Advertisment

Murder: ପାଗଳ ପ୍ରେମୀର ଜଘନ୍ୟକାଣ୍ଡ, ଛାତ୍ରୀଙ୍କୁ ହତ୍ୟା କରିବା ପରେ ଦେଇଥିଲା ଆତ୍ମହତ୍ୟାର ରୂପ

ବୟସ ୩୮। ହେଲେ ଜଣେ ୨୩ ବର୍ଷୀୟ କଲେଜ ଛାତ୍ରୀଙ୍କୁ ମନେମନେ କରୁଥିଲା ପସନ୍ଦ। ପାଗଳଙ୍କ ଭଳି ତାଙ୍କୁ ପ୍ରେମ କରି ନିଜର କରିବାକୁ ଚାହୁଁଥିଲା। । ଏପରି କି ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବାକୁ ମଧ୍ୟ ପଛାଇ ନଥିଲା।

Prachi

ପ୍ରାଚୀ (ଫାଇଲ ଫଟୋ)

Advertisment

ବୟସ ୩୮। ହେଲେ ଜଣେ ୨୩ ବର୍ଷୀୟ କଲେଜ ଛାତ୍ରୀଙ୍କୁ ମନେମନେ କରୁଥିଲା ପସନ୍ଦ। ପାଗଳଙ୍କ ଭଳି ତାଙ୍କୁ ପ୍ରେମ କରି ନିଜର କରିବାକୁ ଚାହୁଁଥିଲା। ଏପରି କି ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବାକୁ ମଧ୍ୟ ପଛାଇ ନଥିଲା। କିନ୍ତୁ ଛାତ୍ରୀ ଜଣଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।

Advertisment

ବାସ୍‌ ଏଥିରେ ପାଗଳ ପ୍ରେମୀର ମୁଣ୍ଡ ଗରମ ହୋଇ ଯାଇଥିଲା। ସେ ଛାତ୍ରୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା(Murder) କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ସବୁ ପ୍ରକାରର ଚେଷ୍ଟା କରିଥିଲା। କିନ୍ତୁ ପୁଲିସ୍‌ ତଦନ୍ତ ପରେ ଏକତରଫା ପ୍ରେମିକର ସବୁ ଗୁମର ଖୋଲି ଯାଇଛି। 

ପୁଲିସ୍‌ ପୂରା ଘଟଣା ଉପରୁ ପରଦା ହଟାଇବା ସହ ଅଭିଯୁକ୍ତ ୩୮ ବର୍ଷୀୟ ବ୍ୟକ୍ତିକୁ ଗିରଫ କରିଛି। ବୁଧବାର ନାଗପୁରରେ ଏପରି ଏକ ଘଟଣା ଘଟିଥିଲା। ୨୩ ବର୍ଷୀୟ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ ତାଙ୍କ ବେଡରୁ ପୁଲିସ୍‌ ଜବତ କରିଥିଲା। ପ୍ରଥମେ ସମସ୍ତେ ଏହାକୁ ଆତ୍ମହତ୍ୟା ଭାବିଥିଲେ। କିନ୍ତୁ ଦିନକ ପରେ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଛି। ନାଗପୁର ପୁଲି ହତ୍ୟା ମାମଲା ରୁଜୁ କରି ଛାତ୍ରୀଙ୍କ ପଡ଼ୋଶୀ ଭାବେ ରହୁଥିବା ୩୮ ବର୍ଷୀୟ ଶେଖର ଅଜବରାଓ ଧୋରେକୁ ଗିରଫ କରିଛି। 

Advertisment

୨୩ ବର୍ଷୀୟ ପ୍ରାଚୀ ହେମରାଜ ଜଣେ ବିଏ ଛାତ୍ରୀ। ସେ ଶେୟାର ଟ୍ରେଡିଂର ତାଲିମ ମଧ୍ୟ ନେଉଥିଲେ। ବୁଧବାର ତାଙ୍କର ଝୁଲନ୍ତା ମୃତଦେହ ବେଡ ରୁମରୁ ମିଳିଥିଲା। ପ୍ରାଚୀଙ୍କ ମା’ଙ୍କ ସୂଚନା ଆଧାରରେ ପୁଲିସ୍‌ ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲା। ସମସ୍ତେ ପ୍ରଥମେ ଏହାକୁ ଆତ୍ମହତ୍ୟା ଜନିତ ମତ୍ୟୁ ବୋଲି ଭାବି ନେଇଥିଲେ। 

କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ପ୍ରାଚୀଙ୍କ ମୃତ୍ୟୁ ଗଭୀର ମୁଣ୍ଡ ଜନିତ ଆଘାତ ଯୋଗୁ ଜଣାପଡ଼ିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ପୁଲିସ୍‌ ତଦନ୍ତ ଆଗକୁ ବଢ଼ାଇଥିଲା। ପ୍ରାଚୀଙ୍କୁ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପୁଲିସ୍‌ ସନ୍ଦେହ କରିଥିଲା।

ପୁଲିସ୍‌ ହତ୍ୟା ମାମଲାର ତଦନ୍ତ ଆରମ୍ଭ କରିବା କ୍ଷଣୀ ସନ୍ଦେହ ପଡ଼ୋଶୀ ଭାବେ ରହୁଥିବା ଶେଖର ଅଜବରାଓ ଧୋରେ ଆଡ଼କୁ ଯାଇଥିଲା। ତା’କୁ ଜେରା କରିବାରୁ ସେ ହିଁ ପ୍ରାଚୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ଶେଖର ଏକତରଫା ଭାବେ ପ୍ରାଚୀଙ୍କୁ ପ୍ରେମ କରୁଥିଲା। କିନ୍ତୁ ପ୍ରାଚୀ ତା’ର ପ୍ରେମ ନିବେଦନକୁ ଗ୍ରହଣ କରି ନଥିଲେ।

ପ୍ରତ୍ୟାଖ୍ୟାନାକୁ ଶେଖର ସହଜରେ ଗ୍ରହଣ କରି ପାରି ନଥିଲା। ଏଥିପାଇଁ ସେ ପ୍ରାଚୀଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ବୁଧବାର ଦିନ ପ୍ରାଚୀଙ୍କ ବାପା ମା’ ଓ ଭାଇ କାମକୁ ଚାଲିଯିବାରୁ ସେ ଏକାକୀ ଘରେ ରହିଥିଲେ। ଏହାର ସୁଯୋଗ ନେଇ ପ୍ରାଚୀଙ୍କ ଘରେ ପ୍ରବେଶ କରିଥିଲା ଶେଖର।

ସେ ରାଗରେ ପ୍ରଥମେ ପ୍ରାଚୀଙ୍କୁ ମାଡ଼ ମାରିବା ସହ ତଣ୍ଟି ଚିପି ଦେଇଥିଲା। ଏହାପରେ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କରିଥିଲା। ନିଜର ଅପରାଧକୁ ଲୁଚାଇବା ସେ ସେ ପ୍ରାଚୀଙ୍କ ମୃତଦେହକୁ ବେଡ ରୁମରେ ଗୋଟିଏ ଓଢ଼ଣୀ ଦ୍ୱାରା ଝୁଲାଇ ଦେଇ ଫେରାର ହୋଇ ଯାଇଥିଲା।

ମସ୍ତିଷ୍କ ଜନିତ ଆଘାତ ଯୋଗୁ ପ୍ରାଚୀଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ପୁଲିସ୍‌ ଏହି ଘଟଣାରେ ଶେଖରକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe