Earthquack
ଦେଶର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ରେକର୍ଡ କରାଯାଇଛି। ଦିଲ୍ଲୀ ଓ ଏନସିଆର ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଲୋକମାନେ ଝଟକା ଅନୁଭବ କରିଛନ୍ତି। ଜମ୍ମୁ-କଶ୍ମୀରରେ ମଧ୍ୟ ଲୋକମାନେ ଭୂକମ୍ପ ଝଟକା ସବୁଠାରୁ ଅଧିକ ଅନୁଭବ ହୋଇଛି। ଏହାବାଦ ଉତ୍ତରାଖଣ୍ଡ ଓ ପଞ୍ଜାବରେ ମଧ୍ୟ ଭୂକମ୍ପର ପ୍ରଭାବ ଦେଖିବାକୁ ମିଳିଛି।
ଏହି ଝଟକାରେ ଏଯାଏ କ୍ଷୟକ୍ଷତିର କୌଣସି ରିପୋର୍ଟ ଏଯାଏ ମିଳିନାହିଁ। ତେବେ ବେଶ କିଛି ସେକେଣ୍ଡ ଧରି ଅନୁଭୂତ ହୋଇଥିବା ଝଟକା ପରେ ଲୋକମାନେ ଖୋଲା ସ୍ଥାନକୁ ପଳେଇ ଆସିଥିଲେ। ଉତ୍ତର ପ୍ରଦେଶର ବସୁନ୍ଧରା ଓ ଗାଜିଆବାଦରେ ଭୂକମ୍ପ ପରେ ଲୋକମାନେ ଖୋଲା ସ୍ଥାନରେ ଛିଡ଼ା ହୋଇଥିବା ବେଳେର ଭିଡିଓ ସାମ୍ନାକୁ ଆସିଛି।
କେବଳ ଭାରତ ନୁହେଁ, ପାକିସ୍ତାନ ଓ ଆଫଗାନିସ୍ତାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି। ପାକିସ୍ତାନର ଇସଲାମାବାଦ, ଲାହୋର ଓ ପେଶାୱାରରେ ଲୋକମାନେ ଅଧିକ ଝଟକା ଅନୁଭୂତ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଭୂକମ୍ପର କେନ୍ଦ୍ରସ୍ଥଳର ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି ଜଣାପଡ଼ିଛି। ତେବେ ଏନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Earthquack_1679418010.jpg)