Advertisment

ମା’ କୋଳ ଖାଲି କରିଦେଲେ ବୁଲା କୁକୁର

ପିଲାଟିର ବାପାମା’ କାମରେ ବ୍ୟସ୍ତ ଥିବା ବେଳେ ପିଲାଟି ବାହାରେ ଖେଳୁଥିଲା। ଏହି ସମୟରେ କିଛି ବୁଲା କୁକୁର ତାକୁ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲେ।

Stray Dog

Stray Dog

Advertisment

ମା’ କୋଳ ଖାଲି କରିଦେଲା ବୁଲା କୁକୁର। ବାପାମା’ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ବାହାରେ ହସଖୁସିରେ ଖେଳୁଥିଲା ଅଢେଇ ବର୍ଷର ପୁଅ । ମାତ୍ର ଏହି ଖୁସି ବେଶି ସମୟ ରହିବ ନାହିଁ ବୋଲି କେହି ବି ଜାଣି ନ ଥିଲେ। ଛୁଆଟିକୁ ଏକୁଟିଆ ପାଇ ବୁଲା କୁକୁର ତାକୁ ଝୁଣି ଦେଇଥିଲେ। ଶେଷରେ ଆଖି ବୁଜି ଦେଲା କଅଁଳ ଶିଶୁ। ଏପରି ଏକ ହୃଦୟ ବିଦାରକ ଘଟଣା ଗୁଜରାଟରେ ଘଟିଛି।

Advertisment

ଗୁଜରାଟର ମୋରବି ସହରରେ ଥିବା ଏକ ଫ୍ୟାକ୍ଟ୍ରିରେ ଶିଶୁଟିର ପିତାମାତା କାମ କରନ୍ତି। ଗତ ୧୧ ତାରିଖରେ ପିଲାଟିର ବାପାମା’ କାମରେ ବ୍ୟସ୍ତ ଥିବା ବେଳେ ପିଲାଟି ବାହାରେ ଖେଳୁଥିଲା। ଏହି ସମୟରେ କିଛି ବୁଲା କୁକୁର ତାକୁ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲେ।

ଏହାପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ପିଲାଟିକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

କିଛି ମାସ ପୂର୍ବେ ରାଜସ୍ତାନର ବୁନ୍ଦି ଅଞ୍ଚଳର ବୁଲା କୁକୁରଙ୍କ ଆକ୍ରମଣରେ ଏକ ୧୨ ବର୍ଷୀୟ ନାବାଳକର ଜୀବନ ଚାଲି ଯାଇଥିଲା।

ଦିନକୁ ଦିନ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ଏପରି ଘଟଣା ସଂଖ୍ୟା ବଢ଼ି ଚାଲିଛି। ଫଳରେ କୁକୁର ଆକ୍ରମଣରେ ଅକାଳରେ ଚାଲି ଯାଉଛି ବହୁ ନିରୀହ ଶିଶୁଙ୍କ ଜୀବନ ।

Child Death Dog Attack Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe