/odisha-reporter/media/media_files/2026/02/11/stalin-2026-02-11-17-35-07.jpg)
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ
ତାମିଲନାଡୁ(Tamil Nadu)ର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଆଜି ସହଯୋଗୀ କଂଗ୍ରେସ ଉଦ୍ଦେଶ୍ୟରେ ବଡ଼ କଥା କଥା କହିଛନ୍ତି। ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମକେ ଏକାକୀ ସରକାର ଗଠନ କରିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ତଥାପି ୨୦୨୬ ବିଧାନସଭା ନିର୍ବାଚନରେ ଦଳ କଂଗ୍ରେସ ସହ ମେଣ୍ଟ କରି ଲଢ଼େଇ କରିବ ବୋଲି ମଧ୍ୟ ଷ୍ଟାଲିନ ସ୍ପଷ୍ଟ କରିଛନ୍ତି।
କିଛି ଦିନ ହେବ ତାମିଲନାଡୁର ଦୁଇ ସହଯୋଗୀ ଡିଏମକେ ଓ କଂଗ୍ରେସ ମଧ୍ୟରେ ସବୁ କିଛି ଠାକ ନଥିବା ରିପୋର୍ଟ ପ୍ରକାଶ ପାଇଥିଲେ। ଏହି ଚର୍ଚ୍ଚା ଭିତରେ ଷ୍ଟାଲିନଙ୍କ ବୟନ ସାମ୍ନାକୁ ଆସିଛି। କ୍ରମାଗତ ଦ୍ୱିତୀୟ ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଥିବା ଷ୍ଟାଲିନ ଗୋଟିଏ କାର୍ଯ୍ୟକ୍ରମରେ ଡିଏମକେ ସାମ୍ନା କରୁଥିବା ଚ୍ୟାଲେଞ୍ଜ, ରାଜ୍ୟରେ ଏନଡିଏର ପ୍ରଭାବ ଓ ରାହୁଲ ଗାନ୍ଧିଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ ମତ ରଖିଛନ୍ତି।
କଂଗ୍ରେସ ସହ ମତଭେଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣି ସବୁବେଳେ ଶାନ୍ତ ରହୁଥିବା ଡିଏମକେ ମୁଖ୍ୟଙ୍କ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ସହ ତାଙ୍କ ସମ୍ପର୍କ ଭାଇ ଭଳି। କିନ୍ତୁ ଡିଏମକେ ସହଯୋଗୀ ଦଳଗୁଡ଼ିକ ସହ କ୍ଷମତା ଭାଗବଣ୍ଟା କରିବ କି ନାହିଁ, ସେକଥା ଉପରୁ ସେ ପରଦା ହଟାଇ ନାହାନ୍ତି।
ତାମିଲନାଡୁ ନିର୍ବାଚନ ସମ୍ପର୍କରେ କ’ଣ କହିଲେ ଷ୍ଟାଲିନ?
ସେ କହିଛନ୍ତି ଯେ “ଡିଏମକେ ନିଶ୍ଚିତ ଭାବେ ନିଜସ୍ୱ ସରକାର ଗଠନ କରିବ। ୨୦୨୧ ତୁଳନାରେ ଦଳକୁ ଏଥର ଅଧିକ ଆସନ ମିଳିବ। ତାମିଲନାଡୁରେ ଡିଏମକେ-କଂଗ୍ରେସ ମେଣ୍ଟ ବେଶ ଶକ୍ତିଶାଳୀ। ଆମେ ଏକାଠି ନିର୍ବାଚନ ଲଢ଼ିବୁ। ଏବେ ଆଉ ସରକାରରେ କ୍ଷମତା ଭାଗବଣ୍ଟାର ପ୍ରଶ୍ନ ଉଠୁନାହିଁ।”
୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ୨୪୩ ଆସନରୁ ଡିଏମକେ ଏକାକୀ ୧୩୩ଟି ଜିତିଥିଲା। କଂଗ୍ରେସ ୨୫ଟି ଆସନରେ ପ୍ରାର୍ଥୀ ଦେଇ ୧୮ଟି ଜିତିଥିଲା। ଡିଏମକେ ଏକାକୀ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲେ ହେଁ କଂଗ୍ରେସ ଏଥିରେ ସାମିଲ ହୋଇଥିଲା। ଦଳକୁ ଗୋଟିଏ ହେଲେ ମନ୍ତ୍ରୀ ପଦ ମିଳିନି। କିନ୍ତୁ ଚଳିତ ବର୍ଷର ନିର୍ବାଚନ ପୂର୍ବରୁ କଂଗ୍ରେସ ସହଯୋଗୀ ଡିଏମକେ ସହ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କରିବାକୁ ଆଲୋଚନା କରୁଥିବା ଜଣାପଡ଼ିଛି। ୨୦୨୧ ତୁଳନାରେ ଅଧିକ ଆସନ ଓ କ୍ଷମତାକୁ ଫେରିବା ପରେ ମନ୍ତ୍ରୀ ପଦ ମଧ୍ୟ କଂଗ୍ରେସ ମାଗିଥିବା କୁହାଯାଉଛି।
ଏସବୁ ଚର୍ଚ୍ଚା ଭିତରେ ରାହୁଲ ଗାନ୍ଧି ଡିଏମକେ ସାଂସଦ କାନିମୋଝିଙ୍କୁ ଗତ ମାସରେ ଭେଟିଥିଲେ। କ୍ୟାବିନେଟ ପୋଷ୍ଟ, ପୂର୍ବାପେକ୍ଷା ଅଧିକ ଆସନ ଓ ଗୋଟିଏ ରାଜ୍ୟସଭା ଆସନ ସମ୍ପର୍କରେ ଉଭୟ ଆଲୋଚନା କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ସିଟ ଶେୟାରିଂ ଫର୍ମୁଲା ସମ୍ପର୍କରେ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ବୋଲି ଡିଏମକେ ବୁଧବାର କହିଛି।
ଷ୍ଟାଲିନ ବିଜେପିର ଡବଲ ଇଞ୍ଜିନ ନାରାକୁ ଡବା ଇଞ୍ଜିନ ବା ଗୋଟିଏ ଫୁସକା ଇଞ୍ଜିନ ବୋଲି କହି କଟାକ୍ଷ କରିଛନ୍ତି। ବିଜେପି ନେତୃତ୍ୱାଧୀନ ଏନଡିଏ ନିର୍ବାଚନ ପୂର୍ବରୁ କେବଳ ମିଛ, ଘୃଣା ଓ ସାଂପ୍ରଦାୟକ ବିବାଦ ସୃଷ୍ଟି ପାଇଁ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି।
ତାଙ୍କ କହିବା କଥା ଯେ ଏନଡିଏ ଜାଣିଶୁଣି ରାଜ୍ୟରେ ସଂଖ୍ୟାଲଘୁଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଛି। କିନ୍ତୁ ତାମିଲନାଡୁର ଲୋକମାନେ ଏହାର ଉଚିତ ଜବାବ ଦେବେ। ରାଜ୍ୟରେ ଏପରି ଘୃଣାର ମଞ୍ଜି ବୁଣୁଥିବା ରାଜନୀତିର କୌଣସି ସ୍ଥାନ ନଥିବା ଷ୍ଟାଲିନ(MK Stalin) କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
