Advertisment

କଲେଜରେ ନାଚୁଥିବା ବେଳେ ଟଳିପଡ଼ିଲେ ଛାତ୍ର

କଲେଜ ଉତ୍ସବରେ ନୃତ୍ୟ ପରିବେଷଣ କରୁଥିବା ବେଳେ ଜଣେ ପିଜି ଛାତ୍ରଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
DeadBody

DeadBody

Advertisment

କଲେଜ ଉତ୍ସବରେ ନାଚୁଥିବା ବେଳେ ଟଳିପଡ଼ି ଚାଲିଗଲା ଜୀବନ। ବେଙ୍ଗାଲୁରୁର ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର କଲେଜ ଉତ୍ସବରେ ନୃତ୍ୟ ପରିବେଷଣ କରୁଥିବା ବେଳେ ଜଣେ ପିଜି ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅଭିଜିତ୍‌ ସିନ୍ଧେ। ପିଜି ପ୍ରଥମ ବର୍ଷୀୟ ତଥା ୨୬ ବର୍ଷୀୟ ଛାତ୍ର ଅଭିଜିତ୍‌ଙ୍କ ଘର ନାଶିକରେ। ତେବେ ଶବ ନେବା ପାଇଁ ପୁଲିସ ତାଙ୍କ ପରିବାରବର୍ଗକୁ ଅପେକ୍ଷା କରିଛି।

Advertisment

ଏହା ପରେ ଯାହା ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ସେଥିରେ କୁହାଯାଇଛି ଯେ, ଏହି ଘଟଣା ଆମକୁ ମର୍ମାହତ କରିଛି। ତାଙ୍କର ଆକଷ୍ମିକ ମୃତ୍ୟୁ ଆମକୁ ଅଶ୍ଚର୍ଯ୍ୟ କରିଛି । କଲେଜର ବାର୍ଷିକ ଉତ୍ସବ ପାଇଁ ଅଭିଷେକ ମଞ୍ଚରେ ନାଚୁଥିଲେ। ତେବେ ନାଚୁ ନାଚୁ ସେ ହଠାତ ତଳେ ପଡ଼ିଯାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ମେଡିକାଲ ନିଆଯାଇଥିଲା। କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ପ୍ରତି ଆମେ ଗଭୀର ସମବେଦନା ଜଣାଉଛୁ ବୋଲି କୁହାଯାଇଛି।

ସେହିପରି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, କ୍ୟାମ୍ପସ ବସ୍‌ ଫି ବୃଦ୍ଧିକୁ ବିରୋଧ କରି ଛାତ୍ରଛାତ୍ରମାନେ ବୁଧବାର ଆନ୍ଦୋଳନ କରିଥିଲେ। କଲେଜ କ୍ୟାମ୍ପସରୁ ହଷ୍ଟେଲକୁ ନେବା ଆଣିବା କରୁଥିବା କଲେଜ ବସ୍‌ର ଫି ବୃଦ୍ଧିକୁ ବିରୋଧ କରି ଆମରଣ ଅନଶନ କରିଥିଲେ। ତେବେ ଆନ୍ଦୋଳନର ପ୍ରଥମ ଦିନରେ ଅଭିଷେକ ଅଂଶଗ୍ରହଣ କରିଥିଲେ। କିନ୍ତୁ ୨୩-୨୪ରେ ହୋଇଥିବା ଆମରଣ ଅନଶନରେ ସେ ଅଂଶଗ୍ରହଣ କରି ନଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe