ଆଜି ଆସିବ ୩ ରାଜ୍ୟର ଫଳାଫଳ

ମେଘାଳୟରେ ଝୁଲା ବିଧାନସଭା ହୋଇପାରେ ବୋଲି ଆକଳନ କରାଯାଇଛି ।

election Photogoogle

election

Tapas Behera
  • Published: Thursday, 02 March 2023
  • Updated: 02 March 2023, 07:51 AM IST

Sports

Latest News

ଉତ୍ତର ପୂର୍ବାଞ୍ଚଳର ତିନିଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଗଣତି ହେବ । ଏଥିସହ ୪ଟି ରାଜ୍ୟର ୫ଟି ବିଧାନସଭା ଆସନର ଉପନିର୍ବାଚନ ପାଇଁ ମଧ୍ୟ ଗଣତି ହେବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏକଜିଟ୍ ପୋଲରେ ତ୍ରିପୁରାରେ ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରାଯାଇଛି। ନାଗାଲାଣ୍ଡରେ ବିଜେପି ଓ ଏନଡିପିପି ମେଣ୍ଟ କ୍ଷମତାକୁ ଆସିବେ । ଅନ୍ୟପକ୍ଷରେ ମେଘାଳୟରେ ଝୁଲା ବିଧାନସଭା ହୋଇପାରେ ବୋଲି ଆକଳନ କରାଯାଇଛି । ନାଗାଲାଣ୍ଡ ଓ ମେଘାଳୟର ୫୯ଟି ଲେଖାଏଁ ଏବଂ ତ୍ରିପୁରାର ୬୦ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ

ହୋଇଛି । ଚଳିତବର୍ଷ ଆଉ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ତିନି ରାଜ୍ୟର ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ରୁ ଗଣତି ଆରମ୍ଭ ହେବ ଏବଂ ଏହାପରେ ଇଭିଏମ୍‌ର ଗଣତି ପ୍ରକ୍ରିୟା ଚାଲିବ। ଅପରାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ। ଫେବ୍ରୁଆରି ୧୬ ତାରିଖରେ ତ୍ରିପୁରାରେ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ମେଘାଳୟ ଓ ନାଗାଲାଣ୍ଡରେ ଫେବ୍ରୁଆରି ୨୭ରେ ଭୋଟ୍‌ ଗ୍ରହଣ ହୋଇଥିଲା।

ତିନିଟି ଯାକ ବିଧାନସଭାରେ ୬୦ ଲେଖାଏଁ ଆସନ ରହିଛି। ଫେବୃଆରୀ ୧୬ ତାରିଖରେ ତ୍ରିପୁରାରେ ମତଦାନ ହୋଇଥିଲା । ଏଠାରେ ପାଖାପାଖି ୯୦ ପ୍ରତିଶତ ଭୋଟିଂ ହୋଇଥିଲା । ୨୦୧୮ରେ ବିଜେପି ୨୫ ବର୍ଷର ବାମଦଳ ଶାସନର ପରିସମାପ୍ତି ଘଟାଇ ସରକାର ଗଠନ କରିଥିଲା । ବିଜେପି ଚଳିତଥର ୫୫ ଆସନରେ ଲଢ଼ିଥିବା ବେଳେ ବାମ ଦଳ ୪୭ ଆସନରେ ଲଢ଼ିଛି । ମେଘାଳୟରେ ପାଖାପାଖି ୮୫ ପ୍ରତିଶତ ଓ ନାଗାଲାଣ୍ଡରେ ପାଖାପାଖି ୭୬ ପ୍ରତିଶତ ଭୋଟିଂ ହୋଇଥିଲା ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos