Advertisment

ବିଶ୍ୱବିଦ୍ୟାଳୟରେ ଫୁଟିଲା ଗୁଳି: ବାନ୍ଧବୀଙ୍କୁ ମାରି ଆତ୍ମହତ୍ୟା କଲା ଛାତ୍ର

ସବୁଦିନ ପରି ଗୁରୁବାର ଚଳଚଞ୍ଚଳ ଥିଲା ଗ୍ରେଟର ନୋଏଡାର ଶିବ ନାଦର ବିଶ୍ୱବିଦ୍ୟାଳୟ। ଶିକ୍ଷାର୍ଥୀଙ୍କ କୋଳାହଳରେ ଫାଟିପଡ଼ୁଥିଲା କ୍ୟାମ୍ପସ।

author-image
Hemant Lenka
University

University

ଶିକ୍ଷାର ମନ୍ଦିରରେ ପଡ଼ିଲା ରକ୍ତର ଛିଟା। ଫୁଟିଲା ଗୁଳି। ତା’ ପୁଣି ଦିନ ଦ୍ୱିପ୍ରହରରେ। ସର୍ବସମ୍ମୁଖରେ ବାନ୍ଧବୀଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କଲା ପୁରୁଷ ବନ୍ଧୁ। ପରେ ହଷ୍ଟେଲରେ ନିଜେ ନିଜକୁ ଗୁଳି କରି ଦେଇଛନ୍ତି। ଏପରି ବୀଭତ୍ସ ଓ ଲୋମହର୍ଷଣକାରୀ ଘଟଣା ଆଜି ଉତ୍ତର ପ୍ରଦେଶର ଗୋଟିଏ ବିଶ୍ୱବିଦ୍ୟାଳୟରେ ଘଟିଛି।

Advertisment

ସବୁଦିନ ପରି ଗୁରୁବାର ଚଳଚଞ୍ଚଳ ଥିଲା ଗ୍ରେଟର ନୋଏଡାର ଶିବ ନାଦର ବିଶ୍ୱବିଦ୍ୟାଳୟ। ଶିକ୍ଷାର୍ଥୀଙ୍କ କୋଳାହଳରେ ଫାଟିପଡ଼ୁଥିଲା କ୍ୟାମ୍ପସ। ତା’ରି ଭିତରେ ଡାଇନିଂ ହଲ ନିକଟରେ ଛିଡ଼ା ହୋଇ କଥା ହେଉଥିଲେ +୩ ତୃତୀୟ ବର୍ଷ(ସୋସିଓଲୋଜି)ର ଛାତ୍ର ଅନୂଜ ଓ ତାଙ୍କ ବନ୍ଧୁ ନେହା ଚୌରାସିୟା।

କିଛି ସମୟର କଥାବାର୍ତ୍ତା ପରେ ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି ସମୟରେ ଅନୂଜ ହଠାତ୍ ନିଜ ପାଖରେ ରଖିଥିବା ପିସ୍ତଲ ବାହାର କରିଥିଲେ। କେହି କିଛି ବୁଝିବା ଆଗରୁ ନେହାଙ୍କ ଉପରକୁ ଗୁଳି ଚଳାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଯାଇଥିଲେ ନେହା। ସହପାଠୀମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ସେପଟେ ନେହାଙ୍କୁ ଗୁଳି କରି ଅନୂଜ ରହୁଥିବା ହଷ୍ଟେଲକୁ ଚାଲି ଯାଇଥିଲେ। ଆଉ ରୁମରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିଲେ। ଅନୂଜଙ୍କ ଘର ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ ହୋଇଥିବା ବେଳେ ନେହା କାନପୁରର ବାସିନ୍ଦା। ଘଟଣା ସମ୍ପର୍କରେ ଉଭୟଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଛି।

ଡେପୁଟି କମିଶନର ଅଫ‍ ପୁଲିସ ସାଦ ମିୟାଁ ଖାନ କହିଛନ୍ତି, “ଶିବ ନାଦର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ତାଙ୍କ ବାନ୍ଧବୀଙ୍କୁ ଗୁଳି କରିଥିଲେ। ଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ତାଙ୍କର ସେତେବେଳକୁ ମୃତ୍ୟୁ ହୋଇ ସାରିଥିଲା।

ଛାତ୍ର ଜଣଙ୍କ ମଧ୍ୟ ନିଜକୁ ଗୁଳି କରି ଜୀବନ ହାରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉଭୟଙ୍କ ମଧ୍ୟରେ ବେଶ କିଛି ବର୍ଷ ହେଲା ବନ୍ଧୁତା ରହିଥିଲେ। ଉଭୟ ଏକାଠି ବୁଲାବୁଲି ମଧ୍ୟ କରନ୍ତି। କିନ୍ତୁ ଆଜି ହଠାତ୍‌ ଏପରି ଘଟଣା ଘଟିଛି।” ପୁଲିସ୍‌ ଏବେ ଦୁଇଟି ଯାକ ମୃତଦେକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

Uttar Pradesh