Advertisment

ଜିତିଲେ କଂଗ୍ରେସର ରାଜ୍ୟ ମୁଖ୍ୟ ଡିକେ ଶିବକୁମାର, ପୂରା ରେଜଲ୍ଟ ଦେଖି ଖୁସିରେ କାନ୍ଦି ପକାଇଲେ

ଶିବକୁମାର ୨୫,୪୦୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆର ଅଶୋକା ୩,୮୧୩ ଖଣ୍ଡ ଭୋଟ ଓ ଜେଡିଏସର ବି ନାଗାରାଜୁ ୪,୮୯୮ ଖଣ୍ଡ ଭୋଟ ପାଇଛନ୍ତି। ଶିବକୁମାରଙ୍କ ଭୋଟ ଭାଗ ୭୧.୭୨% ରହିଛି।

ଅଦ୍ୟତନ ହୋଇଛି
Congress

Congress

Advertisment

କର୍ଣ୍ଣାଟକାରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଥିବା ବେଳେ ରାଜ୍ୟ ମୁଖ୍ୟ ଡିକେ ଶିବକୁମାର ଏକତରଫା ବିଜୟ ହାସଲ କରିଛନ୍ତି। ସେ କନକପୁରା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ବିପୁଳ ଭୋଟ ବ୍ୟବଧାନରେ ଜେଡିଏସ୍‌ ଓ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି।

Advertisment

ଶିବକୁମାର ୨୫,୪୦୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆର ଅଶୋକା ୩,୮୧୩ ଖଣ୍ଡ ଭୋଟ ଓ ଜେଡିଏସର ବି ନାଗାରାଜୁ ୪,୮୯୮ ଖଣ୍ଡ ଭୋଟ ପାଇଛନ୍ତି। ଶିବକୁମାରଙ୍କ ଭୋଟ ଭାଗ ୭୧.୭୨% ରହିଛି।

ଶିବକୁମାରଙ୍କ ବ୍ୟତୀତ ଛାଲାକେରେ ଓ ଧରୱାଡ ନିର୍ବାଚନ ମଣ୍ଡଳୀରୁ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି। ଛାଲାକେରେରେ କଂଗ୍ରେସ ପ୍ରାର୍ଥୀ ଟି ରଙ୍ଗମୂର୍ତ୍ତି ୧୬,୪୫୦ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ଧରୱାଡରୁ ବିନୟ କୁଲକର୍ଣ୍ଣୀ ବିଜେପି ପ୍ରାର୍ଥୀଙ୍କୁ ୧୮,୦୩୭ ଖଣ୍ଡ ଭୋଟରେ ହରାଇଛନ୍ତି।

Advertisment

କଂଗ୍ରେସ ବର୍ତ୍ତମାନ ୧୩୨ଟି ଆସନରେ ଲିଡ କରୁଥିବା ବେଳେ ବିଜେପି ୬୬ଟି, ଜେଡିଏସ ୨୨ ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗରେ ରହିଛନ୍ତି। କଂଗ୍ରେସ ଏକାକୀ ସରକାର ଗଠନ କରିବାକୁ ଯାଉଥିବା ବେଳେ ଆଶା ଠାରୁ ଅଧିକ ଆସନ ଜିତିବା ଏକପ୍ରକାରର ସ୍ପଷ୍ଟ ହେବାରେ ଲାଗିଛି।

ଏପରି ବିଜୟ ପରେ ଡିକେ ଶିବକୁମାର ଖୁସରେ କାନ୍ଦି ପକାଇଛନ୍ତି। ସେ ବିଜୟର ସବୁ ଶ୍ରେୟ କଂଗ୍ରେସ କର୍ମୀଙ୍କ କଠିନ ପରିଶ୍ରମକୁ ଦେଇଛନ୍ତି। ସେ କହିଛନ୍ତି, “କଂଗ୍ରେସ କର୍ମୀ ଓ ମୋର ନେତାମାନଙ୍କ ପରିଶ୍ରମ ଯୋଗୁ ସଫଳତା ମିଳିଛି। ଲୋକମାନେ ଆମ ଉପରେ ବିଶ୍ୱାସ ଦେଖାଇଛନ୍ତି।

ଏହା ସାମୁହିକ ନେତୃତ୍ୱର ବିଜୟ। ମୁଁ ସବୁବେଳେ କହିଛି ଯେ ଏକାଠି କାମ କଲେ ସଫଳତା ମିଳେ। ଏହା ଏକ ଆରମ୍ଭ। ଆମେ ଆଗକୁ ଅନେକ ବିକାଶ ମୂଳକ କାମ କରିବୁ।

ଗାନ୍ଧି ପରିବାର ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ କରିଥିବା ଭରସା ଅନୁସାରେ କଂଗ୍ରେସ କାମ କରିବ। ସିଦ୍ଦରମୈୟାଙ୍କ ସମେତ କର୍ଣ୍ଣାଟକାର ସବୁ ନେତା ଓ ବିଧାୟକଙ୍କୁ ମୁଁ ଧନ୍ୟବାଦ ଜଣାଉଛି।

ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ ମୁଁ କର୍ଣ୍ଣାଟକା ପାଇଁ କାମ କରିବି। ମୁଁ ଜେଲରେ ଥିବା ବେଳେ ସୋନିଆ ଗାନ୍ଧି ମୋତେ ଭେଟିବାକୁ ଆସିଥିଲି। ଏହାକୁ ମୁଁ କେବେ ହେଲେ ଭୁଲି ପାରିବି ନାହିଁ।” ଏକଥା କହିବା ବେଳେ ଶିବକୁମାର ଖୁସିରେ କାନ୍ଦି ମଧ୍ୟ ପକାଇଥିଲେ।

Congress Karnataka Karnataka Polls 2023 Karnataka Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe