Advertisment

Stray Dog: ବିଷ ଇଞ୍ଜେକସନ ଦେଇ ୫୦୦ ବୁଲା କୁକୁରଙ୍କୁ ହତ୍ୟା, ୭ ସରପଞ୍ଚଙ୍କୁ ନୋଟିସ

ସ୍ଥାନୀୟ ନିର୍ବାଚନ ବେଳେ କିଛି ଜନ ପ୍ରତିନିଧି ଗାଁକୁ ବୁଲା କୁକୁର ମୁକ୍ତ କରିବାର ଗୋଟିଏ ଆଶ୍ଚର୍ଯ୍ୟଜନକ ପ୍ରତିଶ୍ରୁତି ଦେଇଥିଲେ। ଏବେ ଏହାକୁ ପୂରଣ କରିବା ପାଇଁ ନିରୀହ ବୁଲା କୁକୁରଙ୍କ ସଂହାର କରାଯାଉଥିବା ଜଣାପଡ଼ିଛି।

Dog

ଘଟଣା ବେଳର ଦୃଶ୍ୟ

Advertisment

ବୁଲା କୁକୁର(Stray Dog)ଙ୍କ ସଂହାର। ତେଲଙ୍ଗାନାର ବିଭିନ୍ନ ଗାଁରେ ବୁଲା କୁକୁରଙ୍କୁ ବିଷ ଇଞ୍ଜେକସନ ଦେଇ କରାଯାଉଛି ହତ୍ୟା। ୧୫ ଦିନ ମଧ୍ୟରେ ୫୦୦ଟି ବୁଲା କୁକୁରଙ୍କ ଜୀବନ ଯିବା ପରେ ଆକ୍ସନ ମୋଡକୁ ଆସିଛି ପୁଲିସ୍‌। ବୁଲା କୁକୁରମାନଙ୍କ ସଂହାର ଘଟଣାରେ ପୁଲିସ ୧୫ ଜଣଙ୍କ ବିରୋଧରେ ଆରମ୍ଭ କରିଛି ଆଇନଗତ କାର୍ଯ୍ୟାନୁଷ୍ଠାନ। ଏମାନଙ୍କ ମଧ୍ୟରେ ହାନମକୋଣ୍ଡା ଓ କାମାରେଡ୍ଡୀ ଜିଲ୍ଲାରେ ଥିବା ୭ ଗାଁର ମୁଖିଆ ବି ରହିଛନ୍ତି। ସେମାନଙ୍କୁ ପୁଲିସ ପକ୍ଷରୁ ନୋଟିସ କରାଯାଇଛି। 

Advertisment

ନୂଆ ବର୍ଷର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ଏତେ ସଂଖ୍ୟକ ବୁଲା କୁକୁରଙ୍କୁ ବିଷ ଓ ଇଞ୍ଜେକେସନ ଦେଇ ହତ୍ୟା କରିବା ତେଲଙ୍ଗାନା ତଥା ଦେଶ ଇତିହାସରେ ପ୍ରଥମ ଘଟଣା। ପୂରା ଦେଶରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। 

ସ୍ଥାନୀୟ ନିର୍ବାଚନ ବେଳେ କିଛି ଜନ ପ୍ରତିନିଧି ଗାଁକୁ ବୁଲା କୁକୁର ମୁକ୍ତ କରିବାର ଗୋଟିଏ ଆଶ୍ଚର୍ଯ୍ୟଜନକ ପ୍ରତିଶ୍ରୁତି ଦେଇଥିଲେ। ଏବେ ଏହାକୁ ପୂରଣ କରିବା ପାଇଁ ନିରୀହ ବୁଲା କୁକୁରଙ୍କ ସଂହାର କରାଯାଉଥିବା ଜଣାପଡ଼ିଛି। 

Advertisment

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗ୍ରାମ ପଞ୍ଚାୟତ ନିର୍ବାଚନ ବେଳେ ଏକାଧିକ ପ୍ରାର୍ଥୀ ଲୋକମାନଙ୍କୁ ବୁଲା କୁକୁର ମୁକ୍ତ ଗାଁର ପ୍ରତିଶ୍ରୁତି ଦେଇଥିଲେ। ବିଭିନ୍ନ ଗାଁରେ ବୁଲା କୁକୁର ଆତଙ୍କ ବଢ଼ୁଥିବାରୁ ସ୍ଥାନୀୟ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ନିର୍ବାଚନ ଜିତିବା ଅନେକ ଜନ ପ୍ରତିନିଧି ଗାଁକୁ ବୁଲା କୁକୁର ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।

ବିଚଳିତ କରିବା ଭଳି ଭିଡିଓ 

ବୁଲା କୁକୁରମାନଙ୍କୁ ହତ୍ୟା କରିବା ପାଇଁ ଏମିତି ଏକ ବିଷାକ୍ତ ଇଞ୍ଜେକସନ ଦିଆଯାଉଛି, ଯାହା ତୁରନ୍ତ ସେମାନଙ୍କ ଜୀବନ ନେଇ ଯାଉଛି। ଏହାର ଗୋଟିଏ ଭିଡିଓ ମଧ୍ୟ ଜଗତିୟାଲ ଜିଲ୍ଲାର ଧରମାପୁରୀ ପୌର ପାଳିକାରୁ ଆସିଛି। ଭିଡିଓରେ ଜଣେ ବ୍ୟକ୍ତି ଗୋଟିଏ କୁକୁରକୁ ବିଷାକ୍ତ ଇଞ୍ଜେକସନ ଦେଉଛନ୍ତି।

ଇଞ୍ଜେକସନ ନେବା ପରେ ବିଚ ରାସ୍ତାରେ ହିଁ ବୁଲା କୁକୁରଟି ଟଳି ପଡ଼ୁଛି। ରାସ୍ତାରେ ଆଉ ୨ଟି ବୁଲା କୁକୁରଙ୍କ ମୃତଦେହ ପଡ଼ିଥିବା ଭିଡିଓରେ ଦେଖାଯାଉଛି। ୨ ସପ୍ତାହ ମଧ୍ୟରେ ଏଠାରେ ପ୍ରାୟ ୫୦ଟି କୁକୁରଙ୍କୁ ହତ୍ୟା କରାଯାଇଛି। 

ଏହାବାଦ ହାନମକୋଣ୍ଡାରେ ମାଟି ତଳୁ ୧୧୦ଟି କୁକୁରଙ୍କ ମୃତଦେହକୁ ଖୋଳି ବାହାର କରାଯାଇଛି। କିଛି କୁକୁରଙ୍କ ଶବକୁ ବ୍ୟବଚ୍ଛେଦ କରି ମୃତ୍ୟୁର କାରଣ ଜାଣିବାକୁ ଚେଷ୍ଟା କରାଯାଇଥିବା ଜଣେ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି। 

ସ୍କାନର୍‌ରେ ୧୫ ଜଣ 

ବୁଲା କୁକୁରଙ୍କ ସଂହାର ଘଟଣାରେ ପୁଲିସ୍‌ ୧୫ ଜଣଙ୍କୁ ଚିହ୍ନଟ କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ୭ ଜଣ ସରପଞ୍ଚ। ନିକଟରେ ଶେଷ ହୋଇଥିବା ଗ୍ରାମ ପଞ୍ଚାୟତ ନିର୍ବାଚନରେ ଏମାନେ ବିଜୟୀ ହୋଇଥିଲା। ଶାୟାମପେଟ, ଆରେପାଲ୍ଲୀ ଓ ପାଲୱାଞ୍ଚା ଅଞ୍ଚଳରୁ ଏମାନେ ଜିତିଥିଲେ। 

ପୁଲିସ୍‌ ଜାଣିବାକୁ ପାଇଛି ଯେ ଗ୍ରାମ ପଞ୍ଚାୟତ ସଚିବ ଓ କର୍ମଚାରୀମାନେ ହତ୍ୟାକାଣ୍ଡ ପାଇଁ ସବୁ ପ୍ରକାରର ସହାୟତା କରିଥିଲେ। ବିଷ ଯୁକ୍ତ ବିସ୍କୁଟ ଓ ବିଷାକ୍ତ ଇଞ୍ଜିକେସନ ଦେଇ ବୁଲା କୁକୁରମାନଙ୍କୁ ହତ୍ୟା କରିବା ପାଇଁ ୩ ଜଣ ଘରୋଇ କଣ୍ଟ୍ରାକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଥିଲା। 

ହାନମକୋଣ୍ଡା ପୁଲିସର କହିବା କଥା ଯେ ସମସ୍ତ ୧୫ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଓ ପଶୁ ଅତ୍ୟାଚାର ନିରୋଧ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ସେହିପରି କିଛି କନିଷ୍ଠ କର୍ମଚାରୀଙ୍କୁ ଅଟକ ରଖି ଜେରା କରାଯାଉଛି। ୭ ଜଣ ସରପଞ୍ଚଙ୍କୁ ହାଜର ହେବାକୁ ନୋଟିସ କରାଯାଇଛି। 

Stray Dog
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe