Advertisment

କଥା ଦେଲେ ଦିସାନାୟକେ: କହିଲେ- ଭାରତ ବିରୋଧରେ ବ୍ୟବହାର ହେବନି ଶ୍ରୀଲଙ୍କାର ମାଟି

ଶ୍ରୀଲଙ୍କା ଉପରେ ଚାଇନାର ଦବଦବା ବଢ଼ୁଥିଲେ ହେଁ ଭାରତ ବିରୋଧରେ ସିଂହଳ ଦେଶର ଇଞ୍ଚିଏ ମାଟିକୁ କେହି ବ୍ୟବହାର କରିପାରିବେ ନାହିଁ। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୌଣସି ତତ୍ତ୍ୱକୁ ଶ୍ରୀଲଙ୍କାର ମାଟି କେବେ ହେଲେ ବ୍ୟବହାର କରିବାକୁ ଦିଆଯିବ ବୋଲି ଦିସାନାୟକେ କହିଛନ୍ତି।

PM Modi

PM Modi

Advertisment

ଶ୍ରୀଲଙ୍କାର ରାଷ୍ଟ୍ରପତି ହେବା ପରେ ପ୍ରଥମଥର ଦିଲ୍ଲୀ ଗସ୍ତରେ ଆସିଥିବା ଅନୁରା କୁମାରା ଦିସାନାୟକେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଶ୍ରୀଲଙ୍କା ଉପରେ ଚାଇନାର ଦବଦବା ବଢ଼ୁଥିଲେ ହେଁ ଭାରତ ବିରୋଧରେ ସିଂହଳ ଦେଶର ଇଞ୍ଚିଏ ମାଟିକୁ କେହି ବ୍ୟବହାର କରିପାରିବେ ନାହିଁ। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୌଣସି ତତ୍ତ୍ୱକୁ ଶ୍ରୀଲଙ୍କାର ମାଟି କେବେ ହେଲେ ବ୍ୟବହାର କରିବାକୁ ଦିଆଯିବ ବୋଲି ଦିସାନାୟକେ କହିଛନ୍ତି।

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଦିସାନାୟକେ କହିଛନ୍ତି, “ଆଜି କିଛି ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ମୁଁ ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀଲଙ୍କା ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଛି।

Advertisment

ମୁଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଆମେ କେବେ ହେଲେ ଆମ ମାଟିକୁ କୌଣସି ବି ପରିସ୍ଥିତି ଭାରତର ସ୍ୱାର୍ଥ ବିରୋଧରେ ବ୍ୟବହାର କରିବାକୁ ଦେବୁ ନାହିଁ। ଭାରତ ସହଯୋଗ ଆହୁରି ମାର୍ଜିତ ହେବ। ମୁଁ ପୁଣିଥରେ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଭାରତ ପ୍ରତି ଆମର ସମର୍ଥନ ଜାରି ରହିବ।”

ଭାରତ ମହାସାଗରରେ ଏବେ ଚାଇନାର ପ୍ରଭାବ ବଢ଼ିବାରେ ଲାଗିଛି। ଚାଇନା ଭାରତ ମହାସାଗରରେ ନିଜର ମିଶନ କାର୍ଯ୍ୟକାରୀ କରୁଛି। ଏହା ଭାରତର ମୁଣ୍ଡ ବିନ୍ଧାର କାରଣ ସାଜିଛି। ତଥାପି ଶ୍ରୀଲଙ୍କାର ରାଷ୍ଟ୍ରପତି ଦିସାନାୟକେ ଭାରତକୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତିବଦ୍ଧ ଥିବା କହିଛନ୍ତି।

ଚାଇନା ଠାରୁ ଶ୍ରୀଲଙ୍କା ବିପୁଳ ପରିମାଣର ଋଣ ନେଇଥିଲା। ଦେଶ ଏହାକୁ ପରିଶୋଧ ନ କରିବାରୁ ବେଜିଂ ଏବେ କଲମ୍ବୋରେ ଥିବା ହାମବାନଟୋଟା ପୋର୍ଟକୁ ଅକ୍ତିଆର କରି ନେଇଛି। ଚାଇନା ନୌସେନା ଉକ୍ତ ପୋର୍ଟକୁ ନିଜର ବେସ ଭାବେ ବ୍ୟବହାର କରୁଛି। ସେଠାରେ ସର୍ଭେଲାନ୍ସ ଶିପ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ମିଶାଇଲ ଗଚ୍ଛିତ କରି ରଖିଛି। ଭାରତ ସୀମାକୁ ଶ୍ରୀଲଙ୍କା ଲାଗିଥିବାରୁ ସେଠାରେ ଚାଇନାର ଉପସ୍ଥିତି ଭାରତର ଚିନ୍ତାକୁ ଦ୍ୱିଗୁଣିତ କରିଛି।

ପ୍ରଥମଥର ଦିସାନାୟକେ ଶ୍ରୀଲଙ୍କା ମାଟିକୁ ଭାରତ ବିରୋଧରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କହିନାହାନ୍ତି। ଅକ୍ଟୋବର ମାସରେ ସେ ରାଷ୍ଟ୍ରପତି ଭାବେ ଶପଥ ନେବା କ୍ଷଣି ସମାନ କଥା ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ କଲମ୍ବୋରେ ଭେଟିବା ବେଳେ କହିଥିଲେ।

India PM Modi Srilanka President Srilanka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe