Advertisment

କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍‌ ଜବ୍ସଙ୍କ ପତ୍ନୀ

ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍‌ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।

ଅଦ୍ୟତନ ହୋଇଛି
Laurene Powell Jobs

Laurene Powell Jobs

Advertisment

କୁମ୍ଭମେଳାରେ ଭାଗ ନେଇଥିବା ଆପଲ୍‌ର ସହ ପ୍ରତିଷ୍ଠାତା ଦିବଙ୍ଗତ ଷ୍ଟିଭ୍‌ ଜବ୍ସଙ୍କ ପତ୍ନୀ ଲରେନ୍‌ ପାୱେଲ ଅସୁସ୍ଥ। ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍‌ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ଏଭଳି ପରିବେଶରେ ଆଗରୁ କେବେ ରହିନଥିବାରୁ ତାଙ୍କର ଏଲର୍ଜି ହୋଇଯାଇଥିବା ଜଣାପଡ଼ିଛି।

Advertisment

ରବିବାର ରାତିରୁ ସେ ଆମେରିକାରୁ ଆସି ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି। ଗତକାଲି ସେ ପବିତ୍ର ସଙ୍ଗମ ସ୍ଥଳୀରେ ବୁଡ଼ ପକାଇଥିଲେ। ହେଲେ ଆଜି ସକାଳେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିବା ସ୍ୱାମୀ କୈଳାଶନନ୍ଦ ଗିରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେ ଆମ ଧର୍ମ ଓ ସଂସ୍କୃତି ବିଷୟରେ ଜାଣିବା ପାଇଁ ଏଠାକୁ ଆସିଛନ୍ତି। ହେଲେ ସେ ପୂର୍ବରୁ କେବେ ଏଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ରହିନଥିଲେ। ସେଥିପାଇଁ ତାଙ୍କର କିଛି ଏଲର୍ଜି ହୋଇଛି। ଅସୁସ୍ଥ ଥିବା ସତ୍ତ୍ୱେ ସେ ବୁଡ଼ ପକାଇବା ପାଇଁ ଆଗ୍ରହୀ।

ଉଲ୍ଲେଖ ଯୋଗ୍ୟ, ନୀରଞ୍ଜନ ଆଖଡାର ଆଚାର୍ଯ୍ୟ କୈଳାଶନନ୍ଦ ଗିରି ମହାରାଜ ଲରେନ୍‌ ପାୱେଲଙ୍କୁ ଆଧ୍ୟାତ୍ମିକ ନିବିଡ଼ତାର ପ୍ରତୀକ ଭାବେ କମଳା ନାମ ଦେଇଥିଲେ। ସେ ପ୍ରୟାଗରାଜ ଆସିବା ପୂର୍ବରୁ ବାରଣାସୀ ଯାଇଥିଲେ। ସେଠାରେ ସେ କାଶୀବିଶ୍ୱନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ। ତାଙ୍କ ସହ କୈଳାଶନନ୍ଦ ଗିରି ମହାରାଜ ମଧ୍ୟ କାଶୀବିଶ୍ୱନାଥ ମନ୍ଦିରରେ ଉପସ୍ଥିତ ଥିଲେ। ତେବେ ଜାନୁଆରୀ ୨୦ ତାରିଖରେ ଲରେନ୍‌ ପାୱେଲ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ଏଥିପାଇଁ ୧୫ ତାରିଖରେ ସେ ଆମେରିକା ଫେରିଯିବେ।

Advertisment
Prayagraj Maha Kumbha Mela Laurene Powell Steve Jobs's Wife
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe