Advertisment

'ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ରାଜ୍ୟ ସରକାର ଚେଷ୍ଟା କରିବେ'

ଗତକାଲି ରାତି ପ୍ରାୟ ଦେଢଟା ସମୟରେ ମୁଖ୍ୟ ଅପରାଧୀଙ୍କୁ ଗିରଫ କରାଯାଇଥିଲା ।

author-image
Manoj Swain
ଅଦ୍ୟତନ ହୋଇଛି
Manipur CM Biren Singh

Manipur CM Biren Singh

ମଣିପୁରରେ ଦୁଇଜଣ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇ ଚଲାଇ ନେବା ସମ୍ପର୍କିତ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ସାରା ଦେଶରେ ନିନ୍ଦା କରାଯାଉଛି। ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏହି ଘଟଣାକୁ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ କହିଛନ୍ତି, ଭିଡିଓଟି ସାମ୍ନାକୁ ଆସିବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଆଜି ସକାଳେ ଦୋଷୀଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଏହି ଘଟଣାକୁ ନେଇ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଚାଲିଛି ଏବଂ ଆମେ ନିଶ୍ଚିତ କରିବୁ ଯେ ସମସ୍ତ ଅପରାଧୀଙ୍କ ବିରୋଧରେ କଠୋରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯେଉଁଥିରେ ମୃତ୍ୟୁଦଣ୍ଡର ସମ୍ଭାବନାକୁ ମଧ୍ୟ ବିଚାର କରାଯିବ।

Advertisment

ମଣିପୁର ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତକାଲି ରାତି ପ୍ରାୟ ଦେଢଟା ସମୟରେ ମୁଖ୍ୟ ଅପରାଧୀଙ୍କୁ ଗିରଫ କରାଯାଇଥିଲା । ଏହି ଭିଡିଓ ଦେଖିଲା ପରେ ଆମକୁ ବହୁତ ଖରାପ ଲାଗିଲା। ଏହା ମାନବିକତା ବିରୁଦ୍ଧରେ ଅପରାଧ । ଅଭିଯୁକ୍ତଙ୍କୁ ଯେପରି ମୃତ୍ୟୁଦଣ୍ଡ ମିଳିବ ସେନେଇ ରାଜ୍ୟ ସରକାର ନିଶ୍ଚିତ ଚେଷ୍ଟା କରିବେ।

ମଣିପୁର ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ମଣିପୁରରେ ଯାହା ଘଟିଛି ତାହା ଅତ୍ୟନ୍ତ ଲଜ୍ଜାଜନକ । କୌଣସି ସଭ୍ୟ ସମାଜ ଏହାକୁ ଗ୍ରହଣ କରିବେନି । ଏହି ଘଟଣା ପାଇଁ କାହାକୁ ଛଡ଼ାଯିବନି । ସମଗ୍ର ଘଟଣାରେ ୧୪୦ କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି। 

Advertisment

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ମାଆ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସବୁ ରାଜ୍ୟରେ ଆଇନଶୃଙ୍ଖଳା ଅଧିକ ମଜଭୁତ କରାଯିବ । ସବୁ ମୁଖ୍ୟମନ୍ତ୍ରୀ ନିଜ ନିଜ ରାଜ୍ୟରେ ଆଇନଶୃଙ୍ଖଳାକୁ ଅଧିକରୁ ଅଧିକ ମଜଭୁତ କରନ୍ତୁ।

Manipur Violence Manipur Incident