Advertisment

ଅଣନିଃଶ୍ୱାସୀ କରୁଛି ରାଜଧାନୀ ପ୍ରଦୂଷଣ: କାଲି ଠାରୁ ଏହି ସବୁ କାମ ବନ୍ଦ

ବୁଧବାର ସକାଳୁ ଏପରି ସ୍ଥିତି ଲାଗି ରହିଥିବା ବେଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ସ୍ତରକୁ ଖସି ଯାଇଛି। ଏବେ ଦିଲ୍ଲୀର ଏକାଧିକ ଅଞ୍ଚଳରେ ବାୟୁର ଗୁଣବତ୍ତା ସୂଚକାଙ୍କ ୪୦୦ ଉପରେ ରହିଛି।

author-image
Hemant Lenka
Anti-Pollution Measures

Anti-Pollution Measures

ଦେଶର ରାଜଧାନୀ ଦିଲ୍ଲୀରେ ଏବେ ନିଃଶ୍ୱାସ ନେବା କଷ୍ଟ ହୋଇପଡ଼ିଲାଣି। ପୂରା ସହର ଓ ଆଖପାଖ ଅଞ୍ଚଳକୁ ଘେରି ରହିଛି ପ୍ରଦୂଷଣର ଚାଦର। ପ୍ରଦୂଷଣର ମୋଟା ଆସ୍ତରଣ ଓ ଧୂଆଁଳିଆ ପରିବେଶ ମଧ୍ୟରେ ଲୋକମାନେ କେବଳ ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି।

Advertisment

ବୁଧବାର ସକାଳୁ ଏପରି ସ୍ଥିତି ଲାଗି ରହିଥିବା ବେଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ସ୍ତରକୁ ଖସି ଯାଇଛି। ଏବେ ଦିଲ୍ଲୀର ଏକାଧିକ ଅଞ୍ଚଳରେ ବାୟୁର ଗୁଣବତ୍ତା ସୂଚକାଙ୍କ ୪୦୦ ଉପରେ ରହିଛି। ଏହାର ଅର୍ଥ ସ୍ଥିତି ସାଂଘାତିକ ରହିଛି।

ବାୟୁ ଗୁଣବତ୍ତା ପରିଚାଳନା କମିଶନ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଆସନ୍ତାକାଲି ସୁଦ୍ଧା ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରିଛନ୍ତି। କିନ୍ତୁ ବାୟୁର ଗୁଣବତ୍ତା ସୂଚକାଙ୍କ ଦୃଷ୍ଟିରେ ରଖି କମିଶନ କିଛି କଠୋର ନିଷ୍ପତ୍ତି ନେଇଛନ୍ତି। ‌ଆସନ୍ତାକାଲି ସକାଳ ୮ଟାରୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି।

Advertisment

ଆସନ୍ତାକାଲି ଠାରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଅନାବଶ୍ୟକ ନିର୍ମାଣ ଓ ଉଚ୍ଛେଦ କାମ ବନ୍ଦ ରହିବ। ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ, ଫରିଦାବାଦ ଓ ଗୌତମବୁଦ୍ଧ ନଗରରେ ଜିଆରଏପି-୩ ଲାଗୁ ହୋଇଥିବାରୁ ପେଟ୍ରୋଲ ଚାଳିତ ବିଏସ୍‌ ୩ ଓ ଡିଜେଲ ଚାଳିତ ବିଏସ-୪ ବର୍ଗର ଗାଡ଼ି ଗୁଡ଼ିକ ଗଡ଼ିବ ନାହିଁ।

ତେବେ ଜାତୀୟ ସୁରକ୍ଷା, ସ୍ୱାସ୍ଥ୍ୟ ଓ କିଛି ନିର୍ଦ୍ଦିଷ୍ଟ ସର୍ବସାଧାରଣ ନିର୍ମାଣ ଉପରେ କୌଣସି କଟକଣା ରହିବ ନାହିଁ। ପରିବେଶରେ ଉଡ଼ୁଥିବା ଧୂଳି କଣାକୁ ରୋକିବା ପାଇଁ ଜିଆରଏପି-୩ର ତୃତୀୟ ପର୍ଯ୍ୟାୟରେ ରାସ୍ତା ସଫା କରିବା ପାଇଁ ଅତ୍ୟାଧୁନିକ ମେସିନ ଓ ପାଣି ସିଞ୍ଚନ ବ୍ୟବସ୍ଥା ହେବ। ଜରୁରୀ ସେବାକୁ ଛାଡ଼ି ଦେଲେ ଡିଜେଲ ଚାଲିତ ଜେନେରଟର ଚାଲି ପାରିବ ନାହିଁ।

ବଡ଼ ବଡ଼ ୱେଲଡିଙ୍ଗ ଓ ଗ୍ୟାସ କଟିଂ ଅପରେସନ ହେବ ନାହିଁ। ତେବେ ମେକାନିକାଲ, ଇଲେକ୍ଟ୍ରିକାଲ ଓ ପାଣି ପାଇପ ଜନିତ ଛୋଟ ଛୋଟ ୱେଲଡିଙ୍ଗକୁ ଅନୁମତି ରହିଛି। ପେଣ୍ଟିଂ, ପଲିଶିଂ ଓ ରଙ୍ଗ ଲିଭା କାର୍ଯ୍ୟ ହୋଇପାରିବ ନାହିଁ। ଘର ଭିତରେ ଛୋଟ ଧରଣର ସିମେଣ୍ଟ ଓ ରଙ୍ଗା ଦେବା କାମ ହୋଇପାରିବ।

ଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ସ୍ଥିତିରେ ରହିଥିବାରୁ ଡାକ୍ତରମାନେ ଲୋକମାନଙ୍କୁ ଯଥା ସମ୍ଭବ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି।

Delhi Delhi Pollution