Advertisment

President's chopper: ଫସିଗଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର, ଠେଲିଠେଲି ବାହାର କଲେ ସୁରକ୍ଷାକର୍ମୀ: ଭିଡିଓ ଭାଇରାଲ୍‌

ରାଷ୍ଟ୍ରପତି ମୁର୍ମୁ ସଡ଼କ ପଥରେ ପାମ୍ବା ଅଭିମୁଖେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତି ସେଠାରୁ ଯିବା ପରେ ଅନେକ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଗାତରୁ ରାଷ୍ଟ୍ରପତିଙ୍କ ହେଲିକପ୍ଟରର ଚକ ବାହାର କରୁଥିବା ଦେଖିବାକୁ ମିଳିଛି।

President

ଘଟଣା ସ୍ଥଳର ଦୃଶ୍ୟ

Advertisment

ହେଲିପ୍ୟାଡରେ ଲ୍ୟାଣ୍ଡିଂ କରିବା ପରେ ଫସିଗଲା ରାଷ୍ଟ୍ରପତି(President Of India) ଦୌପଦୀ ମୁର୍ମୁଙ୍କ ହେଲିକପ୍ଟର। ନୂଆ କରି ତିଆରି ହୋଇଥିବା କଂକ୍ରିଟ୍ ହେଲିପ୍ୟାଡ ଚପର ଲ୍ୟାଣ୍ଡ କରିବା ବେଳେ ଧସି ଯାଇଛି। ଏହି କାରଣରୁ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଚକା ଏହା ମଧ୍ୟରେ ଫସି ଯାଇଥିଲା।

Advertisment

କେରଳର ପଥନାମଥିତ୍ତର ପ୍ରମଦମରେ ଲ୍ୟାଣ୍ଡିଂ ବେଳେ ଏପରି ଅଘଟଣ ଘଟିଛି। ଅଘଟଣ ପରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀମାନେ ଠେଲିଠେଲି ଚପରକୁ ଧସି ଯାଇଥିବା ସ୍ଥାନରୁ ବାହାର କରିଛନ୍ତି। ଏହାର ଭିଡିଓ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି। 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(Droupadi Murmu) କେରଳକୁ ଚାରି ଦିନିଆ ସରକାରୀ ଗସ୍ତରେ ବାହାରି ମଙ୍ଗଳବାର ସନ୍ଧ୍ୟାରେ ଥିରୁଅନନ୍ତପୁରମରେ ପହଞ୍ଚିଥିଲେ। ବୁଧବାର ସକାଳେ ରାଷ୍ଟ୍ରପତି ମୁର୍ମୁ ସାବରୀମାଳା ଅଭିମୁଖେ ବାହାରିଥିଲେ। ହେଲିକପ୍ଟର ଯୋଗୁ ରାଷ୍ଟ୍ରପତି ମୁର୍ମୁ ସାବରୀମାଳା ଅଭିମୁଖେ ଯାଇଥିଲେ। ରାଷ୍ଟ୍ରପତିଙ୍କୁ ଧରି ବାୟୁସେନାର ହେଲିକପ୍ଟର ପ୍ରମାଦମର ରାଜୀବ ଗାନ୍ଧି ଇନଡୋର ଷ୍ଟାଡିୟମରେ ନୂଅ କରି ତିଆରି ହୋଇଥିବା କଂକ୍ରିଟ୍ ହେଲିପ୍ୟାଡରେ ଅବତରଣ କରିଥିଲା।

Advertisment

କିନ୍ତୁ ଅବତରଣ କରିବା ବେଳେ ହେଲିପ୍ୟାଡର କଂକ୍ରିଟ୍‌ ସ୍ଥାନଟି ହଠାତ୍‌ ଧସି ଯାଇଥିଲା। ଏଥିଯୋଗୁ ଚପରର ଚକ ଗାତରେ ଫସି ଯାଇଥିଲା। ଏହା ଭିତରୁ ହେଲିକପ୍ଟର ଆଉ ବାହାରି ପାରି ନଥିଲା। ଶେଷରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପାଇଁ ହାତରେ ଠେଲି ଠେଲି ହେଲିକପ୍ଟରକୁ ଗାତରୁ ବାହାର କରିଥିଲେ। ଏଥିଯୋଗୁ ବଡ଼ ଅଘଟଣ ଟଳି ଯାଇଛି।

କୁହାଯାଉଛି ଯେ ଏହି ହ୍ୟାଲିପ୍ୟାଡ୍ ମଙ୍ଗଳବାର ହିଁ ତିଆରି କରାଯାଇଥିଲା। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ତରବରିଆ ଭାବେ ଏହାକୁ ନିର୍ମାଣ କରାଯାଇଥିଲା। କଂକ୍ରିଟ୍ ଭଲରେ ଶୁଖି ନ ଥିବା ଓ ବର୍ଷା ପାଗ ଥିବାରୁ ସକାଳେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଏହା ଓଜନ ସହି ପାରି ନ ଥିଲା। ଫଳରେ ଚପରର ଚକ ଗୁଡ଼ିକ କଂକ୍ରିଟ୍‌ ଭିତରେ ଫସି ଯାଇଥିଲା। 


ରାଷ୍ଟ୍ରପତି ମୁର୍ମୁ ସଡ଼କ ପଥରେ ପାମ୍ବା ଅଭିମୁଖେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତି ସେଠାରୁ ଯିବା ପରେ ଅନେକ ପୁଲିସ ଓ ଅଗ୍ନିଶମ କର୍ମଚାରୀ ହେଲିପ୍ୟାଡର ଗାତରୁ ରାଷ୍ଟ୍ରପତିଙ୍କ ହେଲିକପ୍ଟରର ଚକ ବାହାର କରୁଥିବାର ଦେଖାଯାଇଥିଲା।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହଛନ୍ତି, ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ ସ୍ଥାନ ଶେଷ ମୁହୂର୍ତ୍ତରେ ଚୂଡ଼ାନ୍ତ କରାଯାଇଥିଲା। ଏଥିଯୋଗୁ ମଙ୍ଗଳବାର ବିଳମ୍ବିତ ରାତିରେ ହେଲିପ୍ୟାଡ ନିର୍ମାଣ କରାଯାଇଥିଲା। ନୂଆ ନିର୍ମାଣ ହୋଇଥିବା ହେଲିପ୍ୟାଡ ଠିକ ଭାବେ ଶୁଖି ନ ଥିବାରୁ ହେଲିକପ୍ଟର ଅବତରଣ କରିବା ମାତ୍ରେ ଏହା ଓଜନ ସହିପାରି ନ ଥିଲା। ସୌଭାଗ୍ୟବଶତଃ, ଆଉ କୌଣସି କ୍ଷତି ହୋଇନାହିଁ ବୋଲି ସେ କହିଛନ୍ତି। 

Kerala President Of India Droupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe