Advertisment

ଆଠ ମହଲାରୁ ଡେଇଁ ପଡ଼ିଲେ ଛାତ୍ର; ଆଇଆଇଟି ପାଇଁ ପ୍ରସ୍ତୁତି ଚଳାଇଥିଲେ

ଆଇଆଇଟି ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି ଚଳାଇଥିବା ଜଣେ ଛାତ୍ର ନେଲେ ଚରମ ପଦକ୍ଷେପ । ୮ ମହଲା ଛାତରୁ ଡେଇଁ ଜୀବନ ହାରିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Student

Student

ଆଇଆଇଟି ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି ଚଳାଇଥିବା ଜଣେ ଛାତ୍ର ନେଲେ ଚରମ ପଦକ୍ଷେପ । ୮ ମହଲା ଛାତରୁ ଡେଇଁ ଜୀବନ ହାରିଲେ। ଏପରି ଏକ ହୃଦୟ ବିଦାରକ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି।

Advertisment

ଆଜି ସକାଳେ ଛାତ୍ରଜଣକ କମର୍ସ ହାଉସ୍‌ ବିଲ୍ଡିଂର ୮ ମହଲା ଉପରକୁ ଚଢ଼ି ଯାଇଥିଲେ। ଏହାପରେ ସେଠାରୁ ତଳକୁ ଡେଇଁ ପଡ଼ିଥିଲେ। ଏହାଦେଖି ବିଲ୍ଡିଂର ସିକ୍ୟୁରିଟି ଗାର୍ଡ ତୁରନ୍ତ ପୁଲିସ୍‌କୁ ଫୋନ୍‌ କରିଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ସୂଚନା ଅନୁଯାୟୀ, ଜାନକୀପୁରମ୍‌ ଅଞ୍ଚଳରେ ରହୁଥିବା ୧୭ ବର୍ଷୀୟ ଛାତ୍ରଜଣକ ଟ୍ୟୁସନ କରୁଥିଲା। ଏଥିସହ ସେ ଆଇଆଇଟି ଏଣ୍ଟ୍ରାନ୍ସ ପାସ୍‌ କରିବାକୁ ପ୍ରସ୍ତୁତି ଚଳାଇଥିଲା।

Advertisment

ତେବେ ଛାତ୍ରଜଣକ କ’ଣ ପାଇଁ ଏପରି ଚରମ ପଦକ୍ଷପ ଉଠାଇଲେ, ଏହା ପଛରେ କ’ଣ କାରଣ ରହିଛି ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ ।ପରିବାର ଲୋକେ ପୂଅର ମୃତ୍ୟୂ ଖବର ପାଇ ହତବାକ ହୋଇ ପଡ଼ିଥିବା ବେଳେ ସେମାନଙ୍କ ଦୁନିଆ ଉଜୁଡ଼ି ଯାଇଛି ବୋଲି କୋହଭରା କଣ୍ଠରେ କହିଛନ୍ତି। ପୁଅ ଭଲ ପାଠ ପଢ଼ୁଥିବା ବେଳେ କ’ଣ ପାଇଁ ଏପରି ନିଷ୍ପତ୍ତି ନେଲା ତାହା ଜାଣି ନ ଥିବା ପିଲାଟିର ମା’ କହିଛନ୍ତି ।

Suicide Uttar Pradesh