Advertisment

ଦେଶଦ୍ରୋହ ମାମଲାରେ ଶରଜିଲ ଇମାମ୍‌ଙ୍କୁ ମିଳିଲା ଜାମିନ୍‌

ଶରଜିଲ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଆସାମ ଓ ଉତ୍ତରପୂର୍ବକୁ ଦେଶରୁ ଅଲଗା କରିଦେବାକୁ ଧମକ ଦେଇଥିଲେ ଏହି ଛାତ୍ର ନେତା।

author-image
Madhupriya Mistry
Sharjeel Imam

Sharjeel Imam

ଜେଏନ୍‌ୟୁର ପୂର୍ବତନ ଛାତ୍ର ନେତା ଶର୍‌ଜିଲ୍‌ ଇମାମଙ୍କୁ ମିଳିଲା ଜାମିନ୍‌। ଦିଲ୍ଲୀ ଦଙ୍ଗା ଓ ଦେଶଦ୍ରୋହ ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି। ହେଟ୍‌ ସ୍ପିଚ୍‌ ଦେବା ମାମଲାରେ ଗିରଫ ହୋଇଥିବା ଛାତ୍ର ନେତା ଶର୍‌ଜିଲ୍‌ ଇମାମଙ୍କୁ ପ୍ରାୟ ସାଢ଼େ ଚାରି ବର୍ଷ ପରେ ଜାମିନ ମିଳିଛି।

Advertisment

ଦଙ୍ଗା ଓ ଦେଶଦ୍ରୋହ ମାମଲରେ ଶରଜିଲ୍‌ଙ୍କୁ ୭ ବର୍ଷର ଜେଲ ଦଣ୍ଡାଦେଶ ମିଳିଥିଲା। ତେବେ ଏଥିରୁ ସାଢ଼େ ୪ ବର୍ଷ ସେ ଜେଲ୍‌ରେ କାଟି ସାରିଛନ୍ତି। ଏହାକୁ ଆଧାର କରି ସେ ଜାମିନ ଅବେଦନ କରିଥିଲେ। ଫେବ୍ରୁଆରୀ ମାସରେ ଦିଲ୍ଲୀର କଡକଡଡୁମା କୋର୍ଟ ଶରଜିଲଙ୍କୁ ଆଇନଗତ ଜାମିନ ଦେବାକୁ ମନା କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଜାନୁଆରୀ ୨୦୨୦ରେ ଉତ୍ତରପ୍ରଦେଶର ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଏବଂ ଦିଲ୍ଲୀର ଜାମିଆ ଅଞ୍ଚଳରେ ଶାରଜିଲ ଇମାମ ଦେଇଥିବା ଘୃଣା ଭାଷଣ ତଥା ହେଟ୍‌ ସ୍ପିଚ୍‌ ଦେଇଥିଲେ। ଏହାକୁ ନେଇ ଦିଲ୍ଲୀର ଏକ କୋର୍ଟ ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ସେସନ୍ସ ଜଜ୍ ଅମିତାଭ ରାୱତ ଶରଜିଲ ଇମାମଙ୍କ ବିରୋଧରେ ଧାରା 124A (ଦେଶଦ୍ରୋହ), 153A, 153B, IPC ର 505 ଏବଂ UAPA ର ଧାରା ୧୩ ଅନୁଯାୟୀ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

କହରଖୁ ଯେ, ୨୦୨୯ରେ ଆଲିଗଡ ଓ ଜାମିଆରେ ସିଏଏ ବିରୋଧରେ ଚାଲିଥିବା ଆନ୍ଦୋଳନରେ ଶରଜିଲ ଯୋଗଦେଇଥିଲା। ଏହି ସମୟରେ ସେ ହେଟ୍‌ ସ୍ପିଚ୍‌ ଦେଇଥିଲେ। ଭାରତରୁ ଆସାମକୁ ଅଲଗା କରିଦେବା ପାଇଁ ଆହ୍ୱାନ କରିଥିଲା। ଯାହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶରଜିଲ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଏହାପରେ ୨୦୨୦ ଜାନୁଆରୀ ୨୮ରେ ଶରଜିଲକୁ ଦିଲ୍ଲୀ କ୍ରାଇମବ୍ରାଞ୍ଜ ବିହାରର ଜେହେନାବାଦଠାରୁ ଗିରଫ କରିଥିଲା।

JNU Delhi High Court Student Activist Sharjeel Imam Sedition Case