Advertisment

ଚୋରଙ୍କୁ ମହିଳାଙ୍କ ଅଫର୍‌, ମୋ’ ସ୍ୱାମୀଙ୍କ କାର୍‌ ଚୋରି କର

ସ୍ୱାମୀଙ୍କ କାର୍‌ ଚୋରି କରିବାକୁ ଚୋରଙ୍କୁ ବଡ ଅଫର ଦେଲେ ପତ୍ନୀ। ଦେଖାଇଲେ ଟଙ୍କା ଲୋଭ । ଏହି ଚୋରି ଘଟଣା ପାଇଁ ଖୋଦ ପତ୍ନୀ ସାଜିଥିଲେ ମାଷ୍ଟର ମାଇଣ୍ଡ, ରଚିଥିଲେ ବ୍ଲୁ ପ୍ରିଣ୍ଟ।

author-image
Niharika Rout
Arrest

Arrest

ସ୍ୱାମୀଙ୍କ କାର୍‌ ଚୋରି କରିବାକୁ ଚୋରଙ୍କୁ ବଡ ଅଫର ଦେଲେ ପତ୍ନୀ। ଦେଖାଇଲେ ଟଙ୍କା ଲୋଭ । ଏହି ଚୋରି ଘଟଣା ପାଇଁ ଖୋଦ ପତ୍ନୀ ସାଜିଥିଲେ ମାଷ୍ଟର ମାଇଣ୍ଡ, ରଚିଥିଲେ ବ୍ଲୁ ପ୍ରିଣ୍ଟ। ଏପରିକି କାର୍‌ ଚୋରି ପରେ ମିଳିବାକୁ ଥିବା ଟଙ୍କାକୁ ଭାଗବଣ୍ଟା କରିବାକୁ ବି କଥା ଛିଣ୍ଡିଥିଲା। ମାତ୍ର ସବୁ ଯୋଜନା ପଣ୍ଡ ହୋଇଗଲା। କାର୍‌ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ଫେରାର ଅଛନ୍ତି ମାଷ୍ଟର ମାଇଣ୍ଡ ମାଲିକାଣି। ଏପରି ଏକ ଅଜବ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦର ନନ୍ଦଗ୍ରାମ ଥାନା ଅଞ୍ଚଳରେ ଘଟିଛି।

Advertisment

ନନ୍ଦଗ୍ରାମ୍‌ ଥାନା ଅଞ୍ଚଳରେ ଥିବା ମହିଳା ପବିତ୍ରା ନିଜ ସ୍ୱାମୀଙ୍କ କାର୍‌କୁ ଚୋରି କରାଇବା ନିମନ୍ତେ ରଚିଥିଲେ ଷଡଯନ୍ତ୍ର । ଏହି ପ୍ଲାନ୍‌ରେ ସେ ନିଜର ଦୁଇ ସାଙ୍ଗଙ୍କୁ ସାମିଲ କରିଥିଲେ। ଚୋରି ଗାଡ଼ିକୁ ବିକ୍ରି କରିବା ସହ ଇନ୍ସ୍ୟୁରାନ୍ସ କମ୍ପାନୀଠୁ ଟଙ୍କା଼ ଆଦାୟ କରି ତାହାକୁ ଭାଗବଣ୍ଟା କରିବାକୁ ହୋଇଥିଲା ଯୋଜନା।

ଯୋଜନା ମୁତାବକ, ପବିତ୍ରା ନିଜ ସାଙ୍ଗଙ୍କୁ କାର୍‌ର ଡୁପ୍ଲିକେଟ ଚାବି ଦେଇଥିଲେ। ଉକ୍ତ ଚାବି ସାହାଯ୍ୟରେ ସେମାନେ ଗାଡ଼ି ଚୋରି କରି ନେବା ସହ ତା’ ନମ୍ବର ପ୍ଲେଟ ବଦଳାଇ ଦେଇଥିଲେ। ଏଥିସହ ଗାଡ଼ିର ଆଉ ଏକ ଚାବି କରିଥିବା ବେଳେ ଉକ୍ତ ଚାବିକୁ ସେମାନେ ପବିତ୍ରାଙ୍କୁ ଫେରାଇ ଦେଇଥିଲେ।

Advertisment

ଏନେଇ ପବିତ୍ରାଙ୍କ ସ୍ୱାମୀ ନୀତିନ ତ୍ୟାଗି ଗତ ୬ ତାରିଖରେ ଥାନାରେ ମାମଲା ରୁଜୁ କରିଥିଲେ। ପୁଲିସ୍‌ ସିସିଟିଭି ଫୁଟେଜ ଖୋଳତାଡ଼ କରି କାର୍‌ ଚୋରି ଅଭିଯୋଗରେ ଗୌରବ ଶର୍ମା ଓ ଆକାଶ ତ୍ୟାଗୀ ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ନାମରେ ପୂର୍ବରୁ ବି ଥାନାରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ପଚରାଉଚରା ବେଳେ ସେମାନେ ଯାହା କହିଲେ ପୁଲିସ୍‌ ଅଧିକାରୀ ଚକିତ ହୋଇଗଲେ।

ଗାଡ଼ିର ମାଲିକାଣି ହିଁ ଏହି ଚୋରିର ମାଷ୍ଟରମାଇଣ୍ଡ ବୋଲି ସେମାନେ ପୁଲିସ୍‌କୁ କହିଥିଲେ। ପୁଲିସ୍‌ ଏବେ ପବିତ୍ରାଙ୍କୁ ଖୋଜୁଥିବା ବେଳେ ସେ ଫେରାର ହୋଇ ଯାଇଛନ୍ତି। ତେବେ ଏହି ଚୋରି ପ୍ଲାନ୍‌ରେ ପବିତ୍ରାଙ୍କ ସ୍ୱାମୀ ସାମିଲ ଅଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନି।

Uttar Pradesh