Advertisment

"ମାଇଁ ଲର୍ଡ" ନ କହିଲେ ଦରମାର ଅଧା ଦେଇଦେବି: ସୁପ୍ରିମକୋର୍ଟ ବିଚାରପତି

ଜଷ୍ଟିସ୍ ଏସ୍ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରୁଥିଲେ। ଜଷ୍ଟିସ୍ ନିରସିଂହ ମଧ୍ୟ ଏହି ବେଞ୍ଚରେ ଥିଲେ।

Representative Image

Representative Image

Advertisment

ସୁପ୍ରିମକୋର୍ଟ ବିଚାରପତିଙ୍କୁ ବିରକ୍ତ କଲା "ମାଇଁ ଲର୍ଡ" ଏବଂ "ଇଓର୍ ଲର୍ଡସିପ୍" ସମ୍ବୋଧନ। ନ୍ୟାୟିକ ପ୍ରକ୍ରିୟାରେ ଏପରି ସମ୍ବୋଧନ ସାଧାରଣ କଥା ହେଲେ ମଧ୍ୟ ଜଣେ ବିଚାରପତି ବିରକ୍ତ ଭାବ ପ୍ରକାଶ କରିଛନ୍ତି। ଏକ ମାମଲାର ଶୁଣାଣି ସମୟରେ ଜଣେ ବରିଷ୍ଠ ଆଇନଜୀବୀ ବାରମ୍ବାର "ମାଇଁ ଲର୍ଡ" କିମ୍ବା "ଇଓର୍ ଲର୍ଡସିପ୍" କହିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଜଷ୍ଟିସ୍ ପିଏସ୍ ନରସିଂହ।

Advertisment

ସୂଚନା ଅନୁସାରେ, ଜଷ୍ଟିସ୍ ଏସ୍ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରୁଥିଲେ। ଜଷ୍ଟିସ୍ ନିରସିଂହ ମଧ୍ୟ ଏହି ବେଞ୍ଚରେ ଥିଲେ। ବିଚାର ସମୟରେ ଜଣେ ବରିଷ୍ଠ ଆଇନଜୀବୀ ବାରମ୍ବାର "ମାଇଁ ଲର୍ଡ" ଏବଂ "ଇଓର୍ ଲର୍ଡସିପ୍" ସମ୍ବୋଧନ କରିଥିଲେ। ଫଳରେ ବିରକ୍ତ ହୋଇ ଜଷ୍ଟିସ୍ ନିରସିଂହ କହିଥିଲେ, "ତୁମେ କେତେଥର 'ମାଇଁ ଲର୍ଡ' କହିବ? ଯଦି ଆପଣ ଏପରି କହିବା ବନ୍ଦ କରନ୍ତି, ତେବେ ମୁଁ ମୋ ଦରମାର ଅଧା ଦେଇଦେବି।

ଜଷ୍ଟିସ୍ ନରସିଂହ ଆହୁରି କହିଛନ୍ତି, "ଆପଣ ଏହା ବଦଳରେ କାହିଁକି 'ସାର୍' ବ୍ୟବହାର କରୁନାହାଁନ୍ତି। ଯଦି ଆଗକୁ ଏପରି କହିବେ ତେବେ ଆପଣ କେତେଥର "ମାଇଁ ଲର୍ଡ", "ଇଓର୍ ଲର୍ଡସିପ୍" କହୁଛନ୍ତି ତାହା ଗଣିବା ଆରମ୍ଭ କରିବି।"

Advertisment

ପ୍ରକାଶ ଥାଉକି, ନ୍ୟାୟିକ ପ୍ରକ୍ରିୟାରେ ଓକିଲମାନେ, ଯୁକ୍ତି ସମୟରେ ବିଚାରପତିମାନଙ୍କୁ "ମାଇଁ ଲର୍ଡ" କିମ୍ବା "ଇଓର୍ ଲର୍ଡସିପ୍" ଭାବରେ ସମ୍ବୋଧିତ କରନ୍ତି। ଏହି ଅଭ୍ୟାସକୁ ବିରୋଧ କରୁଥିବା ଲୋକେ ଏହାକୁ ଉପନିବେଶ ଯୁଗର ପରମ୍ପରା ଏବଂ ଦାସତ୍ୱ ପ୍ରଥା ଭାବେ ବିଚାର କରନ୍ତି। ଯଦିଓ 2006ରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଏକ ସଂକଳ୍ପ ପାରିତ କରିଥିଲା ଯେ, କୌଣସି ଓକିଲ ବିଚାରପତିଙ୍କୁ "ମାଇଁ ଲର୍ଡ"  ଏବଂ "ଇଓର୍ ଲର୍ଡସିପ୍" ଭାବରେ ସମ୍ବୋଧିତ କରିବେ ନାହିଁ, ତଥାପି ଏବେ ମଧ୍ୟ ଏହି ଅଭ୍ୟାସ ରହିଆସିଛି। 

My Lord Supreme Court Judge Your Lordships
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe