Advertisment

ଆରସିବିର ବିଜୟ ଉତ୍ସବରେ ଦଳାଚକଟା: ମହିଳାଙ୍କ ସମେତ ୧୧ ମୃତ

ଲୋକଙ୍କୁ ସୁରକ୍ଷାକର୍ମୀ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବେଙ୍ଗାଲୁରୁରେ ଆରମ୍ଭ ହୋଇଥିବା ବର୍ଷା ସ୍ଥିତିକୁ ଆହୁରି ସାଂଘାତିକ କରିଛି। ବର୍ଷାରୁ ବର୍ତ୍ତିବା ପାଇଁ ଲୋକମାନେ ଠେଲାପେଲା ହେବାରୁ ଦଳଚକଟା ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

author-image
Hemant Lenka
ଅଦ୍ୟତନ ହୋଇଛି
RCB

RCB

ବିଜୟ ଉତ୍ସବରେ ଘଟିଛି ଅଘଟ। ପ୍ରଥମଥର ପାଇଁ ଆଇପିଏଲ ଟ୍ରଫି ଜିତିଥିବା ଆରସିବିର ବିଜୟ ଉତ୍ସବରେ ହୋଇଛି ଦଳାଚକଟା। ବେଙ୍ଗାଲୁରୁରେ ଆଇପିଏଲ ଟ୍ରଫି ଓ ଖେଳାଳିମାନଙ୍କୁ ଦେଖିବାକୁ ହୋଇଥିବା ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳା ଚକଟା ଯୋଗୁ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୫୦ ଜଣ ଆହତ ହୋଇଛନ୍ତି। 

Advertisment

ସେହିପରି ବିଜୟ ଶୋଭାଯାତ୍ରା ସାମିଲ ହେବାକୁ ଅପେକ୍ଷା କରିଥିବା ଏକାଧିକ ଛୋଟ ପିଲା ମଧ୍ୟ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇଯାଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲୋକଙ୍କୁ ସୁରକ୍ଷାକର୍ମୀ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବେଙ୍ଗାଲୁରୁରେ ଆରମ୍ଭ ହୋଇଥିବା ବର୍ଷା ସ୍ଥିତିକୁ ଆହୁରି ସାଂଘାତିକ କରିଛି। ବର୍ଷାରୁ ବର୍ତ୍ତିବା ପାଇଁ ଲୋକମାନେ ଠେଲାପେଲା ହେବାରୁ ଦଳଚକଟା ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। 

ଆରସିବି ଟ୍ରଫି ଜିତିଥିବାରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରାଯାଉଛି। ଏଠାରୁ ଗୋଟିଏ ବିଜୟ ଶୋଭାଯାତ୍ରା ବାହାରିବାର ମଧ୍ୟ ଥିଲା। କିନ୍ତୁ ଏହା ପୂର୍ବରୁ ଷ୍ଟାଡିୟମ ଭିତରେ କର୍ଣ୍ଣାଟକା ସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଆରସିବିର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଏହାପରେ ହଠାତ ବର୍ଷା ହେବାରୁ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ଷ୍ଟାଡିୟମ ବାହାରେ ଦଳାଚକଟା ସ୍ଥିତି ଦେଖାଯାଇଥିଲା। ଏଥିରେ ୭ ଜଣଙ୍କ ଜୀବନ ଯାଇଛି।

Advertisment

ସ୍ଥିତିକୁ ଦେଖି ଚିନ୍ନାସ୍ୱାମୀ ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି। ଷ୍ଟାଡିୟମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ପୁଲିସ୍‌ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲେ ହେଁ ଷ୍ଟାଡିୟମ ବାହାରେ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି।

RCB Stampede