Advertisment

ହସ୍ପିଟାଲରେ ମା’ ପାଖରେ ଶୋଇଥିଲା ମାସକର ଶିଶୁ, ଟେକି ନେଇ ମାରିଦେଲା ବୁଲା କୁକୁର

କୁର ଆକ୍ରମଣରେ ପ୍ରାଣ ହରାଇଥିବା ଶିଶୁଟିର ମୃତଦେହକୁ ହସ୍ପିଟାଲର ୱାର୍ଡ ବାହାରୁ ଠାବ କରାଯାଇଛି।

author-image
Hemant Lenka
Dog

Dog

ପୁଣିଥରେ ବୁଲା କୁକୁରଙ୍କ ଉପଦ୍ରବର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ହସ୍ପିଟାଲରେ ମା’ଙ୍କ ପାଖରେ ଶୋଇଥିବା ମାସକର ଶିଶୁକୁ ଗୋଟିଏ ବୁଲା କୁକୁର ଟେକି ନେଇ ମାରି ଦେଇଛି। ରାଜସ୍ଥାନର ସିରୋହି ଜିଲ୍ଲାରେ ଥିବା ଗୋଟିଏ ହସ୍ପିଟାଲରେ ଏପରି ଘଟଣା ଘଟିଛି। କୁକୁର ଆକ୍ରମଣରେ ପ୍ରାଣ ହରାଇଥିବା ଶିଶୁଟିର ମୃତଦେହକୁ ହସ୍ପିଟାଲର ୱାର୍ଡ ବାହାରୁ ଠାବ କରାଯାଇଛି।

Advertisment

ପୁଲିସ୍‌ କହିଛି ଯେ ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ଦୁଇଟି ବୁଲା କୁକୁର ସୋମବାର ବିଳମ୍ବିତ ରାତିରେ ହସ୍ପିଟାଲର ଟିବି ୱାର୍ଡରେ ପଶିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ କୁକୁର ଫେରିଲା ବେଳକୁ ଶିଶୁଟିକୁ ୱାର୍ଡ ଭିତରୁ ଟେକି ନେଉ ଯାଉଥିବା ଦେଖିବାକୁ ମିଳିଛି।

କୋଟୱାଲିର ଏସଏଚ୍‌ଓ ସୀତାରାମ କହିଛନ୍ତି, ଶିଶୁଟିର ବାପା ମହେନ୍ଦ୍ର ମୀନା ହସ୍ପିଟାଲରେ ଆଡମିଟ ହୋଇଥିଲେ। ତାଙ୍କ ପାଖରେ ପତ୍ନୀ ରେଖା ୩ ପିଲାଙ୍କୁ ଧରି ରହିଥିଲେ। ତେବେ ସୋମବାର ରାତିରେ ରେଖା ସାମାନ୍ୟ ଶୋଇ ପଡ଼ିଥିବା ବେଳେ ଗୋଟିଏ ବୁଲା କୁକୁର ହସ୍ପିଟାଲ ଭିତରେ ପଶି ଶିଶୁଟିକୁ ନେଇ ଯାଇ ମାରି ଦେଇଛି। ଘଟଣା ବେଳେ ହସ୍ପିଟାଲର କର୍ମଚାରୀ ୱାର୍ଡ ଭିତରେ ଉପସ୍ଥିତ ନଥିଲେ। ଗୋଟିଏ ମେଡିକାଲ ବୋର୍ଡ ଦ୍ୱାର ଶିଶୁଟିର ଶବ ବ୍ୟବଚ୍ଛେଦ କରାଯାଇଛି। ଏଥିସହ ମାମଲାର ରୁଜୁ କରି ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।

Advertisment

ଅନ୍ୟପକ୍ଷରେ ଶିଶୁଟିର ବାପା ମହେନ୍ଦ୍ର ସାଂଘାତିକ ଅଭିଯୋଗ ଆଣିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ଓ ପୁଲିସ୍‌ ତାଙ୍କ ପତ୍ନୀ ରେଖାଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ନେବା ସହ ବିନା ସୂଚନାରେ ଶିଶୁଟିର ଅନ୍ତିମ ସଂସ୍କାର କରି ଦେଇଥିବା ମହେନ୍ଦ୍ର ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ମୁଁ ସୋମବାର ହସ୍ପିଟାଲରେ ଆଡମିଟ ହୋଇଥିଲି। ବୁଲା କୁକୁର ସେତେବେଳେ ବି ୱାର୍ଡକୁ ଭିତରକୁ ପଶିଥିଲେ। କିନ୍ତୁ ସେମାନଙ୍କୁ ଘଉଡ଼ାଇ ଦେଇଥିଲି। ମୋ ପତ୍ନୀ ରାତି ୨ଟାରେ ଉଠିଲା ବେଳକୁ କୁକୁରମାନେ ଆମ ପିଲାକୁ ଝୁଣି ମାରି ଦେଇଥିବା ଦେଖିବାକୁ ପାଇଥିଲା।

ହସ୍ପିଟାଲ କର୍ତ୍ତୃପକ୍ଷ ଓ ପୁଲିସ ଆମ ବିନା ଅନୁମତିରେ ଅନ୍ତିମ ସଂସ୍କାର କରିଛନ୍ତି। ମୋତେ ଶେଷଥର ପାଇଁ ମୋ ପୁଅର ମୁହଁ ମଧ୍ୟ ଦେଖିବାକୁ ଦେଇ ନାହାନ୍ତି।” ଏହି ଅଭିଯୋଗ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Hospital Stray Dog