Advertisment

ରୁଷ ସହ ମିଶି ୟୁକ୍ରେନ ବିରୋଧରେ ଲଢ଼ୁଛନ୍ତି ଭାରତୀୟ, ଦୂରେଇ ରହିବାକୁ କହିଲେ ଭାରତ ସରକାର

ଭାରତୀୟମାନେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଓ ରୁଷ-ୟୁକ୍ରେନ ବିବାଦ ଠାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଭାରତ ସରକାର ପରାମର୍ଶ ଦେଇଛନ୍ତି।

author-image
Hemant Lenka
Russia

Russia

ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧରେ ବଳପୂର୍ବକ ଭାରତୀୟଙ୍କୁ ବ୍ୟବହାର କରାଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ପରେ ଭାରତୀୟଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି ସରକାର। ଭାରତୀୟମାନେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଓ ରୁଷ-ୟୁକ୍ରେନ ବିବାଦ ଠାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଭାରତ ସରକାର ପରାମର୍ଶ ଦେଇଛନ୍ତି।

Advertisment

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀର ଜୈସୱାଲ କହିଛନ୍ତି, “କିଛି ଭାରତୀୟ ରୁଷ ଆର୍ମିରେ ଚାକିରି ପାଇଁ ଚୁକ୍ତି କରିଛନ୍ତି। ଏ ସମ୍ପର୍କରେ ଭାରତୀୟ ଦୂତାବାସ ନିୟମିତ ଭାବେ ରୁଷର ଉପଯୁକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରିଛନ୍ତି। ସେମାନଙ୍କୁ ସେଠାରୁ ଯଥାଶୀଘ୍ର ରିଲିଜ କରିବା ପାଇଁ କଥାବାର୍ତ୍ତା ଚାଲିଛି। ଆମେ ସମସ୍ତ ଭାରତୀୟ ନାଗରିକଙ୍କୁ କହିବାକୁ ଚାହୁଁଛୁ ଯେ ସେମାନେ ଅଧିକ ସତର୍କ ରୁହନ୍ତୁ। ଏଥିସହ ବିବାଦ ମଧ୍ୟରୁ ନିଜକୁ ଦୂରେଇ ରଖନ୍ତୁ।”

୩ ଜଣ ଭାରତୀୟଙ୍କୁ ବଳପୂର୍ବକ ରୁଷ ଆର୍ମିରେ ସାମିଲ କରାଯାଇଛି ଓ ସେମାନଙ୍କୁ ୟୁକ୍ରେନ ସହ ଯୁଦ୍ଧ କରିବାକୁ ବାଧ୍ୟ କରାଯାଇଛି ବୋଲି ଚଳିତ ସପ୍ତାହରେ ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ଦାବି କରିଥିଲେ। ସେମାନଙ୍କୁ ଯଥାଶୀଘ୍ର ସେଠାରୁ ଉଦ୍ଧାର କରିବା ପାଇଁ ଓୱେସୀ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଅନୁରୋଧ କରିଥିଲେ।

Advertisment

ହିନ୍ଦୁରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୩ ଜଣ ଭାରତୀୟ ଜଣେ ଏଜେଣ୍ଟଙ୍କ ଜାଲରେ ଫସିଥିଲେ। ଏହାପରେ ଏଜେଣ୍ଟ ଜଣଙ୍କ ସେମାନଙ୍କୁ ରୁଷ ଆର୍ମିରେ ସୁରକ୍ଷା ସହଯୋଗୀ ଭାବେ କାମ କରିବା ଆଳରେ ମସ୍କୋ ପଠାଇ ଦେଇଥିଲେ। ୩ ଜଣଙ୍କ ମଧ୍ୟରୁ ଜଣଙ୍କ ଘର ଉତ୍ତର ପ୍ରଦେଶ, ଆଉ ଜଣଙ୍କ ଘର ଗୁଜରାଟ ଓ ତୃତୀୟ ବ୍ୟକ୍ତିଙ୍କ ଘର ଜମ୍ମୁ-କଶ୍ମୀରରେ। ଏକଥା କାହାକୁ ଜଣା ନଥିଲା।

୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ପରିବାର ଲୋକ ହାଇଦ୍ରାବାଦରେ ରୁହନ୍ତି। ସେମାନେ ଓୱେସୀଙ୍କୁ ଭେଟି ଉଦ୍ଧାର ପାଇଁ ନିବେଦନ କରିଥିଲେ। ଏହାପରେ ଓୱେସୀ ଏକ୍ସରେ ପୋଷ୍ଟ କରି ଜୟଶଙ୍କର ସହାୟତା ଲୋଡ଼ିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ପ୍ରଥମ ଥର ପାଇଁ ରୁଷ ଆର୍ମି ସହ ମିଶି କୌଣସି ଭାରତୀୟ ୟୁକ୍ରେନ ସହ ଲଢ଼ୁଥିବା ଜଣାପଡ଼ିବା ପରେ ଭାରତ ସରକାର ଆଜି ଏଥିରୁ ଦୂରେଇ ରହିବାକୁ କହିଛନ୍ତି।

Russia-Ukraine War Russia Ukraine