Advertisment

ଦେଶର ଗଣତନ୍ତ୍ର ଢାଞ୍ଚା ପ୍ରତି ନିଷ୍ଠୁର ଆକ୍ରମଣ କରାଯାଉଛି: ରାହୁଲ ଗାନ୍ଧି

ବିରୋଧୀମାନେ ଗଣତନ୍ତ୍ର ସଂସ୍ଥା ଗୁଡ଼ିକର ସୁରକ୍ଷା ପାଇଁ ଉଦ୍ୟମ କରୁଛନ୍ତି।

author-image
Tapas Behera
rahul gandhi

rahul gandhi

ଭାରତର ଗଣତନ୍ତ୍ରର ଢାଞ୍ଚା ଗୁଡ଼ିକ ଅତି ନିଷ୍ଠୁର ଆକ୍ରମଣରେ ଶିକାର ହେଉଛି। ଆଉ ବିରୋଧୀମାନେ ଗଣତନ୍ତ୍ର ସଂସ୍ଥା ଗୁଡ଼ିକର ସୁରକ୍ଷା ପାଇଁ ଉଦ୍ୟମ କରୁଛନ୍ତି। ବ୍ରିଟେନରେ ଏକ ଅଧିବେଶନରେ ଭାରତୀୟ ସାମ୍ବାଦିକ ସଙ୍ଘକୁ ଏହା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ରାହୁଲ ଗାନ୍ଧି କହିଛନ୍ତି ଯେ, ଭାରତ ଯୋଡ଼ୋ ଯାତ୍ରାର ଆବଶ୍ୟକତା ହେବାର କାରଣ ହେଉଛି ଆମର ଗଣତନ୍ତ୍ରର ଢାଞ୍ଚା ପ୍ରତି ଅତି ନିଷ୍ଠୁର ଆକ୍ରମଣ କରାଯାଉଛି। ଗଣମାଧ୍ୟମ, ଅନୁଷ୍ଠାନିକ ସଂସ୍ଥା , ନ୍ୟାୟପାଳିକା ଏବଂ ସଂସଦ ସମସ୍ତ ଉପରେ ଆକ୍ରମଣ କରାଯାଉଛି।

Advertisment

ଆମେ ତଥା ସାଧାରଣ ଲୋକେ ନିଜ ସ୍ୱର ରଖିବାକୁ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ଆଧୁନିକ ଭାରତରେ ଏମିତି ସମସ୍ୟା କେବେ ଦେଖାଯାଇ ନଥିଲା। ୨୦୨୪ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିବ କି ନାହିଁ ପ୍ରାନ ହେବାରୁ ସେ କହିଥିଲେ ଯେ, ବିଜେପି ବିରୋଧରେ ବହୁତ କ୍ରୋଧ ଅଛି। ଭାରତ ଯୋଡୋ ଯାତ୍ରାରେ ଏହାର ତାର ପ୍ରତିଫଳନ ଦେଖିବାକୁ ମିଳିଥିଲା। କିନ୍ତୁ ସେ ଜିନିଷ ଆପଣ ଗଣମାଧ୍ୟମରେ ଦେଖିବାକୁ ପାଇବେ ନାହିଁ।

ତେଣୁ ବିଜେପି ବିରୋଧରେ ବିରୋଧୀ ଏକାଠି ହେଉଛନ୍ତି କି ପ୍ରଶ୍ନ ହେବାରୁ ସେ କହିଲେ, ବିରୋଧୀ ଦଳ ସହ ଅନେକ ସମନ୍ୱୟ ରହିଛି। ପାର୍ଟି ମଧ୍ୟରେ କଥାବାର୍ତ୍ତା ଚାଲିଛି । ଆମେ ଆରଏସଏସ ଏବଂ ବିଜେପି ସହିତ ଲଢ଼ୁଛୁ।

Advertisment

ଯାହା ଭାରତର ପ୍ରାୟ ସମସ୍ତ ଅନୁଷ୍ଠାନକୁ କାବୁ କରି ନେଇଛନ୍ତି ବୋଲି ସେ କହିଛନ୍ତି। ରାହୁଲ କହିଛନ୍ତି ଯେ, ମୁଁ ଅହିଂସା ଉପରେ ବିଶ୍ୱାସ କରେ ଏବଂ ମୁଁ ଭୟଭୀତ ନୁହେଁ ବୋଲି ସେ କହିଛନ୍ତି। ବିଜେପି ଭାରତରେ ଅସହିଷ୍ଣୁତା ବୃଦ୍ଧି କରୁଥିବା ଅଭିଯୋଗ କରିଥିଲେ। ରାହୁଲ କହିଥିଲେ ଯେ, ଭାରତରେ ଦୁଇଟି ବଡ ସମସ୍ୟା ରହିଛି। ଗୋଟିଏ ଅସହିଷ୍ଣୁତା ଏବଂ ଅନ୍ୟଟି ହେଉଛି ବେକାରୀ |।ଏହି ଦୁଇଟି ସମସ୍ୟା ଭାରତର ଜାତୀୟ ସୁରକ୍ଷା ଏବଂ ବିକାଶ ପାଇଁ ଏକ ଆହ୍ବାନ ସୃଷ୍ଟି କରୁଛି ।

Rahul Gandhi