Advertisment

ଲାଲକିଲ୍ଲାରୁ ନାରୀ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ସ୍ୱାଧୀନତାର ୭୭ ବର୍ଷ ପୂର୍ତ୍ତି ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରି ନାରୀ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଲାଲକିଲ୍ଲାରୁ ନାରୀ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱାଧୀନତାର ୭୭ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହିଳାଙ୍କ ପ୍ରତି ହେଉଥିବା ଅପରାଧର ଶୀଘ୍ର ତଦନ୍ତ ଏବଂ ଦୋଷୀ ବିରୁଦ୍ଧରେ କଠୋର ଦଣ୍ଡର ଆବଶ୍ୟକତା ରହିଛି।

Advertisment

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ଦେଖା ଦେଇଥିବା ଅସନ୍ତୋଷ ମଧ୍ୟରେ ଏପରି ଟିପ୍ପଣୀ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, "ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ନେଇ ଜନସାଧାରଣ ଅସନ୍ତୁଷ୍ଟ ଅଛନ୍ତି, ଲୋକଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ଶୀଘ୍ର ତଦନ୍ତ ଏବଂ ଦଣ୍ଡର ଆବଶ୍ୟକତା ରହିଛି।"

ସେ ଆହୁରି କହିଛନ୍ତି, "ମୁଁ ଆଜି ପୁଣି ଥରେ ଲାଲକିଲ୍ଲାରୁ ମୋର ଦୁଃଖ ପ୍ରକାଶ କରିବାକୁ ଚାହେଁ। ଏକ ସମାଜ ଭାବରେ ଆମକୁ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବାକୁ ପଡିବ - ଦେଶରେ ଏହା ବିରୋଧରେ ଅସନ୍ତୋଷ ରହିଛି। ମୁଁ ଏହି ଅସନ୍ତୋଷକୁ ଅନୁଭବ କରିପାରୁଛି। ଦେଶ, ସମାଜ ଏବଂ ରାଜ୍ୟ ସରକାରଙ୍କୁ ଏହାକୁ ଗୁରୁତର ସହ ନେବାକୁ ପଡିବ, ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧର ତ୍ୱରିତ ତଦନ୍ତ, ଏପରି ଆସୁରିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡରେ ଦଣ୍ଡିତ ହେବା ଉଚିତ୍- ସମାଜରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ।"

Advertisment

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏପରି ରାକ୍ଷସ ପ୍ରବୃତ୍ତିର ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଏ, କିନ୍ତୁ ଏହା ସମ୍ବାଦରେ ଦେଖାଯାଏ ନାହିଁ, ଏକ କୋଣରେ ସୀମିତ ରହିଯାଏ। ବାସ୍ତବରେ ଏହାର ବ୍ୟାପକ ପ୍ରଚାର, ପ୍ରସାର ହେବା ଉଚିତ୍, ଯାହା ଫଳରେ ଏପରି ପାପ କରୁଥିବା ବ୍ୟକ୍ତି ବୁଝିପାରିବେ ଯେ ସେମାନେ ଫାଶୀ ପାଇବାକୁ ଯୋଗ୍ୟ। ଏହି ଭୟ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Women's Safety PM Modi Independence Day Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe