Advertisment

ପ୍ଲେ ସ୍କୁଲ ବାଥ୍‌ରୁମ୍‌ରେ ଲାଗିଥିଲା ସ୍ପାଏ କ୍ୟାମେରା, ବନ୍ଧା ହେଲେ ନିର୍ଦ୍ଦେଶକ

ଏକ ପ୍ଲେ ସ୍କୁଲ ବାଥ୍‌ରୁମ୍‌ରୁ ଜବତ ହୋଇଛି ସ୍ପାଏ କ୍ୟାମେରା। ଏହି ଘଟଣାରେ ପୁଲିସ୍‌ ଉକ୍ତ ସ୍କୁଲର ନିର୍ଦ୍ଦେଶକଙ୍କୁ ଗିରଫ କରିଛି।

spy camera

spy camera

Advertisment

ଉତ୍ତରପ୍ରଦେଶର ନୋଏଡାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏକ ପ୍ଲେ ସ୍କୁଲ ବାଥ୍‌ରୁମ୍‌ରୁ ଜବତ ହୋଇଛି ସ୍ପାଏ କ୍ୟାମେରା। ଏହି ଘଟଣାରେ ପୁଲିସ୍‌ ଉକ୍ତ ସ୍କୁଲର ନିର୍ଦ୍ଦେଶକଙ୍କୁ ଗିରଫ କରିଛି।

Advertisment

ସ୍କୁଲର ଜଣେ ଶିକ୍ଷକ ଏନେଇ ପୁଲିସ୍‌କୁ ଅବଗତ କରିବା ପରେ ପୁଲିସ୍‌ ତତ୍ପର ହୋଇ ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ପୁଲିସ୍‌ ଯାହା ଦେଖିଲା ଚକିତ ହୋଇ ଯାଇଥିଲା।

ସ୍କୁଲ ବାଥ୍‌ରୁମ୍‌ରେ ଥିବା ଏକ ବଲ୍‌ ହୋଲଡରରେ ଲାଗିଥିଲା ସ୍ପାଏ କ୍ୟାମେରା। ଏନେଇ ପଚରାଉଚରା କରିବା ପରେ ସ୍କୁଲର ସିକ୍ୟୁରିଟି ଗାର୍ଡ କରିଥିଲେ ବଡ଼ ଖୁଲାସା। ସେ କହିଥିଲେ, ନିର୍ଦ୍ଦେଶକଙ୍କ କହିବାନୁଯାୟୀ, ଉକ୍ତ କ୍ୟାମେରାକୁ ଲଗା ଯାଇଥିଲା। ଏହାପରେ ପୁଲିସ ତୁରନ୍ତ ସ୍କୁଲର ନିର୍ଦ୍ଦେଶକଙ୍କୁ ବାନ୍ଧିଛି।

Advertisment

ଯାଞ୍ଚ ସମୟରେ ପୁଲିସ୍‌ ଜାଣିବାକୁ ପାଇଛି, ଉକ୍ତ କ୍ୟାମେରାକୁ ଅନଲାଇନ୍‌ରେ ଅର୍ଡର କରାଯାଇଥିଲା। ନିର୍ଦ୍ଦେଶକଙ୍କ କହିବାନୁଯାୟୀ, ଏହି ଅର୍ଡର କରିଥିବା ସ୍କୁଲ କର୍ମଚାରୀଙ୍କୁମଧ୍ୟ ଗିରଫ କରାଯାଇଛି। ଏହା ପୂର୍ବରୁ ବି ଉକ୍ତ ସ୍କୁଲ ବାଥରୁମ୍‌ରେ ଏକ ସ୍ପାଏ କ୍ୟାମେରା ଲାଗିଥିବା ଶିକ୍ଷକଜଣକ ଅଭିଯୋଗ କରିଛନ୍ତି।

ଗତ ନଭେମ୍ବର ମାସରେ ବି ଉତ୍ତରପ୍ରଦେଶର ସୋନଭଦ୍ର ଅଞ୍ଚଳରେ ଏପରି ଏକ ଘଟଣା ଘଟିଥିଲା। ଏକ ସ୍କୁଲ ବାଥ୍‌ରୁମ୍‌ରେ ଏକ ସ୍ପାଏ କ୍ୟାମେରା ଲାଗିଥିବା ଜଣାପଡ଼ିବା ପରେ ପୁଲିସ୍‌ ତୁରନ୍ତ ଅଭିଯୁକ୍ତକୁ ବାନ୍ଧିଥିଲା।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe