Advertisment

ସନ୍ଦେଶଖାଲିର ଗୁମର ଖୋଲିଲେ ବିଜେପି ନେତା! ଶୁଭେନ୍ଦୁ ଅଧିକାରୀଙ୍କ ସମ୍ପର୍କରେ କହିଲେ ସାଂଘାତିକ କଥା

ଯୌନ ନିର୍ଯାତନା ଅଭିଯୋଗ ଆଣିବାକୁ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ହିଁ ମହିଳାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଗଙ୍ଗାଧର ଉକ୍ତ ଷ୍ଟିଙ୍ଗ ଭିଡିଓରେ କହୁଛନ୍ତି।

TMC

TMC

Advertisment

ଚଳିତ ଲୋକସଭା ନିର୍ବାଚନରେ ଶାସକ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧର ମୁଖ୍ୟ ପ୍ରସଙ୍ଗ ପାଲଟିଛି ସନ୍ଦେଶଖାଲି। ଏଠାରେ ଟିଏମସିର ଗୁଣ୍ଡା ବିଶେଷ କରି ଶେଖ ଶହାଜାହାଁ(ନିଲମ୍ବିତ ଟିଏମସି ନେତା) ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି।

Advertisment

ବିଜେପି ଏହାକୁ ଟିଏମସି ବିରୋଧରେ ମୁଖ୍ୟ ପ୍ରସଙ୍ଗ ମଧ୍ୟ କରିଛି। ହେଲେ ଗୋଟିଏ ଷ୍ଟିଙ୍ଗ ଅପରେସନର ଭିଡିଓ ସନ୍ଦେଶଖାଲି ସତର ଗୁମର ଖୋଲି ଦେଇଛି।

ଉକ୍ତ ଭିଡିଓରେ ସ୍ଥାନୀୟ ବିଜେପିର ଜଣେ ନେତାଙ୍କ ସ୍ୱୀକାରୋକ୍ତି ରହିଛି। ଏଥିରେ ସେ ସ୍ୱୀକାର କରିଛନ୍ତି ଯେ ସନ୍ଦେଶଖାଲିରେ କୌଣସି ମହିଳାଙ୍କୁ ଯୌନ ନିର୍ଯାତନା କିମ୍ବା ଦୁଷ୍କର୍ମ କରାଯାଇ ନାହିଁ। ମହିଳାମାନେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କଥାରେ ପଡ଼ି ଗଣମାଧ୍ୟମ ଓ ପୁଲିସ୍‌ରେ ମିଛ ଅଭିଯୋଗ କରିଥିଲେ ବୋଲି ଉକ୍ତ ବିଜେପି ନେତା ଜଣଙ୍କ ଭିଡିଓରେ ସ୍ୱୀକାର କରିଛନ୍ତି।

Advertisment

ଉକ୍ତ ଭିଡିଓ ଭାଇରାଲ ହେବା ପରେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ବିରୋଧରେ ନିଜର ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତି। ପଶ୍ଚିମବଙ୍ଗକୁ ବଦନାମ କରିବା ପାଇଁ ବିଜେପି ନାଟକ କରିଥିଲା ବୋଲି ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି। ତେବେ ବିଜେପି ଏହାକୁ ଖଣ୍ଡନ କରିଛି।

ରାଜଭବନର ଅସ୍ଥାୟୀ କର୍ମଚାରୀଙ୍କ ଦ୍ୱାରା ଅସଦାଚରଣ ମାମଲାରେ ଫସିଥିବା ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ମଧ୍ୟ ସନ୍ଦେଶଖାଲିକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ସନ୍ଦେଶଖାଲିକୁ ନେଇ ଭିଡିଓ ସାମ୍ନାକୁ ଆସିଛି।

ଭିଡିଓ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ହେଁ ବିଜେପି ଏହାକୁ ସ୍ୱୀକାର କରି ନାହିଁ। ସ୍ୱରକୁ ଏଡିଟ କରି ଭିଡିଓ ପ୍ରସ୍ତୁତ ହୋଇଥିବା ଦଳ ସଫେଇ ଦେଇଛି।

ଭିଡିଓ ବିଜେପିର ମଣ୍ଡଳ ସଭାପତି ଗଙ୍ଗାଧର କୋଏଲ ରହିଛି। ସେ ସ୍ପଷ୍ଟ ଭାବେ କହୁଛନ୍ତି ଯେ ମହିଳାମାନେ ଶେଖ ଶାହାଜାହାଁଙ୍କ ବିରୋଧରେ ଜମି ହଡ଼ପ କରିବା ମାମଲାରେ ଆନ୍ଦୋଳନ କରୁଥିଲେ। ହେଲେ ବିଜେପି ସେମାନଙ୍କୁ କହିଥିଲା ଯେ ଯୌନ ନିର୍ଯାତନା ଅଭିଯୋଗ ନ ଆଣିବା ଯାଏ ଶାହାଜାହାଁ ଗିରଫ ହେବେ ନାହିଁ।

ଯୌନ ନିର୍ଯାତନା ଅଭିଯୋଗ ଆଣିବାକୁ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ହିଁ ମହିଳାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଗଙ୍ଗାଧର ଉକ୍ତ ଷ୍ଟିଙ୍ଗ ଭିଡିଓରେ କହୁଛନ୍ତି।

ଶାହାଜାହାଁ ଓ ତାଙ୍କର ଦୁଇ ଜଣ ସହଯୋଗୀ ସିନ୍ଦେଶଖାଲିରେ ମହିଳାମାନଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ବିଜେପି ପ୍ରସଙ୍ଗ କରି ପୂରା ପଶ୍ଚିମବଙ୍ଗରେ ବିକ୍ଷୋଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପ୍ରସଙ୍ଗ କରି ଟିଏମସିକୁ ତୀବ୍ର ସମାଲୋଚନା କରିଥିଲେ।

ଅନ୍ୟପକ୍ଷରେ ସ୍ୱୀକାର ଉକ୍ତିର ଭିଡିଓ ଭାଇରାଲ ହେବା ପରେ ଗଙ୍ଗାଧର ଏଥିରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ଏସବୁ ଷଡ଼ଯନ୍ତ୍ରର ଅଂଶବିଶେଷ ଓ ଟେକ୍ନୋଲୋଜି ବ୍ୟବହାର କରି ତାଙ୍କ ସ୍ୱରକୁ ଏଡିଟ କରାଯାଇଛି। ସେହିପରି ସେ ସନ୍ଦେଶଖାଲି ମାମଲାର ତଦନ୍ତ କରୁଥିବା ସିବିଆଇରେ ମଧ୍ୟ ଅଭିଯୋଗ କରିଛନ୍ତି।

TMC Bjp Protest Sandeshkhali Protest Sandeshkhali Case Sandeshkhali Row Sandeshkhali Violence Sheikh Shahjahan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe