Advertisment

ଥମୁନି ନିର୍ବାଚନୀ ହିଂସା, ବିଜେପି ନେତାଙ୍କ କନଭୟ ଉପରକୁ ପଥର ମାଡ଼

ବିଜେପି ନେତାଙ୍କ କାର୍‌ର କାଚ ଭାଙ୍ଗିବା ସହ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପଥର ମାଡ ଯୋଗୁ ଅନେକ ଲୋକେ ଆହତ ମଧ୍ୟ ହୋଇଛନ୍ତି।

Stone Attack

Stone Attack

Advertisment

ପଶ୍ଚିମବଙ୍ଗରେ ଭୋଟିଂ ବେଳେ ହିଂସା। ବିଜେପି ନେତା ଦିଲୀପ ଘୋଷଙ୍କ କନଭୟ ଉପରକୁ ହୋଇଛି ପଥର ମାଡ। ଏଥିରେ ତାଙ୍କ କାର୍‌ର କାଚ ଭାଙ୍ଗିବା ସହ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ସେହିପରି ପଥର ମାଡ ଯୋଗୁ ଅନେକ ଲୋକେ ଆହତ ହୋଇଛନ୍ତି।

Advertisment

ବର୍ଦ୍ଧମାନ ଦୁର୍ଗାପୁରରୁ ବିଜେପି ପ୍ରାର୍ଥୀ ଦିଲୀପ ଘୋଷ ଆଜି ଭୋଟିଂ ଚାଲିଥିବା ବେଳେ ପୂର୍ବ ବର୍ଦ୍ଧମାନ ଜିଲ୍ଲାର କଲନାଗୋଟ୍ କୋପି ବାଗାନରେ ଥିବା ଶିଶୁ ଶିକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଏଠାରେ ସେ ପହଞ୍ଚିବା ପରେ ବିଜପେ କର୍ମୀମାନେ ଜୟ ଶ୍ରୀରାମ ନାରା ଦେଇଥିଲେ। ଏହାକୁ ଦେଖି ତୃଣମୂଳ କଂଗ୍ରେସ କର୍ମୀ ମଧ୍ୟ ଜୟ ବଙ୍ଗଳା ନାରା ଦେଇଥିଲେ। ଏହାପରେ ଉଭୟ ଦଳର କର୍ମୀଙ୍କ ମଧ୍ୟ ବିବାଦ ଉପୁଜିଥିଲା।

ବିଜେପି ପ୍ରାର୍ଥୀଙ୍କ ଗାଡି ଭିତରୁ ସୁରକ୍ଷାକର୍ମୀ ବାହାରକୁ ଆସି ଟିଏମ୍‌ସି ଜଣେ କର୍ମୀଙ୍କ ଉପରେ ଲାଠି ମାଡ କରିଥିଲେ। ଏହାପରେ ସ୍ଥିତି ଅଶାନ୍ତ ହୋଇପଡିଥିଲା। ଦୁଇ ଗୋଷ୍ଠୀ ମଧ୍ୟ ହସାଂତ୍ମକ ସଂଘର୍ଷ ହୋଇଥିଲା। ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ଗାଡି ଉପରକୁ ଟିଏମ୍‌ସି କର୍ମୀମାନେ ପଥର ମାଡ କରିଥିଲେ। ବିବାଦ ବଢ଼ିବା ପରେ ଘଟଣାସ୍ଥଳରୁ ଦିଲୀପ ଘୋଷ ଓ ତାଙ୍କ ସୁରକ୍ଷାକର୍ମୀ ପଳାଇ ଯାଇଥିଲେ। ସେପଟେ ମତଦାନ କେନ୍ଦ୍ରରେ ଅଶାନ୍ତି ପରେ ସମସ୍ତ କର୍ମୀଙ୍କୁ ବାହାରକୁ ବହାର କରିଦିଆ ଯାଇଥିଲା।

Advertisment

ସେପଟେ ଦୁର୍ଗାପୁରରେ ମଧ୍ୟ ଟିଏମ୍‌ସି ଓ ବିଜେପି କର୍ମୀଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ଗାପୁରରେ ପୋଲିଂ ବୁଥ ବାହାରେ ଟିଏମ୍‌ସିର କର୍ମୀମାନେ ତାଙ୍କ ଷ୍ଟଲ୍‌କୁ ଭାଙ୍ଗି ଦେଇଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି। ସେପଟେ ବିଜେପି ନେତାମାନେ ଭୋଟର୍‌ଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ନେଇ ଟିଏମ୍‌ସି ଅଭିଯୋଗ ଆଣିଛି।

ଆଜି ଦେଶର ଲକୋସଭା ନିର୍ବାଚର ଚର୍ତୁଥ ପର୍ଯ୍ୟାୟ ମତଦାନ ଚାଲିଛି। ସକାଳ ୭ଟାରୁ ୧୦ଟି ରାଜ୍ୟର ୯୬ ଆସନାରେ ଭୋଟିଂ ଜାରି ରହିଛି।

Dilip Ghosh West Bengal Stone Attack Loksabha Election 2024 Election Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe