Advertisment

ହଷ୍ଟେଲରେ ବମ୍‌ ତିଆରି କରୁଥିଲେ ଛାତ୍ର, ହଠାତ୍‌ ହେଲା ବିସ୍ଫୋରଣ

ହଷ୍ଟେଲରେ ରହି ପାଠ ପଢ଼ିବା ବଦଳରେ ବମ୍‌ ତିଆରି କରୁଥିଲେ ଛାତ୍ର। ଆଉ ଅଚାନକ ଏହି ବମ୍‌ ଫୁଟି ଯିବାରୁ ଛାତ୍ରଜଣକ ଗୁରୁତର ଆହତ ହୋଇଛନ୍ତି।

Bomb Blast

Bomb Blast

Advertisment

ହଷ୍ଟେଲରେ ରହି ପାଠ ପଢ଼ିବା ବଦଳରେ ବମ୍‌ ତିଆରି କରୁଥିଲେ ଛାତ୍ର। ଆଉ ଅଚାନକ ଏହି ବମ୍‌ ଫୁଟି ଯିବାରୁ ଛାତ୍ରଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଆହ୍ଲାବାଦ ୟୁନିଭରସିଟିରେ ଘଟିଛି। ଗୁରୁତର ଛାତ୍ରଜଣକ ପ୍ରଭାତ ଯାଦବ ବୋଲି ଜଣାଯାଇଛି।

Advertisment

ପ୍ରଭାତ ଆହ୍ଲାବାଦ ୟୁନିଭରସିଟିରେ ପିଜି ଛାତ୍ର ଥିଲେ। ସେ ପିସି ବାନାର୍ଜୀ ହଷ୍ଟେଲରେ ରହୁଥିଲେ। ବୁଧବାର ସନ୍ଧ୍ୟାରେ ନିଜ ରୁମ୍‌ରେ ଏକୁଟିଆ ଥିବା ପ୍ରଭାତ ବମ୍‌ ତିଆରିରେ ଲାଗି ପଡ଼ିଥିଲେ। ମାତ୍ର ହଠାତ୍‌ ତାହା ବିସ୍ଫୋରଣ ହୋଇଥିଲା।

ଏଥିଯୋଗୁ ତାଙ୍କ ଡାହାଣ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣରେ ଅନ୍ୟ ଜଣେ ଛାତ୍ର ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।

Advertisment

ପୁଲିସ୍‌ ସୂଚନା ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ପ୍ରଭାତ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଛି।  ତେବେ ପ୍ରଭାତ କିପରି ବୋମା ତିଆରି ସାମଗ୍ରୀ ହଷ୍ଟେଲରେ ରଖିଥିଲେ, କିପରି ଏ ନେଇ ହଷ୍ଟେଲ କର୍ତ୍ତୃପକ୍ଷ ପୂର୍ବରୁ ଜାଣି ପାରିଲେନି ସେ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

Uttar Pradesh Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe