Advertisment

ଚାରିଆଡ଼େ ପଡ଼ିଥିଲା ଶବ, ମଝିରେ ସୁଇପର କରୁଥିଲେ ଘୃଣ୍ୟ କାମ

ଶବ ମଝିରେ ଜଣେ ସୁଇପର ଜୋରଜବରଦସ୍ତି ଜଣେ ମହିଳାଙ୍କ ସହ ଅସଦାଚରଣ କରୁଥିବାର ଭିଡ଼ିଓ ଭାଇରାଲ ହେଉଛି।

author-image
Niharika Rout
police

police

କୋଲକତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନିଆଁ ସମଗ୍ର ଦେଶରେ ଲାଗିଥିବା ବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ମଣିଷର ପାଶବିକ ପ୍ରବୃତ୍ତି ଜାଗ୍ରତ ହେଲେ ସ୍ଥାନ, କାଳ, ପାତ୍ର ବି ଭୁଲିଯାଏ।

Advertisment

ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀ ଦିଲ୍ଲୀର ଏକ ଶବଗୃହରେ ଘଟିଛି। ଶବ ମଝିରେ ଜଣେ ସୁଇପର ଜୋରଜବରଦସ୍ତି ଜଣେ ମହିଳାଙ୍କ ସହ ଅସଦାଚରଣ କରୁଥିବାର ଭିଡ଼ିଓ ଭାଇରାଲ ହେଉଛି। ନୋଏଡାର ସେକ୍ଟର ୯୪ରେ ଥିବା ଶବଗୃହରୁ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳୁଛି, ଶବ ଗୃହରେ ଚାରିଆଡ଼େ ଶବ ପଡ଼ି ରହିଛି। ଭିତରେ ଡିପ୍‌ ଫ୍ରିଜରରେ ବି ବଡ଼ି ରହିଛି। ଏହା ମଧ୍ୟରେ ସେଠାରେ କାମ କରୁଥିବା ଶେର ସିଂହ ନାମକ ସୁଇପର ଆଉ ଜଣେ ମହିଳା କର୍ମୀଙ୍କ ସହ ଜୋରଜବରଦସ୍ତି କରିବାରେ ଲାଗିଛନ୍ତି।

Advertisment

ମହିଳା କର୍ମୀଜଣକ ଏହାକୁ ବାରଣ କରୁଥିଲେ ବି ସୁଇପର ଶେର ସିଂହ ଜବରଦସ୍ତି ଭାବେ ତାଙ୍କ ସହ ଅସଦାଚରଣ କରିବାକୁ ପଛାଉ ନାହାନ୍ତି । ସେଠାରେ ଉପସ୍ଥତ ଅନ୍ୟମାନେ ଏହାଦେଖି ଭିଡିଓ କରୁଥିଲେ ବି କେହି ଏହାକୁ ବାରଣ କରୁ ନାହାନ୍ତି।

ଏହି ଭିଡିଓ ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ କଡ଼ା ତାଗିଦ କରିଛନ୍ତି। ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

ପୁଲିସ୍‌ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରି ୩ ଅଭିଯୁକ୍ତ ଶେର ସିଂହ, ପରବିନ୍ଦର ସିଂହ ଓ ଆମ୍ବୁଲାନ୍ସ ଚାଳକ ଭାନୁ ପ୍ରତାପଙ୍କୁ ଗିରଫ କରିଛି। ଏହି ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଶେର ସିଂହଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ଶବଗୃହରେ ଏପରି ଘୃଣ୍ୟ କାମର ଭିଡ଼ିଓ ଭାଇରାଲ ହେବା ପରେ ସମଗ୍ର ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। 

Delhi