ଦିଲ୍ଲୀର ଏକ ସ୍କୁଲକୁ ବୋମା ଧମକ ମିଳିବା ଘଟଣାରେ ଟ୍ୱିଷ୍ଟ୍। କୌଣସି ଆତଙ୍କବାଦୀ କିମ୍ବା ଉଗ୍ର ଗୋଷ୍ଠୀ ନୁହନ୍ତି, ବରଂ ସେହି ସ୍କୁଲର ଜଣେ ଛାତ୍ର ବୋମା ଧମକ ଦେଇଥିବା ଜଣାପଡିଛି। ସ୍କୁଲ୍ ଯିବାକୁ ଇଚ୍ଛା ନ ହେବାରୁ ଛାତ୍ର ଜଣକ ଏପରି ଷଡ଼ଯନ୍ତ୍ର କରିଥିବା ପୁଲିସ କହିଛି।
ସୂଚନା ଅନୁସାରେ, ଗତକାରୀ ରାତି ପ୍ରାୟ ସାଢେ ବାରଟାରେ ଦକ୍ଷିଣ ଦିଲ୍ଲୀର କୈଳାସ କଲୋନୀରେ ଥିବା ସମର୍ ଫିଲ୍ଡ ସ୍କୁଲକୁ ବୋମା ଧମକ ମିଳିଥିଲା। ଇମେଲ ଯୋଗେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦିଆ ଯାଇଥିଲା।
Also Read
ସକାଳେ ସ୍କୁଲ୍ ଖୋଲିବା ମାତ୍ରେ କର୍ତ୍ତୃପକ୍ଷ ମେଲ୍ ଦେଖି ସତର୍କତା ଅବଲମ୍ବନ କରିବା ସହ ତରୁନ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।ଏଥିସହ ପୁଲିସକୁ ମଧ୍ୟ ଖବର ଦେଇଥିଲେ।
ଖବର ପାଇ ପୁଲିସ ସ୍କୁଲରେ ପହଞ୍ଚି ମେଲ୍ ଯାଞ୍ଚ କରିବା ପରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ସନ୍ଦେହ କରି ପଚରା ଉଚରା କରିଥିଲା। ଜେରା ସମୟରେ ଛାତ୍ର ଜଣକ ଦୋଷ ସ୍ୱୀକାର କରିଛନ୍ତି। ତାଙ୍କର ସ୍କୁଲ୍ ଯିବାକୁ ଇଚ୍ଛା ନ ହେବାରୁ ସେ ଏପରି କରିଥିବା ଛାତ୍ର ଜଣକ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆପ୍ ବନାମ ବିଜେପି ବନାମ କଂଗ୍ରେସ: ଦିଲ୍ଲୀ ଜିତିବାକୁ କେଉଁ ଦଳ କ’ଣ ପ୍ରତିଶ୍ରୁତି ଦେଇଛନ୍ତି?
ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ହେବାକୁ ଥିବା ବେଳେ ୮ରେ ରେଜଲ୍ଟ ପ୍ରକାଶ ପାଇବ। ଏହା ପୂର୍ବରୁ ୩ ପ୍ରମୁଖ ଦଳ ବିଜୟୀ ହେଲେ, କ’ଣ ସବୁ ଦିଲ୍ଲୀ ପାଇଁ କରିବେ, ତା’ର ଚିଠା ଲୋକଙ୍କୁ ଦେବାରେ ଲାଗିଛନ୍ତି।
Crime
ସୁଟକେସ୍ ଭିତରୁ ପୋଡ଼ା ମୃତଦେହ ପାଇଥିବା ପୁଲିସ୍ କେମିତି ହତ୍ୟାକାରୀ ପାଖରେ ପହଞ୍ଚିଲା?
ସୁଟକେସ ଭିତରୁ ମିଳିଥିବା ପୋଡ଼ା ମୃତଦେହର ତଦନ୍ତ କରିବା ବେଳେ ପୁଲିସ୍ ଲିଭ ଇନରୁ ଆରମ୍ଭ ହୋଇଥିବା କାହାଣୀ କେମିତି ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇଥିଲା, ସେକଥା ଜାଣି ପାରିଛି।
National
ଲାଗୁ ହେଲା UCC: ବାହାଘର, ଛାଡ଼ପତ୍ର, ହଲାଲା ଓ ଉତ୍ତରାଧିକାର ଉପରେ କେମିତି ପଡ଼ିବ ପ୍ରଭାବ?
ବ୍ୟକ୍ତିଗତ ଆଇନଗୁଡ଼ିକୁ ରଦ୍ଦ କରି ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ଧର୍ମ ଓ ଜାତି ନିର୍ବିଶେଷରେ ଗୋଟିଏ ପ୍ରକାରର ନିୟମରେ ବାନ୍ଧି ହୋଇ ରହିବାକୁ ୟୁସିସିରେ ବ୍ୟବସ୍ଥା ରହିଛି।
National
ଆତଙ୍କବାଦୀ ଠାରୁ ଅର୍ଥନୀତିକ ଅପରାଧୀ: କେବେ ଭାରତ ଫେରିବେ ଏହି ୫ ପଳାତକ?
ରାଣା ବ୍ୟତୀତ ଭାରତରେ ଅପରାଧ ଘଟାଇ ବିଦେଶ ଫେରାର ହୋଇଯାଇଥିବା ଆଉ କିଛି ପଳାତକଙ୍କୁ ମଧ୍ୟ ନୂଆଦିଲ୍ଲୀ ଏଠାକାର ନ୍ୟାୟିକ ପ୍ରକ୍ରିୟାରେ ସାମିଲ କରିବାକୁ ଉଦ୍ୟମ ଜାରି ରଖିଛି।
Crime
କାହିଁକି ନିଜ ଗୁପ୍ତାଙ୍ଗରେ ସର୍ଜିକାଲ ବ୍ଲେଡ ଭର୍ତ୍ତି କରି ଦେଲେ ଦୁଷ୍କର୍ମ ପୀଡ଼ିତା ?
ଯୁବତୀ ଜଣଙ୍କ କାହିଁକି ଏମିତି କଲେ?