Advertisment

ଯୁବତୀଙ୍କୁ ଝୁଣି ଦେଲେ ବୁଲା କୁକୁର: ମୁହଁରେ ପଡ଼ିଲା ୧୭ ଷ୍ଟିଚ୍‌, କୁଆଡ଼େ ଗଲେ ପଶୁପ୍ରେମୀ?

ବୈଷ୍ଣବୀ କଲେଜରୁ ଫେରୁଥିବା ବେଳେ ତାଙ୍କ ସହ ଏପରି ଘଟଣା ଘଟିଲା। ବୁଲା କୁକୁରଙ୍କ ଓକିଲାତି କରୁଥିବା କେତେ ଜଣ ପଶୁପ୍ରେମୀ ତାଙ୍କ ପାଖକୁ ଯାଇଛନ୍ତି? ତାଙ୍କ ମୁହଁରେ ପଡ଼ିଥିବା ୧୭ଟି ଷ୍ଟିଚ୍‌କୁ କିଏ ଗୁରୁତ୍ୱ ଦେଉଛନ୍ତି?

Stray dog

Stray dog

Advertisment

ବୁଲା କୁକୁରଙ୍କ ଉତ୍ପାତ୍ତ ପୁଣି ଗୋଟିଏ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। କଲେଜରୁ ଫେରୁଥିବା ବେଳେ ଜଣେ ୨୧ ବର୍ଷୀୟ ଛାତ୍ରୀଙ୍କୁ ବୁଲା କୁକୁରମାନେ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି। ବୁଲା କୁକୁରମାନେ ତାଙ୍କୁ ଝୁଣି ଦେଇଛନ୍ତି। କୁକୁରଗୁଡ଼ିକ ଛାତ୍ରୀଙ୍କ ମୁହଁକୁ କାମୁଡ଼ି ଦେଇଥିବାରୁ ଡାକ୍ତର ବାଧ୍ୟ ହୋଇ ୧୭ଟି ଷ୍ଟିଚ ପକାଇଛନ୍ତି। ଏବେ ଯୁବତୀ ଜଣଙ୍କ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଠିକ ଭାବେ ଖାଇ ପାରୁ ନାହାନ୍ତି। 

Advertisment

ପୂରା ଘଟଣା ଉତ୍ତର ପ୍ରଦେଶର କାନୁପର ଅନ୍ତର୍ଗତ ଶ୍ୟାମ ନଗର ଅଞ୍ଚଳରେ ଘଟିଛି। ବୁଲା କୁକୁରଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଛାତ୍ରୀ ଜଣଙ୍କ ହେଲେ ୨୧ ବର୍ଷୀୟ ବୈଷ୍ଣବୀ ସାହୁ। ସେ ଆଲେନ ହାଉସ ରୁମା କଲେଜରେ ବିବିଏର ଶେଷ ବର୍ଷର ଛାତ୍ରୀ।

ଅଗଷ୍ଟ ୨୦ରେ ସେ କଲେଜରୁ ଘରୁ ଫେରୁଥିଲେ। ଏହି ସମୟରେ କିଛି ମାଙ୍କଡ଼ଙ୍କ ସହ ୩ଟି କୁକୁର ଲଢ଼େଇ କରୁଥିଲେ। ଏହା ଦେଖି ବୈଷ୍ଣବୀ ତାଙ୍କ ବାଟରେ ଚାଲି ଯାଉଥିଲେ। କିନ୍ତୁ ହଠାତ୍‌ ୩ଟି କୁକୁର ତାଙ୍କୁ ଭୋକିବା ସହ କାମୁଡ଼ିବାକୁ ଚେଷ୍ଟା କରିଥିଲେ। ବୈଷ୍ଣବୀ ଚିତ୍କାର କରିଥିଲେ ହେଁ ୩ଟି ଯାକ କୁକୁର ତାଙ୍କୁ କାମୁଡ଼ି ତଳେ ପକାଇ ଦେଇଥିଲେ। ଏହାପରେ ତାଙ୍କ ଶରୀରର ଓ ମୁହଁକୁ କାମୁଡ଼ି ପକାଇଥିଲେ।

Advertisment

କୁକୁର କାମୁଡ଼ିବା ଯୋଗୁ ତାଙ୍କ ଡାହାଣ ପଟ ଗାଲ ଦୁଇ ଖଣ୍ଡ ହୋଇଯାଇଥିଲା। ତାଙ୍କ ନାକ ଓ ଶରୀରର ବିଭିନ୍ନ ସ୍ଥାନରେ ଏକାଧିକ କାମୁଡ଼ା ଦାଗ ରହିଛି। ବୈଷ୍ଣବୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାର ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିଲେ ହେଁ ୩ଟି ଯାକ କୁକୁର ତାଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିବାରେ ଲାଗିଥିଲେ।

ବେଶ କିଛି ସମୟ ଧରି ଏପରି ଚାଲିଥିବା ବେଳେ ବୈଷ୍ଣବୀଙ୍କ ଚିତ୍କାର ସ୍ଥାନୀୟ ଲୋକଙ୍କ କାନରେ ପଡ଼ିଥିଲା। ସେମାନେ ବାଡ଼ି ଧରି ଆସିବାରୁ କୁକୁରଗୁଡ଼ିକ ବୈଷ୍ଣବୀଙ୍କୁ ଛାଡ଼ି ପଳାଇଥିଲେ। ସେତେବେଳେକୁ ବୈଷ୍ଣବଙ୍କ ପୂରା ଶରୀରରୁ କେବଳ ରକ୍ତ ଝରୁଥିଲା।

ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ କନଶିରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। କୁକୁରଗୁଡ଼ିକ ଭୟଙ୍କର ଢଙ୍ଗରେ ବୈଷ୍ଣବୀଙ୍କୁ କାମୁଡ଼ି ଥିବାରୁ ଡାକ୍ତରମାନେ ତାଙ୍କ ନାକ ଓ ଗାଲରେ ୧୭ଟି ଷ୍ଟିଚ ପକାଇଛନ୍ତି।

ବୈଷ୍ଣବଙ୍କ ଦାଦା ଆଶୁତୋଷ କହିଛନ୍ତି, “ବୈଷ୍ଣବୀ ହେଉଛି ମୋ ଦିବଂଗତ ଭାଇଙ୍କ ଝିଅ। ସେ କଲେଜରୁ ଫେରୁଥିବା ବେଳେ ତା’ ସହ ଏପରି ଘଟଣା ଘଟିଛି। ଏବେ ବୈଷ୍ଣବୀ କିଛି ବି ଠିକ ଭାବେ ଖାଇ ପାରୁ ନାହିଁ। ପାଟି ବୁଲାଇ ପାରୁ ନାହିଁ। କେବଳ କିଛି ତରଳ ଖାଦ୍ୟ ସେ ଷ୍ଟ୍ର ଦ୍ୱାରା ନେଉଛି। ବୁଲା କୁକୁରଙ୍କ ଦାଉ ଦିନକୁ ଦିନ ଏହି ଅଞ୍ଚଳରେ ବଢ଼ିବାରେ ଲାଗିଛି। ସରକାର କୌଣସି ପଦକ୍ଷେପ ନିଅନ୍ତୁ। ସରାକାର ବୁଲା କୁକୁରମାନଙ୍କୁ ଧରି ଆଶ୍ରୟ ସ୍ଥଳକୁ ପଠାନ୍ତୁ। ରାସ୍ତାରୁ ବୁଲା କୁକୁର ହଟିବା ଦରକାର। ଏହାଦ୍ୱାରା ଆଉ କେହି ବି ଏମିତି ସ୍ଥିତିର ସମ୍ମୁଖୀନ ହେବେ ନାହିଁ।”

କେବଳ ବୈଷ୍ଣବୀ ନୁହନ୍ତି, ଦେଶର ବିଭିନ୍ନ ସ୍ଥାନରେ ବୁଲା କୁକୁରଙ୍କ ଶିକାର ହେଉଛନ୍ତି ସାଧାରଣ ଲୋକ। ଏହାକୁ ଦୃଷ୍ଟିରେ ରଖି ନିକଟରେ ସୁପ୍ରିମକୋର୍ଟ ବୁଲା କୁକୁରମାନଙ୍କୁ ଦିଲ୍ଲୀ-ଏନସିଆରରୁ ଧରି ଆଶ୍ରୟସ୍ଥଳରେ ଭର୍ତ୍ତି କରିବାକୁ କହିଥିଲେ। କିନ୍ତୁ ଏହାକୁ ବିରୋଧ କରି ପଶୁପ୍ରେମୀମାନେ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ। ସେମାନେ କୁକୁରର ଅଧିକାର ଉପରେ ଓକିଲାତି କରିଥିଲେ।

ଏଥିଯୋଗୁ ଶୁକ୍ରବାର ସୁପ୍ରିମକୋର୍ଟ ନିଜ ରାୟରେ ସଂଶୋଧନ କରି ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ ପରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଧ୍ୟାକରଣ ପରେ କୁକୁରମାନଙ୍କ ବଂଶ ବଢ଼ିବ ନାହିଁ, କିନ୍ତୁ ସେମାନେ ଆକ୍ରମଣ କରିବାକୁ ଆଦୌ ପଛାଇବେ ନାହିଁ। ଯେଉଁମାନେ କାରରେ ଯିବା ଆସିବା କରୁଛନ୍ତି, ସେମାନଙ୍କର ବୁଲା କୁକୁର କିଛି କରିପାରିବେ ନାହିଁ। କିନ୍ତୁ ଯେଉଁମାନେ ବାଇକ କିମ୍ବା ଚାଲି ଚାଲି ଯାଉଛନ୍ତି, ସେମାନଙ୍କୁ ବୁଲା କୁକୁରମାନେ ଆକ୍ରମଣ କରୁଛନ୍ତି।

ବୈଷ୍ଣବୀ କଲେଜରୁ ଫେରୁଥିବା ବେଳେ ତାଙ୍କ ସହ ଏପରି ଘଟଣା ଘଟିଲା। ବୁଲା କୁକୁରଙ୍କ ଓକିଲାତି କରୁଥିବା କେତେ ଜଣ ପଶୁପ୍ରେମୀ ତାଙ୍କ ପାଖକୁ ଯାଇଛନ୍ତି? ତାଙ୍କ ମୁହଁରେ ପଡ଼ିଥିବା ୧୭ଟି ଷ୍ଟିଚ୍‌କୁ କିଏ ଗୁରୁତ୍ୱ ଦେଉଛନ୍ତି? କେବଳ ଟିଭି ବିତର୍କ ଓ ସୋଶାଲ ମିଡିଆରେ ପଶୁପ୍ରେମୀ ଓକିଲାତି କରିବାରେ ମାହିର। ସେମାନଙ୍କ ଘର ଲୋକ ଯଦି ଏଭଳି ବୁଲା କୁକୁରଙ୍କ ଶିକାର ହେବେ, ତା’ହେଲେ ସେମାନେ କ’ଣ କରିବେ? କେତେ ଜଣ ପଶୁପ୍ରେମୀ ବୁଲା କୁକୁରଙ୍କୁ ନିଜ ଘରେ ଆଶ୍ରୟ ଦେଉଛନ୍ତି ବୋଲି ବୈଷ୍ଣବୀଙ୍କ ଘର ଲୋକ ପ୍ରଶ୍ନ କରିଛନ୍ତି। 

Uttar Pradesh Stray Dog Killing Of Stray Dogs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe