Advertisment

ମସଜିଦ ସମ୍ମୁଖରେ ଯାଉଥିଲା ଅକ୍ଷୟ କଳସ ଶୋଭାଯାତ୍ରା, ଅଚାନକ ହେଲା ପଥର ମାଡ଼

ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ଥାନୀୟ ଅଞ୍ଚଳରେ ବହୁ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Attack

Attack

ଅକ୍ଷୟ କଳସ ଯାତ୍ରା ଉପରକୁ ହେଲା ପଥର ମାଡ଼ । ତାହା ପୁଣି ଏକ ମସଜିଦ ସମ୍ମୁଖରେ । ଏଥିରେ ବହୁ ଲୋକ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ଥାନୀୟ ଅଞ୍ଚଳରେ ବହୁ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ହରାୟପୁରରେ ଘଟିଛି।

Advertisment

ଗତକାଲି ସନ୍ଧ୍ୟା ୭ଟା ବେଳେ ଅକ୍ଷୟ କଳସ ଯାତ୍ରା ଲାଲପୁରରୁ ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରାରେ ଶତାଧିକ ଲୋକ ସାମିଲ ହୋଇଥିଲେ। ଶୋଭାଯାତ୍ରା ହରାୟପୁର କ୍ଷେତ୍ରରୁ ବାହାରୁଥିବା ବେଳେ ଏକ ମସଜିଦ ସମ୍ମୁଖରେ ଅଚାନକ ପଥର ମାଡ଼ ହୋଇଥିଲା। ଅଚାନକ ଏପରି ପଥର ମାଡ଼ ଯୋଗୁ ବହୁ ଲୋକ ସ୍ଥାନୀୟ ଅଞ୍ଚଳରୁ ଛତ୍ରଭଙ୍ଗ ଦେଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ।

ଏହି ଉତ୍ତେଜନାକୁ ଦେଖି ଘଟଣାସ୍ଥଳରେ ବହୁ ପୁଲିସ୍‌ ଫୋର୍ସ ମୁତୟନ କରା ଯାଇଛି। ଆରଏସ୍‌ଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ବହୁ ସଂଖ୍ୟାରେ ହିନ୍ଦୁ ସଙ୍ଗଠନ ଲୋକେ ପହଞ୍ଚି ପଥର ମାଡ଼କୁ ତୀବ୍ର ବିରୋଧ କରିଥିଲେ। ଫଳରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଆରଏସଏସ କାର୍ଯ୍ୟାଳୟ ସମ୍ମୁଖରେ ବହୁ ସଂଖ୍ୟାରେ ପୁଲିସ୍‌ ବଳ ମୁତୟନ କରାଯାଇଛି।

Advertisment

ଖବର ପାଇ ଶାଜାପୁର ବିଧାୟକ ଅରୁଣ ଭିମାବଦ ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ୍‌ ନିଜ କାମ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଧରାଯିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏଥିସହ ସେ ହସ୍ପିଟାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

Madhya Pradesh