Advertisment

ପୁଣି ଗୋଟିଏ ସୀମା ପାର୍‌ ଲଭଷ୍ଟୋରୀ, ଭାରତ ଆସି ଫେସବୁକ ବନ୍ଧୁଙ୍କୁ ବାହା ହେଲେ ଶ୍ରୀଲଙ୍କା ଯୁବତୀ

ଟୁରିଷ୍ଟ ଭିସାରେ ଶ୍ରୀଲଙ୍କାର ୨୫ ବର୍ଷୀୟ ବିକନେଶ୍ୱରୀ ଶିବକୁମାର ଭାରତ ଆସିଥିଲେ। ସେ ଟୁରିଷ୍ଟ ଭିସା ନେଇ ଭାରତ ଆସିଥିଲେ ହେଁ ଏଠାରେ ରହୁଥିବା ୨୮ ବର୍ଷୀୟ ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି।

Sri Lanka

Sri Lanka

Advertisment

ଏବେ ଦେଶରେ ସୀମା ପାର୍‌ ଲଭଷ୍ଟୋରୀକୁ ନେଇ ବେଶ ଚର୍ଚ୍ଚା। ସୀମା-ସଚ୍ଚିନ ଓ ଅଞ୍ଜୁ-ନଜରୁଲ୍ଲାଙ୍କ ସୀମା ପାର ଲଭଷ୍ଟୋରୀ ଥମି ନଥିବା ବେଳେ ଏବେ ପୁଣି ଗୋଟିଏ ସମାନ ଘଟଣା ଘଟିଛି। ଭାରତୀୟ ଯୁବକଙ୍କୁ ବିବାହ କରିଛନ୍ତି ଜଣେ ଶ୍ରୀଲଙ୍କା ଯୁବତୀ। ଫେସବୁକ ବନ୍ଧୁତା ପରେ ଯୁବତୀ ଜଣଙ୍କ ଭାରତରେ ପହଞ୍ଚି ଏପରି ବିବାହ କରିଛନ୍ତି।

Advertisment

ଟୁରିଷ୍ଟ ଭିସାରେ ଶ୍ରୀଲଙ୍କାର ୨୫ ବର୍ଷୀୟ ବିକନେଶ୍ୱରୀ ଶିବକୁମାର ଭାରତ ଆସିଥିଲେ। ସେ ଟୁରିଷ୍ଟ ଭିସା ନେଇ ଭାରତ ଆସିଥିଲେ ହେଁ ଏଠାରେ ରହୁଥିବା ୨୮ ବର୍ଷୀୟ ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି। ଲକ୍ଷ୍ମଣଙ୍କ ଘର ଆନ୍ଧ୍ର ପ୍ରଦେଶର ଭେଙ୍କଟଗିରିକୋଟାରେ। ଉଭୟଙ୍କ ସାକ୍ଷାତ ଫେସବୁକରେ ହୋଇଥିଲା। ପ୍ରଥମେ ବନ୍ଧୁତା ପରେ ପ୍ରେମ ଓ ଏବେ ଏହା ବିବାହରେ ଶେଷ ହୋଇଛି।

ବିବାହ ସରିଥିବା ବେଳେ ବିକନେଶ୍ୱରୀଙ୍କ ଭିସା ଅବଧି ଅଗଷ୍ଟ ୬ରେ ଶେଷ ହେବ। ତେଣୁ ଇମିଗ୍ରେସନ ନିୟମ ଅନୁସାରେ ଚିତ୍ତୋର ଜିଲ୍ଲା ପୁଲିସ୍‌ ତାଙ୍କୁ ଗୋଟିଏ କାରଣ ଦର୍ଶାଅ ନୋଟିସ ପଠାଇଛି। ଲକ୍ଷ୍ମଣ ଓ ବିକନେଶ୍ୱରୀଙ୍କ ବାହାଘର କଥା ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଏପରି ନୋଟିସ କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ବିକନେଶ୍ୱରୀ ଜୁଲାଇ ୮ରେ ଆନ୍ଧ୍ର ପ୍ରଦେଶ ଆସିଥିଲେ। ଏହାପରେ ସେ ତାଙ୍କ ଫେସବୁକ ପ୍ରେମିକ ଲକ୍ଷ୍ମଣଙ୍କୁ ଜୁଲାଇ ୨୦ରେ ବିବାହ କରିଥିଲେ। ଗୋଟିଏ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା।

ବିକନେଶ୍ୱରୀ ଓ ଲକ୍ଷ୍ମଣଙ୍କ ସମ୍ପର୍କ ୨୦୧୭ରୁ ଫେସବୁକରୁ ଆରମ୍ଭ ହୋଇଥିଲା। କିଛି ଦିନର ବନ୍ଧୁତା ପରେ ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ। ଏହାପରେ ଉଭୟ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଲକ୍ଷ୍ମଣଙ୍କ ପରିବାର ଲୋକଙ୍କ ଆଶୀର୍ବାଦରେ ଉଭୟ ସାତ ଜନ୍ମ ପାଇଁ ପରସ୍ପରର ହାତ ଧରିଛନ୍ତି।

ବିକନେଶ୍ୱରୀ ଭାରତର ନାଗରିକତା ନେବାକୁ ଚାହୁଁଛନ୍ତି। କିନ୍ତୁ ଏବେ ତାଙ୍କୁ ସ୍ଥାୟୀ ନାଗରିକତା ମିଳିବ ନାହିଁ। ତାଙ୍କ ଭିସାର ଅବଧିକୁ ବୃଦ୍ଧି କରାଯିବ। ସେହିପରି ସମସ୍ତ ପ୍ରକାରର ଆଇନଗତ ସମସ୍ୟାକୁ ମାତ ଦେବା ପାଇଁ ପୁଲିସ୍‌ ଏହି ଦମ୍ପତିଙ୍କୁ ବିଧିବଦ୍ଧ ଭାବେ ବିବାହକୁ ପଞ୍ଜୀକରଣ କରିବାକୁ ପରାମର୍ଶ ଦେଇଛି।

ଜିଲ୍ଲା ଏସ୍‌ପି ୱାଇ ରିଶାନ୍ତ ରେଡ୍ଡୀ ନିଜେ ବିକନେଶ୍ୱରୀଙ୍କୁ ଭାରତୀୟ ନାଗରିକତା ଗ୍ରହଣ କରିବା ପାଇଁ ଆବଶ୍ୟକ ନିୟମଗୁଡ଼ିକୁ ମଧ୍ୟ ବୁଝାଇ ଦେଇଥିବା ଜଣାପଡ଼ିଛି।

Andhra Pradesh India Sri Lanka Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe