Advertisment

ବାପାଙ୍କ କୋଳରେ ଶୋଇଥିଲା ପୁଅ, ମାରି ଖାଇ ଦେଲେ ବୁଲା କୁକୁର

ବୁଲା କୁକୁରମାନେ ପିଲାଟିକୁ ଖାଉଥିବା ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି।

Stray Dog

Stray Dog

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ବାପା କୋଳରେ ଶୋଇଥିବା ବର୍ଷକର ପୁଅକୁ ଘୋଷାଡ଼ି ନେଇ ମାରି ଖାଇ ଦେଇଛନ୍ତି କିଛି ବୁଲା କୁକୁର। ତେଲେଙ୍ଗାନାର ଶାମଶାବାଦରେ ଗୁରୁବାର ଭୋର ସମୟରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି।

Advertisment

ପିଲାଟି ବାପାଙ୍କ ସହ ମାଟି ଘର ଭିତରେ ଶୋଇଥିବା ବେଳେ ବୁଲା କୁକୁରମାନେ ଏପରି କାଣ୍ଡ ଘଟାଇଛନ୍ତି। ବୁଲା କୁକୁରମାନେ ପିଲାଟିକୁ ଖାଉଥିବା ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଏହାକୁ ମିଶାଇ ଗତବର୍ଷ ମାର୍ଚ୍ଚ ମାସରୁ ଇତି ମଧ୍ୟରେ ଏପରି ୯ଟି ଘଟଣା ଘଟିଲାଣି। ଆରଜିଆଇ ଏୟାରପୋର୍ଟ ଇନସପେକ୍ଟର କେ ବାଲାରାଜୁ କହିଛନ୍ତି ଯେ ପିଲାଟିର ବାପା କେ ସୂର୍ଯ୍ୟ କୁମାର ଏନେଇ ଅଭିଯୋଗ କରିଛନ୍ତି। ଏହାକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment

ଶ୍ରମିକ ଭାବେ କାମ କରୁଥିବା ସୂର୍ଯ୍ୟ କୁମାର ରାଜୀବ ଗୃହକଳ୍ପ କମ୍ପ୍ଲେକ୍ସ ନିକଟରେ ମାଟି ଘର କରି ରୁହନ୍ତି। ବୁଧବାର ରାତିରେ ସେ ତାଙ୍କର ବର୍ଷକର ବଡ଼ ପୁଅ କେ ନାଗାର୍ଜୁନ, ୨୦ ଦିନର ନବଜାତ ପୁଅ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ମାଟି ଘରେ ଶୋଇଥିଲେ। ତେବେ ଘଟଣା ବେଳେ ସୂର୍ଯ୍ୟ କୁମାରଙ୍କ ପତ୍ନୀ ଘରେ ନଥିଲେ।

ରାତି ପ୍ରାୟ ୧.୩୦ରେ ସ୍ଥାନୀୟ ଲୋକମାନେ ସୂର୍ଯ୍ୟ କୁମାରଙ୍କୁ ନିଦରୁ ଉଠାଇଥିଲେ। ସେମାନେ ହିଁ ତାଙ୍କୁ କହିଥିଲେ ଯେ ବୁଲା କୁକୁରମାନେ ଗୋଟିଏ ଛୁଆକୁ ଖାଉଛନ୍ତି। ଖବର ପାଇ ସେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ିଥିଲେ। ହେଲେ ସେତେବେଳକୁ ବର୍ଷକର ନାଗାର୍ଜୁନ ପ୍ରାଣ ହରାଇ ସାରିଥିଲେ। ସେ ପୂରା ନିସ୍ତେଜ ହୋଇ ତଳେ ପଡ଼ିଥିବା ବେଳେ ତାଙ୍କ ଶରୀରକୁ କୁକୁରମାନେ ଝୁଲି ସାରିଥିଲେ।

ସୂର୍ଯ୍ୟ କୁମାର ପୁଲିସ୍‌କୁ କହିଛନ୍ତି ଯେ “ଆମେ ନାଗାର୍ଜୁନଙ୍କୁ କ୍ଷୀର ଦେଉଥିଲୁ ଓ ସମସ୍ତେ ରାତି ପ୍ରାୟ ୧୨.୧୫ରେ ଶୋଇବା ପାଇଁ ଯାଇଥିଲୁ। ସେହି ସମୟରେ ଏମିତି କିଛି ଘଟଣା ଘଟିବ ବୋଲି ଆମର ଧାରଣା ହିଁ ନଥିଲା।”

Stray Dog Stray Dogs Telangana CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe