Advertisment

ହୃଦ୍‌ଘାତ, ପରୀକ୍ଷା ହଲ୍‌ରେ ଟଳି ପଡ଼ିଲେ ଛାତ୍ର

ପରୀକ୍ଷା ଦେଉଥିବା ସମୟରେ ହୃଦ୍‌ଘାତରେ ବିଏସ୍‌ସିର ତୃତୀୟ ବର୍ଷ ଛାତ୍ରଙ୍କ ମୃତ୍ୟୁ ହୋଇଛି।

Exam Hall

Exam Hall

Advertisment

ଦିନକୁ ଦିନ ଦେଶରେ ବଢ଼ି ଚାଲିଛି ହୃଦ୍‌ଘାତ ମାମଲା। ଅକାଳରେ ଟଳି ପଡୁଛି ଜୀବନ। ଏଭଳି ହିଁ ଆଉ ଏକ ମାମଲା ସାମ୍ନାକୁ ଆସିଛି। ପରୀକ୍ଷା ହଲ୍‌ରେ ଟଳି ପଡିଛନ୍ତି ଜଣେ ଛାତ୍ର। ପରୀକ୍ଷା ଦେଉଥିବା ସମୟରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରର ବିଡ୍‌ ଅଞ୍ଚଳରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା।

Advertisment

ଏଠାରେ ଜଣେ ବିଏସ୍‌ସିର ଛାତ୍ର ପରୀକ୍ଷା ଦେଉଥିବା ସମୟରେ ହଠାତ୍‌ ଟଳି ପଡିଛନ୍ତି। ସୂଚନା ମୁତାବକ, ବିଏସ୍‌ସିର ତୃତୀୟ ବର୍ଷ ଛାତ୍ର ସିଦ୍ଧାନ୍ତ ମସଲ ଶକ୍ରବାର ସକାଳେ ଇନ୍‌ଷ୍ଟିଚ୍ୟୁରେ ପରୀକ୍ଷା ଦେଉଥିଲେ। ଏହି ସମୟରେ ସେ ହଠାତ୍ ଶିକ୍ଷକଙ୍କୁ ଆସି ଠିକ୍‌ ଅନୁଭବ କରୁନଥିବା କହିଥିଲେ। ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ।

ଏହାପରେ ତୁରନ୍ତ ସିଦ୍ଧାନ୍ତଙ୍କୁ ଡିଷ୍ଟ୍ରିକ୍ଟ ସିଭିଲ୍‌ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି।

Advertisment

ସିଦ୍ଧାନ୍ତ ୟୁପିଏସ୍‌ସି ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ। ସିଦ୍ଧାନ୍ତଙ୍କ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନଥିଲା। ପୂର୍ବରୁ ମଧ୍ୟ ସେ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଭଳି କୌଣସି ଅଭିଯୋଗ କରିନଥିଲେ ବୋଲି ତାଙ୍କ ଭାଇ ୟଶ୍ କହିଛନ୍ତି।

ସିଦ୍ଧାନ୍ତ ବେଶ୍‌ ପରିଶ୍ରମୀ ଥିଲେ ଏବଂ ପରିବାର ଚଳାଇବା ପାଇଁ ଦିଲ୍ଲୀରେ ମଧ୍ୟ ସେ ପାର୍ଟ ଟାଇମ୍ କାମ କରୁଥିଲେ। ମୋ ବାପା ଜଣେ କାର୍ ଡ୍ରାଇଭର ଏବଂ ମୋ ମା ଏକ ଶାଢ଼ୀ ଦୋକାନରେ କାମ କରନ୍ତି। ପରିବାରର ସ୍ଥିତିକୁ ପରିବର୍ତ୍ତନ କରିବାକୁ ମୋ ଭାଇ ଚାହୁଁଥିଲେ ବୋଲି ୟଶ୍‌ କହିଛନ୍ତି।

Heart Attack In Exam Hall Heart Attack Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe