Advertisment

ବନ୍ଦ ଘରେ ନିଜକୁ ଫାୟାରିଂ କରିବାକୁ ଧମକ ଦେଲେ ଛାତ୍ର, ପହଞ୍ଚିଲା ପୁଲିସ୍‌

ହିତାହିତ ଜ୍ଞାନ ଭୁଲି ବାପାର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଧରି ନିଜକୁ ଏକ ରୁମ୍‌ରେ ବନ୍ଦ କରିଦେଲା ପୁଅ। ଏପରିକି ନିଜକୁ ଉଡ଼ାଇ ଦେବାକୁ ଧମକ ବି ଦେଲା।

author-image
Niharika Rout
ଅଦ୍ୟତନ ହୋଇଛି
Firing

Firing

ପୁଅର ମୋବାଇଲ ଦେଖାକୁ ନେଇ ରାଗିଗଲେ ପରିବାର ଲୋକେ। ଆକଟ କରିବାରୁ ପୁଅର ରାଗ ପଞ୍ଚମରେ ପହଞ୍ଚିଗଲା। ଆଉ ହିତାହିତ ଜ୍ଞାନ ଭୁଲି ବାପାର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଧରି ନିଜକୁ ଏକ ରୁମ୍‌ରେ ବନ୍ଦ କରିଦେଲା ପୁଅ। ଏପରିକି ନିଜକୁ ଉଡ଼ାଇ ଦେବାକୁ ଧମକ ବି ଦେଲା। ଏପରି ହାଇଡ୍ରାମା ଦୀର୍ଘ ସମୟ ଚାଲିବା ପରେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛି।

Advertisment

ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି। ଏପରି ଘଟଣା ଘଟାଇଥିବା ଛାତ୍ରଜଣକ ଦ୍ୱାଦଶ ଶ୍ରେଣୀ ଛାତ୍ର ବୋଲି ଜଣାଯାଇଛି। ଛାତ୍ରଜଣକ ଅତ୍ୟଧିକ ମୋବାଇଲ ଦେଖୁଥିବାରୁ ପରିବାର ଲୋକେ ଆକଟ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ରଜଣକ ନିଜ ବାପାଙ୍କ ବନ୍ଧୁକ ଧରି ଏକ ରୁମ୍‌କୁ ଭିତରୁ ବନ୍ଦ କରିଦେଇଥିଲେ। ପରିବାର ଲୋକଙ୍କ ବହୁ ଅନୁରୋଧ ପରେ ବି ସେ କବାଟ ଖୋଲି ନ ଥିଲେ।

ଏନେଇ ଖବର ପାଇ ତୁରନ୍ତ ବରିଷ୍ଠ ପୁଲିସ୍‌ ଅଧିକାରୀ ଫୋର୍ସ ସହ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚିଥିଲେ। ପୁଲିସ୍‌ ତୁରନ୍ତ ବିଲ୍ଡିଂକୁ ଚାରିପଟୁ ଘେରି ଯାଇଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ଏସଡିପିଓ, ଡିସିପି ପ୍ରମୁଖ ପିଲାଟି ସହ କଥାବାର୍ତ୍ତ କରିବାକୁ ଚେଷ୍ଟା ଚଳାଇଥିବା ଜଣାଯାଇଛି। ଏଥିସହ ପିଲାଟିକୁ ଫାୟାରିଂ କରିବାରୁ କ୍ଷାନ୍ତ ରହିବାକୁ ଜଣେ ମନୋଚିକିତ୍ସକଙ୍କୁ ବି ଘଟଣାସ୍ଥଳକୁ ଡକା ଯାଇଥିବା ଜଣାଯାଇଛି।

Advertisment

ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପିଲାଟି ଭିତରେ ଥିବା ବେଳେ ପ୍ରାୟ ୩ ଥର ବ୍ଲାଙ୍କ ଫାୟାରିଂ କରିଥିବା ଜଣାଯାଇଛି। ସବିଶେଷ ରିପୋର୍ଟ ସୁଦ୍ଧା ପିଲାଟି ନିଜ ରୁମ୍‌ରୁ ବାହାରି ନ ଥିବା ଜଣାଯାଇଛି।

Uttar Pradesh Firing