Advertisment

Stop Rape: କଲେଜ ଟଏଲେଟରେ ଜଘନ୍ୟକାଣ୍ଡ: ସିନିୟର ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଜୁନିୟର ଛାତ୍ର, ପଚାରିଲା କ’ଣ ତୁମକୁ ବଟିକା ଦରକାର?

ଲଞ୍ଚ ବ୍ରେକ ବେଳେ ଜୀବନ ତାଙ୍କୁ ବାରମ୍ବାର ଫୋନ କରି ୭ମ ମହଲାରେ ଥିବା ଆର୍କିଟେକଚର ବ୍ଲକକୁ ଡାକିଥିଲା। ପୀଡ଼ିତା ଜଣଙ୍କ ସେଠାରେ ପହଞ୍ଚିବା କ୍ଷଣି ଜୀବନ ତାଙ୍କୁ ବଳପୂର୍ବକ କିସ୍‌ କରିଥିଲା।

author-image
Hemant Lenka
Stop-Rape

ପୁଲିସର ଛାନଭିନ

ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। କଲେଜର ଟଏଲେଟ ଭିତରେ ଜଣେ ୨୧ ବର୍ଷୀୟ ଛାତ୍ର ନିଜର ସିନିୟର ଛାତ୍ରୀଙ୍କୁ ବଳପୂର୍ବକ କରିଛି ଦୁଷ୍କର୍ମ। ମାଡ଼ି ବସି ଦୁଷ୍କର୍ମ(Stop Rape) କରିବା ପରେ ଫୋନ କରି ତୁମକୁ ବଟିକା ଦରକାର କି ବୋଲି ଅଲାଜୁକଙ୍କ ଭଳି ଜୁନିୟର ଛାତ୍ର ଜଣକ ପୀଡ଼ିତାଙ୍କୁ ପ୍ରଶ୍ନ ମଧ୍ୟ କରିଛି। ଦକ୍ଷିଣ ବେଙ୍ଗାଲୁରୁ(Bengaluru)ରେ ଥିବା ଗୋଟିଏ ଘରୋଇ ଇଞ୍ଜିନିୟରିଂ କଲେଜରେ ଏପରି ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। 

Advertisment

ପୁଲିସ୍‌ ଅଭିଯୁକ୍ତ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଜୀବନ ଗୌଡ଼ା। ସେ କଲେଜର ୬ଷ୍ଠ ସେମିଷ୍ଟରର ଛାତ୍ର। ପୁଲିସ ତା’କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। ଏହାପରେ ତା’କୁ ରିମାଣ୍ଡରେ ଆଣିଛି। 

ପୁଲିସ୍‌ର କହିବା କଥା ଯେ ପୂରା ଘଟଣା ଅକ୍ଟୋବର ୧୦ ତାରିଖରେ ଘଟିଥିଲା। ପୀଡ଼ିତା ଜଣଙ୍କ ୭ମ ସେମିଷ୍ଟରର ଛାତ୍ରୀ। ଘଟଣା ସମ୍ପର୍କରେ ସେ ୫ ଦିନ ପରେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। 

Advertisment

ଏଫଆଇଆର ଅନୁସାରେ , ଭାରତୀୟ ନ୍ୟାୟ ସଂହିତାର ଧାରେ ୬୪ ଅନୁଯାୟୀ ଜୀବନ ବିରୋଧରେ ମାମଲା ହୋଇଛି। ଏଫଆଇଆରରେ କୁହାଯାଇଛି ଯେ ଅଭିଯୁକ୍ତ ଓ ପୀଡ଼ିତା ପରସ୍ପରକୁ ପ୍ରାୟ ୩ ମାସ ହେଲା ଜାଣିଥିଲେ। ବାସ୍ତବରେ ଉଭୟ ସମାନ ସେମିଷ୍ଟରର ଶିକ୍ଷାର୍ଥୀ ଥିଲେ। କିନ୍ତୁ ଜୀବନ ଫେଲ ହୋଇଯିବାରୁ ସେ ପୀଡ଼ିତାଙ୍କ ଜୁନିୟର ବନି ଯାଇଥିଲା। ତଥାପି ସେମାନଙ୍କ ମଧ୍ୟରେ ଯୋଗାଯୋଗ ରହିଥିଲା। 

ଘଟଣା ଦିନ ପୀଡ଼ିତା ଜଣଙ୍କ ଜୀବନକୁ ଭେଟି ତାଙ୍କ ପାଖରେ ରହିଥିବା ନିଜର କିଛି ଜିନିଷ ଆଣିଥିଲେ। କିନ୍ତୁ ଲଞ୍ଚ ବ୍ରେକ ବେଳେ ଜୀବନ ତାଙ୍କୁ ବାରମ୍ବାର ଫୋନ କରି ୭ମ ମହଲାରେ ଥିବା ଆର୍କିଟେକଚର ବ୍ଲକକୁ ଡାକିଥିଲା। ପୀଡ଼ିତା ଜଣଙ୍କ ସେଠାରେ ପହଞ୍ଚିବା କ୍ଷଣି ଜୀବନ ତାଙ୍କୁ ବଳପୂର୍ବକ କିସ୍‌ କରିଥିଲା।

ଏଥିରେ ରାଗି ଯାଇ ପୀଡ଼ିତା ଜଣଙ୍କ ଲିଫ୍ଟ ଦ୍ୱାରା ଚାଲି ଯିବାକୁ ଚେଷ୍ଟା କରିଥିଲେ। ହେଲେ ଜୀବନ ତାଙ୍କୁ ପିଛା କରି ୬ଷ୍ଠ ମହଲାରେ ପହଞ୍ଚିଥିଲା। ୬ଷ୍ଠ ମହଲାରେ ଥିବା ବାଳକ ୱାଶରୁମକୁ ବଳପୂର୍ବକ ତାଙ୍କୁ ଘୋଷାଡ଼ି ନେଇଥିଲା। ସେଠାରେ ତାଙ୍କୁ ସେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ବେଳେ ସେ ପୀଡ଼ିତାଙ୍କ ଫୋନ ରିଙ୍ଗ ହେବାରୁ ଏହାକୁ ନେଇ ଯାଇଥିଲା। ଟଏଲେଟର ଦ୍ୱାର ବନ୍ଦ କରି ସେ ତାଙ୍କୁ ଦୁଷ୍କର୍ମ କରି ଚାଲିଥିଲା। ଦିନ ୧.୩୦ରୁ ୧.୫୦ ମିନିଟ ମଧ୍ୟରେ ସେ ଏପରି କାଣ୍ଡ ଘଟାଇଥିବା ପୁଲିସ୍‌ ଜାଣିବାକୁ ପାଇଛି। 

ଘଟଣା ପରେ ପୀଡ଼ିତାଙ୍କୁ ତାଙ୍କର ଦୁଇ ଜଣ ବନ୍ଧୁ ଉଦ୍ଧାର କରି ନିଜ ସହ ରୁମକୁ ନେଇ ଯାଇଥିଲେ। ପରବର୍ତ୍ତୀ ସମୟରେ ଜୀବନ ପୀଡ଼ିତାଙ୍କୁ ଫୋନ କରିଥିଲା। ଏହି ସମୟରେ କ’ଣ ତୁମକୁ ବଟିକା ଦରକାର ବୋଲି ପଚାରିଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଛି। 

ପୁଲିସ୍‌ର କହିବା କଥା ଯେ ଘଟଣା ପରେ ପୀଡ଼ିତା ଜଣଙ୍କ ପୂରା ଡରି ଯାଇଥିଲେ। ସେ ପୁଲିସ୍‌ ନିକଟରେ ଅଭିଯୋଗ କରିବାକୁ ଚାହୁଁ ନଥିଲେ। ହେଲେ ସେ ପରିବାର ଲୋକଙ୍କୁ ସବୁ କଥା ଜଣାଇବାରୁ ସେମାନଙ୍କ ସହାୟତାରେ ହନୁମନ୍ଥ ନଗର ପୁଲିସ ନିକଟରେ ପହଞ୍ଚିଥିଲେ। ଅକ୍ଟୋବର ୧୫ରେ ସେ ଅଭିଯୋଗ କରିବା ପରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। 

ଗୁରୁବାର ପୁଲିସ୍‌ ଅଭିଯୁକ୍ତକୁ କଲେଜକୁ ନେଇ କ୍ରାଇମ ରିକ୍ରିଏସନ କରିଛି। ଘଟଣା ଘଟିଥିବା ଫ୍ଲୋରରେ କୌଣସି ସିସିଟିଭି କ୍ୟାମେରା ନଥିବା କଲେଜ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି। ତଥାପି ପୁଲିସ୍‌ ଫରେନ୍ସିକ ଓ ଡିଜିଟାଲ ପ୍ରମାଣ ଗୁଡ଼ିକର ଛାନଭିନ କରୁଛନ୍ତି। 

Bengaluru Stop Rape