Advertisment

ଆଇଆଇଟି, ଆଇଆଇଏମ୍‌ରେ ନପଢ଼ି ମଧ୍ୟ ଆମାଜନରେ ବାର୍ଷିକ ୧.୨୫ କୋଟି ଦରମାରେ ଚାକିରି ପାଇଲେ ଛାତ୍ର

IIT, IIM, କିମ୍ବା NIT ଡିଗ୍ରୀ ବିନା ୧.୨୫ କୋଟି ପ୍ୟାକେଜର ସୁଯୋଗ ପାଇ ରେକର୍ଡ କରିଛନ୍ତି IIIT ଆହ୍ଲାବାଦର ବିଟେକ୍ ଛାତ୍ର ଅନୁରାଗ ମାକଡେ।

ଅଦ୍ୟତନ ହୋଇଛି
Student lands Rs 1.25-crore salary package from Amazon

Student lands Rs 1.25-crore salary package from Amazon

Advertisment

ଇଣ୍ଡିଆନ ଏଜୁକେସନାଲ୍ ଇନଷ୍ଟିଚ୍ୟୁସନ୍ସର ପ୍ରସିଦ୍ଧ ଆଇଆଇଟି, ଆଇଆଇଏମ୍ ଏବଂ ଏନଆଇଟି ପ୍ରାୟତଃ ପ୍ଲେସମେଣ୍ଟ ସମୟରେ ରେକର୍ଡ କରିଥାନ୍ତି। ଏହି ଶିକ୍ଷାନୁଷ୍ଠାନରୁ କିଛି ପିଲା କୋଟି କୋଟି ଟଙ୍କା ପ୍ୟାକେଜରେ ପ୍ଲେସମେଣ୍ଟ ପାଇଥାନ୍ତି, ଯାହାକୁ ନେଇ ସାରା ଦେଶ ଗର୍ବିତ ହୋଇଥାଏ। ଏବେ କିନ୍ତୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ୍ ଟେକ୍ନୋଲୋଜି (IIIT) ଆହ୍ଲାବାଦର ବିଟେକ୍ ଛାତ୍ର ଅନୁରାଗ ମାକଡେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। 

Advertisment

ଅନୁରାଗ IIT, IIM, କିମ୍ବା NIT ଡିଗ୍ରୀ ବିନା ୧.୨୫ କୋଟି ଟଙ୍କାର ପ୍ୟାକେଜ ସୁଯୋଗ ପାଇଛନ୍ତି। ଅନୁରାଗ ମାକଡେ ଲିଙ୍କଡଇନରେ ନିଜର ଏହି ସଫଳତାକୁ ଶେଆର୍ କରିଛନ୍ତି। ସେ ବେଶ୍ ଆନନ୍ଦିତ ହୋଇ କହିଛନ୍ତି ଯେ, "ଆମାଜନରେ ଫ୍ରଣ୍ଟେଣ୍ଡ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଛି। ସେପ୍ଟେମ୍ବର ୨୦୨୨ରୁ ମୁଁ ଡବଲିନ୍, ଆୟର୍ଲାଣ୍ଡରେ ଅବସ୍ଥିତ ଆମାଜନରେ ଫୁଲ୍ ଟାଇମ୍ ଫ୍ରଣ୍ଟେଣ୍ଡ୍ ଇଞ୍ଜିନିୟର ଭାବରେ ଯୋଗଦେଇଛି।"

ଏହା ପୂର୍ବରୁ ଅନୁରାଗ ବେଙ୍ଗାଲୁରୁରେ cure-fitରେ ସଫ୍ଟୱେୟାର୍ ଇଞ୍ଜିନିୟରିଂ ଇଣ୍ଟରନେଟ୍ ଏବଂ ଗୁରୁଗ୍ରାମର ଆମେରିକାନ୍ ଏକ୍ସପ୍ରେସରେ ଆନାଲିଷ୍ଟ ଇଣ୍ଟରନେଟ୍ ଭାବରେ କାର୍ଯ୍ୟ କରିଛନ୍ତି। ଏହା ତାଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠାର ଫଳ। ଅନୁରାଗଙ୍କ ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା। କେବଳ ଯେ, IIT, IIM, କିମ୍ବା NITରେ ପଢୁଥିବା ପିଲାମାନେ କୃତକାର୍ଯ୍ୟ ହୋଇପାରିବେ ତାହା ନୁହେଁ, ଅନ୍ୟାନ୍ୟ ପ୍ରତିଷ୍ଠାନରେ ପଢି କଠୋର ପରିଶ୍ରମ ବଳରେ ସଫଳତାକୁ ହାସଲ କରାଯାଇ ପାରିବ ବୋଲି ଅନୁରାଗ ପ୍ରମାଣ କରି ଦେଖାଇଛନ୍ତି। 

Advertisment
IIT IIM NIT IIIT IIIT Student Get 1.25 Crore Salary
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe