Advertisment

ଆଇଆଇଟି ବମ୍ବେରେ ଛାତ୍ରଙ୍କ ଆତ୍ମହତ୍ୟା, ଜାତିଗତ ଭେଦଭାବର ଅଭିଯୋଗ

କ୍ୟାମ୍ପସରେ ଛାତ୍ର ଜଣଙ୍କ ବାରମ୍ବାର ଜାତିଗତ ଭେଦଭାବର ଶିକାର ହୋଇ ଆସୁଥିଲେ ଓ ଏଥିପାଇଁ ସେ ଜୀବନ ହାରିଛନ୍ତି ବୋଲି ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
IIT

IIT

Advertisment

ଆଇଆଇଟି ବମ୍ବେରେ ଜଣେ ୧୮ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଛି। ଛାତ୍ର ଜଣଙ୍କ ମୁମ୍ବାଇର ପୋୱାଇ ଠାରେ ଥିବା ହଷ୍ଟେଲ ବିଲଡିଂର ୭ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ତାଙ୍କ ପାଖରୁ କୌଣସି ସୁଇସାଇଡ୍‌ ନୋଟ ଜବତ ହୋଇନି। ପୁଲିସ ଗୋଟିଏ ଅକସ୍ମାତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ କ୍ୟାମ୍ପସରେ ଛାତ୍ର ଜଣଙ୍କ ବାରମ୍ବାର ଜାତିଗତ ଭେଦଭାବର ଶିକାର ହୋଇ ଆସୁଥିଲେ ଓ ଏଥିପାଇଁ ସେ ଜୀବନ ହାରିଛନ୍ତି ବୋଲି ଗୋଟିଏ ଛାତ୍ର ସଂଗଠନ ଅଭିଯୋଗ କରିଛି। 

Advertisment

ପୁଲିସ୍‌ କହିଛି ଯେ ପ୍ରାଣ ହରାଇଥିବା ଛାତ୍ର ଜଣଙ୍କ ହେଲେ ଅହମଦାବାଦର ଦର୍ଶନ ସୋଲାଙ୍କି। ସେ ବିଟେକ କରୁଥିଲେ। ଦର୍ଶନ ୩ ମାସ ତଳେ ଆଇଆଇଟି ବମ୍ବେରେ ନାଁ ଲେଖାଇଥିଲେ ଓ ତାଙ୍କର ପ୍ରଥମ ସେମିଷ୍ଟର ପରୀକ୍ଷା ଶନିବାର ଶେଷ ହୋଇଥିଲା। ପୋୱାଇ ପୁଲିସ୍‌ ଛାତ୍ରଙ୍କ ଆତ୍ମହତ୍ୟା ପଛରେ ପାଠପଢ଼ାର ଚାପ ରହିଛି କି ନାହିଁ, ତା’ର ତଦନ୍ତ ଆରମ୍ଭ କରିଛି।

ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ସୁଭାଷିସ ଚୌଧୁରୀ କହିଛନ୍ତି, “ଆମେ ପ୍ରଥମ ବର୍ଷର ଛାତ୍ରଙ୍କ ସହ ଘଟିଥିବା ଘଟଣା ପାଇଁ ଦୁଃଖିତ। ପୁଲିସ୍ ଘଟଣାର ତଦନ୍ତ କରୁଛି। ଛାତ୍ରଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଛି ଓ ସେମାନେ ଆସୁଛନ୍ତି। ଆମେ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଈଶ୍ୱର ସହିବାର ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଛି।”

Advertisment

ଏପିପିଏସସି ଆଇଆଇଟି ବମ୍ବେ ପକ୍ଷରୁ ଟ୍ୱିଟ କରାଯାଇଛି ଯେ “ଆମେ ୧୮ ବର୍ଷୀୟ ଦଳିତ ଛାତ୍ର ଦର୍ଶନ ସୋଲାଙ୍କିଙ୍କ ମୃତ୍ୟୁରେ ମର୍ମାହତ। ସେ ମାତ୍ର ୩ ମାସ ତଳେ ବିଟେକ ପାଠ୍ୟକ୍ରମରେ ନାଁ ଲେଖାଇଥିଲେ। ଆମେ ଭଲ ଭାବେ ବୁଝି ପାରୁଛୁ ଯେ ଏହା ବ୍ୟକ୍ତିଗତ ପ୍ରସଙ୍ଗ ନୁହେଁ, ଏହା ଇନଷ୍ଟିଚ୍ୟୁସନାଲ ହତ୍ୟା।

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶିକ୍ଷାନୁଷ୍ଠାନ ପକ୍ଷରୁ ଦଳିତ ବହୁଜନ ଆଦିବାସୀ ଶିକ୍ଷାର୍ଥୀଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରାଯାଇ ନଥିଲା। ପ୍ରଥମ ବର୍ଷର ପିଲାମାନେ ଅଣସଂରକ୍ଷିତ ମାନସିକତା ଓ ଦକ୍ଷତାହୀନ ପିଲାମାନଙ୍କ ଦ୍ୱାରା ହଇରାଣ ହୋଇ ଆସୁଛନ୍ତି।”

ଆମ୍ବେଦକର ପେରିୟର ଫୁଲେ ଷ୍ଟଡି ସର୍କଲ ଅଭିଯୋଗ କରିଛି ଯେ “କ୍ୟାମ୍ପସରେ ଅନ୍ୟ ଶିକ୍ଷାର୍ଥୀ, କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଦ୍ୱାରା ଏସ୍‌ସି/ ଏସଟି ପିଲାମାନେ କେମିତି ଭେଦଭାବର ଶିକାର ହେଉଛନ୍ତି, ସେକଥା କାହାକୁ ଅଛପା ନାହିଁ।” ଏହି ଅଭିଯୋଗ ପରେ ପୁଲିସ୍‌ ଏ ଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶରେ ଥିବା ଆଇଆଇଆଇଟି ଆରକେ ଭ୍ୟାଲିରେ ମଧ୍ୟ ୨୨ ବର୍ଷୀୟ ଛାତ୍ରୀ ଅଖିଲାଙ୍କ ମୃତଦେହ ହଷ୍ଟେଲ ରୁମରୁ ମିଳିଛି। କ୍ୱିଏତରେ ଶ୍ରମିକ ଭାବେ କାମ କରୁଥିବା ବ୍ୟକ୍ତିଙ୍କ ଝିଅ ହେଉଛନ୍ତି ଅଖିଲା। ସେ ଶେଷ ବର୍ଷର ଇଞ୍ଜିନିୟରିଂ ଛାତ୍ରୀ ଥିଲେ। ହଷ୍ଟେଲରୁ ତାଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ୍‌ କୌଣସି ସୁଇସାଇଡ ନୋଟ ଜବତ କରିନାହିଁ।

Student Protest IIT Bombay
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe