Advertisment

ଜେଏନୟୁରେ 'ଦି ସାବରମତି ରିପୋର୍ଟ' ସ୍କ୍ରିନିଂ ବେଳେ ହଙ୍ଗାମା

ପୋଷ୍ଟର ଚିରିବା ସହ ପଥର ମାଡ଼ କଲେ ଗୋଟିଏ ଛାତ୍ରଗୋଷ୍ଠୀ। ବାମପନ୍ଥୀ ଛାତ୍ରଙ୍କୁ ଦାୟୀ କଲା ଏବିଭିପି।

The Sabarmati Report Screening in JNU

The Sabarmati Report Screening in JNU

Advertisment

ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର 'ଦି ସାବରବତୀ ରିପୋର୍ଟ' ସ୍କ୍ରିନିଂକୁ ନେଇ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅଶାନ୍ତି ଦେଖାଦେଇଛି। ଫିଲ୍ମର ସ୍କ୍ରିନିଂକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ପୋଷ୍ଟର ଚିରିବା ସହ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ସେପଟେ ସବୁବେଳେ ଏବିଭିପି କାର୍ଯ୍ୟକ୍ରମରେ ବାମପନ୍ଥୀ ଛାତ୍ରଗୋଷ୍ଠୀ ବାଧା ସୃଷ୍ଟି କରୁଥିବା ଏବିଭିପି ପକ୍ଷରୁ ଅଭିଯୋଗ କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ନିକଟରେ ମୁକ୍ତିଲାଭ କରିଥିବା ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର 'ଦି ସାବରମତି ରିପୋର୍ଟ'ର ସ୍କ୍ରିନିଂ ଆୟୋଜନ କରାଯାଇଥିଲା। ହେଲେ ବିଶ୍ୱବିଦ୍ୟାଳୟରେ ଗୋଟିଏ ଛାତ୍ର ଗୋଷ୍ଠୀ ଏହାକୁ ବିରୋଧ କରି ପୋଷ୍ଟର ଚିରିଥିଲେ। ଜଣେ ଏବିଭିପି ଛାତ୍ର ଅଭିଯୋଗ କରିଛନ୍ତି ଯେ ବାମପନ୍ଥୀ ଛାତ୍ରମାନେ ବାରମ୍ବାର ଏଭଳି କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ଆମେ ଏକ ଚଳଚ୍ଚିତ୍ରର ସ୍କ୍ରିନିଂ ଆୟୋଜନ କରିଥିଲୁ, ସେତେବେଳେ ମଧ୍ୟ ସେମାନଙ୍କ ଦ୍ୱାରା ସମାନ କାର୍ଯ୍ୟ କରାଯାଇଥିଲା। ଆଜି ବି ଲେଫ୍ଟ ଛାତ୍ରଗୋଷ୍ଠୀଙ୍କ ଦ୍ୱାରା ପଥର ମାଡ଼ରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି।

ପ୍ରକାଶ ଥାଉ, 'ଦି ସାବରବତୀ ରିପୋର୍ଟ' ଚଳଚ୍ଚିତ୍ର ନିକଟରେ ସାରା ଦେଶରେ ବେଶ ଚର୍ଚ୍ଚାରେ ରହିଛି। ଏହି ଚଳଚ୍ଚିତ୍ରଟି ୨୦୦୨ ଗୁଜରାଟ ଦଙ୍ଗାର ପୃଷ୍ଠଭୂମି ଉପରେ ଆଧାରିତ। ଫିଲ୍ମ ରିଲିଜ ହେବା ପରଠାରୁ ଏହାକୁ ନେଇ ବିବାଦ ଲାଗି ରହିଛି। କିଛି ଲୋକ ଏହି ଚଳଚ୍ଚିତ୍ରକୁ ଏକପାଖିଆ ବୋଲି ବର୍ଣ୍ଣନା କରିଥିବାବେଳେ ଅନ୍ୟମାନେ ଏହାକୁ ପ୍ରଶଂସା କରିଛନ୍ତି। ଓଡ଼ିଶା ସମେତ ଅନେକ ଏନଡିଏ ଶାସିତ ରାଜ୍ୟ ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ ଘୋଷଣା କରିଛନ୍ତି।

Advertisment
JNU ABVP The Sabarmati Report Jawaharlal Nehru University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe