Advertisment

ଜେଏନ୍‌ୟୁ ଅଶାନ୍ତ; ମୋଦିଙ୍କ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ବେଳେ ପଥର ମାଡ଼

ଏହି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରାଯିବାକୁ ନେଇ କ୍ୟାମ୍ପସ୍‌ ପରିସରରେ ଘଟିଯାଇଛି ମହାଭାରତ । ଏପରିକି ଏଥିଯୋଗୁ ଛାତ୍ର ସଂଘ ଓ ଏବିଭିବି ମୁହାଁମୁହିଁ ହୋଇଛନ୍ତି।

Jnu campus

Jnu campus

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ତରଫରୁ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମକୁ ନେଇ ଜେଏନ୍‌ୟୁ କ୍ୟାମ୍ପସ୍‌ରେ ଘଟିଛି ତୁମୁଳ କାଣ୍ଡ । କଲେଜ ପ୍ରଶାସନର ବାରଣ ସତ୍ତ୍ୱେ ଛାତ୍ର ସଂଘ ପକ୍ଷରୁ ଏହି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରାଯିବାକୁ ନେଇ କ୍ୟାମ୍ପସ୍‌ ପରିସରରେ ଘଟିଯାଇଛି ମହାଭାରତ । ଏପରିକି ଏଥିଯୋଗୁ ଛାତ୍ର ସଂଘ ଓ ଏବିଭିବି ମୁହାଁମୁହିଁ ହୋଇଛନ୍ତି। କଲେଜ ଚତୁଃର୍ଦିଗରେ ପୁଲିସ୍‌ ପଇଁତରା ମାରୁଥିବା ବେଳେ ଭିତରେ ପରିସ୍ଥିତି ଉତ୍ତେଜନାମୂଳକ ଥିବା ଜଣାଯାଇଛି।

Advertisment

ବିବିସି ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ମତ ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଆରମ୍ଭ ହୋଇ ସାରିଛି। ଏପରିକି ଏହାର ଲିଙ୍କ୍‌ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ୱିଟର ଓ ୟୁଟୁବୁକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ମଧ୍ୟରେ ଜେଏନ୍‌ୟୁ କ୍ୟାମ୍ପସ୍‌ରେ ଏହାର ସ୍କ୍ରିନିଂ ପାଇଁ ଛାତ୍ର ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାକୁ କଲେଜ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନ ଥିଲା। ଏପରିକି ସ୍କ୍ରିନିଂ କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ଚେତାବନୀ ଦିଆଯାଇଥିଲା।

ହେଲେ ଛାତ୍ର ସଂଘ ପକ୍ଷରୁ ଏହାକୁ ଖାତିର ନ କରି ଗତକାଲି ରାତିରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଏହାର ସ୍କ୍ରିନିଂ ବ୍ୟବସ୍ଥା କରାଯାଇଥିଲା। ଏହାକୁ ଦେଖିବାକୁ ଶତାଧିକ ଛାତ୍ର ଏକାଠି ହୋଇଥିଲେ। ହେଲେ ସ୍କ୍ରିନିଂ ପୂର୍ବରୁ କ୍ୟାମ୍ପସ୍‌ ପରିସରରେ ଲାଇନ୍‌ କଟି ଯାଇଥିଲା। ଏହାପରେ ଛାତ୍ରଛାତ୍ରୀମାନେ ମୋବାଇଲ ଟର୍ଚ୍ଚ ଜଳାଇ ଡକ୍ୟୁମେଣ୍ଟାରୀ ଦେଖିଥିଲେ। ଅନ୍ଧାରର ସୁଯୋଗ ନେଇ ଏକାଠି ହୋଇଥିବା ଛାତ୍ରଙ୍କ ଉପରକୁ ଅତର୍କିତ ଭାବେ ପଥର ମାଡ଼ ହୋଇଥିଲା। ଏହାକୁ ନେଇ କଲେଜ କ୍ୟାମ୍ପସ୍‌ ଏକ ପ୍ରକାର ଅଶାନ୍ତ ହୋଇ ପଡ଼ିଲା।

Advertisment

ଏବିଭିପି ଏହି ପଥର ମାଡ଼ କରିଥିବା ଛାତ୍ର ସଂଘ ଅଭିଯୋଗ କରୁଥିବା ବେଳେ ଏବିଭିପି ଏହାକୁ ସ୍ୱୀକାର କରୁନି। ଏପରିକି ପଥର ମାଡ଼ କରୁଥିବା ୨ ଛାତ୍ରଙ୍କୁ ସେମାନେ ଚିହ୍ନଟ କରିଥିବା ବି ଦାବି କରିଛନ୍ତି। ଏନେଇ ପୁଲିସ୍‌କୁ ଅବଗତ କରାଯିବାରୁ ପୁଲିସ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଛାତ୍ର ସଂଘ ଅଭିଯୋଗ କରିଛି।

ଏପରିକି ଏହା ବିରୋଧରେ ଶତାଧିକ ଛାତ୍ର ରାଲି କରି ବସନ୍ତ କୁଞ୍ଜ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଲେଜ ପରିସରରେ ତଥା ବାହାରେ ବହୁ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।

JNU
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe