Advertisment

ବୁଲା କୁକୁରର ଉପଦ୍ରବ: ଘଣ୍ଟାଏ ଭିତରେ ୧୭ ଜଣଙ୍କୁ କାମୁଡ଼ି ଲହୁଲୁହାଣ କଲା

ବୁଲା କୁକୁର ଗୋଟିଏ ଘଣ୍ଟା ଭିତରେ ୧୭ ଜଣଙ୍କୁ କାମୁଡ଼ି ଲହୁଲୁହାଣ କରିଛି। ଆହତଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ମଧ୍ୟ ରହିଛନ୍ତି।

Dog

Dog

Advertisment

ଜଳାନ୍ତକ ରୋଗରେ ପୀଡ଼ିତ ଗୋଟିଏ ବୁଲା କୁକୁରର ଉପଦ୍ରବ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶର ଗୋରଖପୁରରେ ଉକ୍ତ ବୁଲା କୁକୁର ଗୋଟିଏ ଘଣ୍ଟା ଭିତରେ ୧୭ ଜଣଙ୍କୁ କାମୁଡ଼ି ଲହୁଲୁହାଣ କରିଛି। ଆହତଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ମଧ୍ୟ ରହିଛନ୍ତି।

Advertisment

ଅଗଷ୍ଟ ୧୪ରେ ଘଟଣା ଘଟିଛି। କୁକୁର ୧୭ ଜଣଙ୍କୁ ଆକ୍ରମଣ କରିଥିଲେ ହେଁ ଗୋଟିଏ ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସୁଛି। ଏହି ଭିଡଓରେ କୁକୁରଟି ଡିଆଁ ମାରି ଘର ବାହାରେ ଫୋନରେ କଥା ହେଉଥିବା ଜଣେ ୨୨ ବର୍ଷୀୟ ଛାତ୍ରଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। 

୨୨ ବର୍ଷୀୟ ଛାତ୍ର ଜଣଙ୍କ ହେଲେ ଆଶିଷ ଯାଦବ। ସେ ଗୋରଖପୁର ଅନ୍ତର୍ଗତ ଶାହପୁରର ଆବାସ ବିକାଶ କଲୋନୀ ସ୍ଥତି ଠାରେ ଥିବା ନିଜ ଘର ବାହାରେ ଛିଡ଼ା ହୋଇ ଫୋନରେ କଥା ହେଉଥିଲେ। ରାତି ପ୍ରାୟ ୯.୪୫ରେ ସେ ଫୋନରେ କଥା ହେଉଥିବା ବେଳେ ହଠାତ୍‌ ଗୋଟିଏ ବୁଲା କୁକୁର ଜୋରରେ ଭୋକିବା ସହ ତାଙ୍କ ଉପରକୁ ଡିଆଁ ମାରିଥିଲା।

Advertisment

ଏହା ଦେଖି ଆଶିଷ ପଛକୁ ଯିବା ସହ କୁକୁରକୁ ଗୋଇଠା ମାରିଥିଲେ। ହେଲେ କୁକୁରଟି ତାଙ୍କୁ କାମୁଡ଼ା ବନ୍ଦ କରି ନଥିଲା। ଆଶିଷ ତଳେ ପଡ଼ି ଯିବାରୁ କୁକୁଟି ତାଙ୍କ ଗୋଡ଼କୁ କାମୁଡ଼ିବା ସହ ମୁହଁ ଉପରକୁ ଡିଆଁ ମାରି ଆକ୍ରମଣ କରିଥିଲା। ଏହାପରେ ସେ ସେଠାରୁ ଚାଲି ଯାଇଥିଲା। ଆଶିଷଙ୍କ ମୁହଁ, ଆଖି ଓ ଓଠରୁ ରକ୍ତ ବାହାରୁ ଥିବା ସିସିଟିଭିରେ କଏଦ ହୋଇଛି।

ଏହି ଘଟଣା ପରେ କୁକୁରଟି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା। କୁକୁଟି ମହିଳାଙ୍କ ଗୋଡ଼ ଓ ଆଣ୍ଠୁକୁ କାମୁଡ଼ି ଖିନଭିନ କରି ଦେଇଛି। ମହିଳାଙ୍କ ଗୋଡ଼ରେ ଏକାଧିକ ଷ୍ଟିଚ୍‌ ପଡ଼ିଛି। 

କୁକୁରଟି ମହିଳାଙ୍କୁ ଆକ୍ରମଣ କରିବା ପରେ ଘର ବାହାରେ ଖେଳୁଥିବା ଦୁଇ ଜଣ ଛୋଟ ଝିଅଙ୍କୁ ମଧ୍ୟ କାମୁଡ଼ି ଦେଇଛି। ଏପରି ଭାବେ ମାତ୍ର ଘଣ୍ଟାଏ ଭିତରେ କୁକୁରଟି ସ୍ଥାନୀୟ ଅଞ୍ଚଳର ୧୭ ଜଣଙ୍କୁ କାମୁଡ଼ି ଥିବା ଜଣାପଡ଼ିଛି।

କୁକୁର କାମୁଡ଼ାରେ ଆହତ ହୋଇଥିବା ଆଶିଷଙ୍କ ବାପା କହିଛନ୍ତି, ସେମାନେ ଯେତେବେଳେ ପୁଅକୁ ଜିଲ୍ଲା ହସ୍ପିଟାଲକୁ ଜଳାନ୍ତକ ଟିକା ପାଇଁ ନେଇଥିଲେ ସେତେବେଳେ ସେଠାରେ ଏହା ନଥିଲା। ସେମାନେ କୁକୁର ସମ୍ପର୍କରେ ପୌରପାଳିକାକୁ ଅବଗତ କରାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ବୋଲି ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଗୋରଖପୁର ଅତିରିକ୍ତ ପୌରପାଳିକା କମିଶନର ଦୁର୍ଗେଶ ମିଶ୍ରାଙ୍କ କହିବା କଥା ଯେ ସେ ଏପରି ଘଟଣା ସମ୍ପର୍କରେ କିଛି ଜାଣି ନାହାନ୍ତି କିମ୍ବା ଏନେଇ କିଛି ବି ଅଭିଯୋଗ ଆସିନାହିଁ।

Stray Dogs Stray Dog Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe