Advertisment

ଶିକ୍ଷକଙ୍କ ଚାପୁଡ଼ାରେ ଫାଟିଗଲା ଛାତ୍ରର କାନ ପରଦା

ସ୍କୁଲ ଏକ ଦଣ୍ଡମୁକ୍ତ ଅଞ୍ଚଳ ହୋଇଥିବା ବେଳେ ଏପରି ନିର୍ଯାତନାର ଶିକାର ହୋଇଛି ଜଣେ ନିରୀହ ଛାତ୍ର।

author-image
Niharika Rout
ଅଦ୍ୟତନ ହୋଇଛି
Tension Situation

Tension Situation

ଶିକ୍ଷକଙ୍କ ଚାପୁଡ଼ାରେ ଫାଟିଗଲା ଛାତ୍ରର କାନ ପରଦା । ସ୍କୁଲ ଏକ ଦଣ୍ଡମୁକ୍ତ ଅଞ୍ଚଳ ହୋଇଥିବା ବେଳେ ଏପରି ନିର୍ଯାତନାର ଶିକାର ହୋଇଛି ଜଣେ ନିରୀହ ଛାତ୍ର। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି।

Advertisment

ପୀଡ଼ିତ ଛାତ୍ରଜଣକ କାନପୁରର ଏକ ଘରୋଇ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ତାଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ସ୍କୁଲର କମ୍ପ୍ୟୁଟଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି।

ଛାତ୍ରଙ୍କ ବାପାଙ୍କ କହିବାନୁଯାୟୀ, ମୋ’ ପୁଅ ଗତକାଲି ସ୍କୁଲ ଯାଇଥିଲା। ସେଠାରେ ପାଠପଢ଼ାକୁ ନେଇ କମ୍ପ୍ୟୁଟର ଶିକ୍ଷକ ବିକ୍ରାନ୍ତ ଥାମସ୍‌ ତାକୁ ପ୍ରବଳ ପିଟିଥିଲେ। ଶିକ୍ଷକଙ୍କ ମାଡ଼ରେ ମୋ’ ପୁଅ ଶରୀରର ବିଭିନ୍ନ ସ୍ଥାନରେ ଚିହ୍ନ ହୋଇଥିବା ବେଳେ ତା’ କାନ ପରଦା ଫାଟି ଯାଇଛି।

Advertisment

ପିଲାଟି ଘରକୁ ଫେରିବା ବେଳକୁ ତା’ ଅବସ୍ଥା ଗୁରୁତର ହୋଇ ଯାଇଥିଲା। ତୁରନ୍ତ ପରିବାର ଲୋକେ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପିଲାଟିର ଅବସ୍ଥା ଗମ୍ଭୀର ଥିବା ଡାକ୍ତର କହିଛନ୍ତି। ପିଲାଟି ଏବେ କିଛି ଖାଇ ପାରୁ ନ ଥିବା ବେଳେ ଯନ୍ତ୍ରଣାରେ ଛଟପଟ ହେଉଥିବା ତା’ ବାପା କହିଛନ୍ତି।

ଏନେଇ ସେ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସହ ଥାନାରେ ବି ଲିଖିତ ଅଭିଯୋଗ କରିଛନ୍ତି। ସ୍କୁଲ ପକ୍ଷରୁ ତୁରନ୍ତ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Uttar Pradesh