Advertisment

ଦୁନିଆର ସର୍ବ କନିଷ୍ଠ ସିରିଏଲ କିଲର; ୮ ବର୍ଷ ବୟସରେ ନେଇଥିଲା ୪ ଜୀବନ

ବିହାରର ୮ ବର୍ଷର ନାବାଳକ ଅମରଜିତ ସଦା ଦିନେ ପାଲଟିଥିଲା ଦୁନିଆର ସବୁଠୁ ଛୋଟ ସିରିଏଲ କିଲର। ଅମରଜିତକୁ ଦୁନିଆର ସବୁଠୁ ଛୋଟ ସିରିଏଲ କିଲର ଓ ବିହାରର ମିନି ସିରିଏଲ କୁହାଯାଇଥାଏ ।

ଅଦ୍ୟତନ ହୋଇଛି
undefined

Minor Boy

Advertisment

ସିରିଏଲ କିଲର୍‌ ନାଁ ଶୁଣିଲେ ମନକୁ ଭୟଙ୍କର ଚିତ୍ର ଚାଲିଆସେ। କେହି ବ୍ୟକ୍ତି ହାତରେ ଛୁରି, ବନ୍ଧୁକ କିମ୍ବା ଅନ୍ୟ କୌଣସି ମାରଣାସ୍ତ୍ର ଧରି ଅତି ନିର୍ଦ୍ଦୟ ଭାବେ ହତ୍ୟା କରୁଥିବା ଭାବନା ମନକୁ ଚାଲି ଆସେ। ଏପରି କଥା ଶୁଣିଲେ ଏକ ଅଜଣା ଆତଙ୍କରେ ଦେହରେ ଶିହରଣ ସୃଷ୍ଟି ହେଉଥିବା ବେଳେ ଲୋମ ଟାଙ୍କୁରି ଉଠେ। ହେଲେ ସିରିଏଲ କିଲର ଯଦି ଏକ ଛୋଟ ଛୁଆ ହୋଇଥାଏ, ତେବେ ତାହାକୁ ବିଶ୍ୱାସ କରିବା ଅସମ୍ଭବ ହୋଇପଡ଼େ। ହେଲେ ଏହା ବାସ୍ତବ ।

Advertisment

ଏପରି ଜଣେ କୁନି ସିରିଏଲ କିଲର ଭାରତରେ ହିଁ ଅଛନ୍ତି । ଏହି କୁନି ସିରିଏଲ କିଲରର ନାଁ ହେଉଛି ଅମରଜିତ ସଦା । ଅମରଜିତକୁ ଦୁନିଆର ସବୁଠୁ ଛୋଟ ସିରିଏଲ କିଲର ଓ ବିହାରର ମିନି ସିରିଏଲ କୁହାଯାଇଥାଏ ।

ବିହାରର ୮ ବର୍ଷର ନାବାଳକ ଅମରଜିତ ସଦା ଦିନେ ପାଲଟିଥିଲା ଦୁନିଆର ସବୁଠୁ ଛୋଟ ସିରିଏଲ କିଲର। ନିଷ୍ପାପ ମୁହଁ ପଛରେ ସାଘାଂତିକ ଷଡଯନ୍ତ୍ର ଲୁଚି ରହିଥିବା ବେଳେ ଏହାକୁ ଚିହ୍ନିବା ସମସ୍ତଙ୍କ ପାଇଁ ମୁସ୍କିଲ ହୋଇପଡ଼ିଲା। ଇତି ମଧ୍ୟରେ ନିରୀହ ଦେଖାଯାଉଥିବା ଏହି ୮ ବର୍ଷର ନାବାଳକ ୪ ଛୋଟ ଛୋଟ ଛୁଆଙ୍କୁ ତଣ୍ଟି ଚିପି ମାରି ସାରିଥିଲା। ଏହାପରେ ଅମରଜିତକୁ ପୁଲିସ୍‌ ବାନ୍ଧି ନେଇଥିବା ବେଳେ ବାଳ ସ୍ୱଧାର ଗୃହରେ ୮ ବର୍ଷର ରହଣି ପରେ ସେ ବାହାରିଥିବା ଜଣାଯାଇଛି। ତେବେ ଏବେ ଏହି କୁନି ସାଂଘାତିକ ସିରିଏଲ କିଲର ମୁକ୍ତି ପାଇ ସାରିଥିବା ବେଳେ ତାକୁ ବାହାର ଦୁନିଆରୁ ସମ୍ପୂର୍ଣ୍ଣ ଦୂରେଇ ରଖିଛନ୍ତି ତା’ ପରିବାର ଲୋକେ।

Advertisment

ଅମରଜିତ ବିହାରର ବେଗୁସରାୟ ଜିଲ୍ଲାର ଏକ ଛୋଟ ଗାଁର ବାସିନ୍ଦ। ମାତ୍ର ୮ ବର୍ଷ ବୟସରେ ଯେତେବେଳେ ଏକ ଛୋଟ ଛୁଆ ଚପଳାମି ଦେଖାଇବା କଥା, ସାଙ୍ଗସାଥିଙ୍କ ସହ ହସଖେଳରେ ମାତିବା କଥା, ସେତେବେଳେ ଅମରଜିତ ପାଲଟି ଯାଇଥିଲା ଦୁର୍ଦ୍ଦାନ୍ତ ସିରିଏଲ କିଲର । କୁନି କୁନି ପିଲାଙ୍କ ରକ୍ତ ଛିଟାରେ ଭିଜି ସାରିଥିଲା ତା’ର ସମ୍ପୂର୍ଣ୍ଣ ଶରୀର ।

୨୦୦୭ ମସିହାରେ ଆରମ୍ଭ ହେଲେ ଦୁର୍ଦ୍ଦାନ୍ତ ମିନି ସିରିଏଲ କିଲର ଅମରଜିତଙ୍କ ଭୟାନକ କାହାଣୀ । ଅମରଜିତଙ୍କ ନିଜ ଗାଁରେ ହଠାତ୍‌ ୨ ଛୋଟ ଛୁଆଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ଗାଁ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ଏହାର ରହସ୍ୟ ଉପରୁ ପରଦା ହଟି ନ ଥିବା ବେଳେ ପୁଣି ଏକ ଛୋଟ ଛୁଆର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ହତ୍ୟାକାରୀ ସମସ୍ତଙ୍କ ସାମନାରେ ନିର୍ବିଘ୍ନରେ ବୁଲୁଥିବା ବେଳେ କେହି ତାକୁ ଚିହ୍ନଟ କରି ପାରୁ ନ ଥିଲେ।

ସେହିପରି ଉକ୍ତ ବର୍ଷ ହିଁ ଅମରଜିତର ୬ ମାସର ଭଉଣୀକୁ ହତ୍ୟା କରାଯାଇଥିଲା। ଛୋଟ ଭଉଣୀକୁ ଏକୁଟିଆ ପାଇ ଅମରଜିତ ଅତି ନିଷ୍ଠୁର ଭାବେ ତା’ ତଣ୍ଟି ଓ ନାକ ଚିପି ତାକୁ ହତ୍ୟା କରିଥିଲା। ଗ୍ରାମବାସୀ ସନ୍ଦେହରେ ଅମରଜିତକୁ ପଚାରିବାରୁ ସେ ସବୁ ସତ କଥା ମାନି ଯାଇଥିଲା। ଏହାପରେ ଗୁଡ଼ାଇ ତୁଡ଼ାଇ ଅଧିକ ପଚରାପଚରି କରିବାରୁ କିଛି ଦିନ ମଧ୍ୟରେ ସେ କିପରି ୪ ଶିଶୁଙ୍କୁ ନିଷ୍ଠୁର ଭାବେ ମାରି ଦେଇଛନ୍ତି ତାହା ବଖାଣିଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ଅମରଜିତକୁ ପଚରାପଚରି କରିବାରୁ ସେ ସବୁ ସତ କଥା ମାନି ଯାଇଥିଲା। ଏପରିକି ଅମରଜିତ କଥା ଶୁଣି ପୁଲିସ୍‌ର ମୁଣ୍ଡ ବୁଲାଇଥିଲା। କାରଣ ସେ କହିଥିଲା, ହତ୍ୟା କରିବା ଦ୍ୱାରା ମୋତେ ଖୁସି ମିଳିଥାଏ। ତେଣୁ ମୁଁ ସେମାନଙ୍କୁ ହତ୍ୟା କରିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ନିଜ ଦୋଷକୁ ଗୋଟି ଗୋଟି ଅମରଜିତ ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଥିବା ବେଳେ ସବୁ ଥର ପରେ ବିସ୍କୁଟ ଖାଇବାକୁ ମାଗୁଥିଲା।

ଏହାପରେ ଅମରଜିତଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାକୁ ବାଳ ସ୍ୱଧାର ଗୃହକୁ ପଠାଇ ଦିଆଯାଇଥିଲା। ୧୬ ବର୍ଷ ବୟସରେ ଅମରଜିତକୁ ଜେଲ୍‌ରୁ ମୁକ୍ତି ମିଳିଥିବା ବେଳେ ସେ ଏବେ କେଉଁଠି କେଉଁ ପରିଚୟରେ ରହୁଛନ୍ତି ତାହା ସ୍ପଷ୍ଟ ହୋଇ ପାରିନି।

Murder Bihar Minor Crimes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe