Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲା ବିଷ୍ଣୋଇ ଗ୍ୟାଙ୍ଗ୍ ଶୁଟର୍, ତିନି ପୁଲିସ କର୍ମୀ ସସପେଣ୍ଡ

ପୁଲିସ ହେପାଜତରେ ଥିବାବେଳେ ସିଦ୍ଦିକିଙ୍କ ବିରୁଦ୍ଧରେ ପ୍ରତିକ୍ରିୟା ଦେଇଥିବା ବିଷ୍ଣୋଇ ଗ୍ୟାଙ୍ଗ୍ ଶୁଟର୍।

ଅଦ୍ୟତନ ହୋଇଛି
Police Picture

Police Picture

Advertisment

ଉତ୍ତରପ୍ରଦେଶର ତିନି ଜଣ ପୁଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଶୁଟର ଯୋଗେଶ ଭିଡିଓ ଭାଇରାଲ୍ ହେବାକୁ ନେଇ ମଥୁରାର ତିନି ଜଣ ପୁଲିସଙ୍କୁ ନିଲମ୍ବିତ କରିଛନ୍ତି ବରିଷ୍ଠ ଏସପି ଶୈଳେଶ ପାଣ୍ଡେ।

Advertisment

ନିକଟରେ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଶୁଟରର ଭିଡିଓ ଭାଇରାଲ୍ ହୋଇଥିଲା। ସେ ରିଫାଇନାରୀ ପୁଲିସ ଷ୍ଟେସନରେ ପୁଲିସ ହେପାଜତରେ ଥିବାବେଳେ ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିବାର ଭିଡିଓ ସାମ୍ନାକୁ ଆସିଥିଲା।

ଭିଡ଼ିଓରେ କହିଥିଲେ, ଦିବଂଗତ ଏନସିପି ନେତା ବାବା ସିଦ୍ଦିକି ଜଣେ ଭଲ ମଣିଷ ନୁହଁନ୍ତି, ତାଙ୍କ ବିରୋଧରେ MCOCA (ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଅଧିନିୟମ)ରେ ମାମଲା ରହିଛି। ବାବା ସିଦ୍ଦିକିଙ୍କର ଦାଉଦ ଇବ୍ରାହିମଙ୍କ ସହ ସମ୍ପର୍କ ଥିଲା।

Advertisment

ଏହି ଭିଡିଓ ଭାଇରାଲ୍ ହେବା ପରେ ରିଫାଇନାରୀ ପୁଲିସ ଷ୍ଟେସନରେ ନିୟୋଜିତ ଥିବା ସବ୍-ଇନ୍ସପେକ୍ଟର ରାମସାନେହି, ମୁଖ୍ୟ କନଷ୍ଟେବଳ ବିପିନ ଏବଂ କନଷ୍ଟେବଳ ସଞ୍ଜୟଙ୍କୁ ନିଲମ୍ବିତ କରିଛନ୍ତି SSP (ସିନିୟର ସୁପରିଟେଣ୍ଡେଣ୍ଟ) ପାଣ୍ଡେ। 

ପ୍ରକାଶ ଥାଉକି, ଦିଲ୍ଲୀ ଜିମ୍ ମାଲିକଙ୍କୁ ହତ୍ୟା ମାମଲାରେ ଯୋଗେଶକୁ ଦିଲ୍ଲୀ ଏବଂ ମଥୁରା ପୁଲିସର ମିଳିତ ଟିମ୍ ଗିରଫ କରିଥିଲା। ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ହାଡକୋର୍ ଶୁଟର୍। ପୁଲିସ ତାକୁ ଗିରଫ କରି ନେଉ ଥିବାବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାବା ସିଦ୍ଦିକଙ୍କ ବିରୁଦ୍ଧରେ ବୟାନ ଦେଇଥିଲା ଯୋଗେଶ। 

ବାବା ସିଦ୍ଦିକିଙ୍କୁ ମଧ୍ୟ ଲରେନ୍ସ ଗ୍ୟାଙ୍ଗ୍ ଶୁଟର୍ ହତ୍ୟା କରିଥିବା ଅଭିଯୋଗ ହୋଇଛି। କଡ଼ା ସୁରକ୍ଷା ସତ୍ତ୍ୱେ ସିଦ୍ଦିକିଙ୍କୁ ସର୍ବ ସମ୍ମୁଖରେ ଗୁଳି କରିଥିଲେ ଦୁର୍ବୃତ୍ତ। ଏହି ମାମଲାରେ ପୁଲିସ ବିଷ୍ଣୋଇ ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି। 

Bishnoi Gang UP Police Suspend Lawrence Bishnoi Shooter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe