର ଉତ୍ତରଦାୟିତ୍ୱରୁ କେବେ ହେଲେ ବର୍ତ୍ତି ପାରିବେ ନାହିଁ।”

ପ୍ରଧାନମନ୍ତ୍ରୀ ମୋଦି ମଣିପୁରରେ ଆଦିବାସୀ ଓ ଅଣଆଦିବାସୀ ମଧ୍ୟରେ ଚାଲିଥିବା ସଂଘର୍ଷ ଘଟଣାରୁ ଜାଣିଶୁଣି ନିଜକୁ ଦୂରରେ ରଖୁଛନ୍ତି ଓ ଶାନ୍ତି ପାଇଁ ଆଦୌ ନିବେଦନ କରୁ ନଥିବା ଜୟରାମ ରମେଶ ଅଭିଯୋଗ କରିଛନ୍ତି। ଏଥିସହ ମଣିପୁର ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେବା ବେଳେ ପ୍ରଧାନମନ୍ତ୍ରୀ ରାଜସ୍ଥାନ ଓ ଛତିଶଗଡ଼ କଥା କହି ରାଜନୀତି କରିଥିବା ସେ କହିଛନ୍ତି।

ଜୟରାମ ରମେଶ କହିଛନ୍ତି, “ପ୍ରଥମତଃ ସେ ମଣିପୁରରେ ଜାରି ରହିଥିବା ବିବାଦରରୁ ସେ ନିଜକୁ ଦୂରେଇ ରଖିଲେ। ସେ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କଲେ ନାହିଁ କିମ୍ବା ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ପଦ ଛାଡ଼ିବାକୁ କହିଲେ ନାହିଁ। ମଣିପୁର ହିଂସାକୁ ନେଇ ଏବେ ଶତାଧିକ ଘଟଣା ଘଟୁଥିବା ବେଳେ ଏବେ ସାମ୍ନାକୁ ଆସିଥିବା ଗୋଟିଏ ଭିଡିଓ ଉପରେ ସେ ପ୍ରତିକ୍ରିୟା ଦେଇଛନ୍ତି।

ଦ୍ୱିତୀୟତଃ ପ୍ରଧାନମନ୍ତ୍ରୀ ମଣିପୁରରେ ଚାଲିଥିବା ଭୟଙ୍କର ଘଟଣାକୁ ଅନ୍ୟ ରାଜ୍ୟରେ ଘଟୁଥିବା ମହିଳା ବିରୋଧୀ ହିଂସା ସହ ତୁଳନା କରିବାକୁ ଚେଷ୍ଟା କରିଛନ୍ତି। ମଣିପୁରରେ ଏବେ ଆଇନଶୃଙ୍ଖଳା ଓ ପ୍ରଶାସନିକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଏପରି କାଣ୍ଡ ଘଟାଉଥିବା ଲୋକଙ୍କୁ କଂଗ୍ରେସ ଶାସିତ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଉଛି।

ମଣିପୁରରେ ଏଫଆଇଆର ରୁଜୁ ପାଇଁ ୧୫ ଦିନ ସମୟ ଲାଗୁଛି। ସେହିପରି ଆଜି ଅର୍ଥାତ ଘଟଣାର ୬୪ ଦିନ ପରେ ମଣିପୁର ମୁଖ୍ୟମନ୍ତ୍ରୀ(ଏନ ବୀରେନ ସିଂ) ଜଣଙ୍କୁ ଗିରଫ କରାଯାଉଥିବା ଦାବି କରୁଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ତୁରନ୍ତ ପଦ ଛାଡ଼ନ୍ତୁ। ଇଣ୍ଡିଆ(ବିରୋଧୀ ମେଣ୍ଟ) ଉତ୍ତର ଦାବି କରୁଛି। ଶାନ୍ତି ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ତା’ର ଉତ୍ତର ସରକାର ଦିଅନ୍ତୁ।”

PM Modi Manipur Manipur Violence Manipur Incident PM Modi Reacts On Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe