Advertisment

Student shoots: ଶ୍ରେଣୀ ଗୃହରେ ଛାତ୍ରୀଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳି କଲା ଛାତ୍ର, ଭିଡିଓ ଭାଇରାଲ

ପ୍ରିନ୍ସ ରାଜ କାନ୍ଧରେ ବ୍ୟାଗ ପକାଇ କ୍ଲାସରୁମକୁ ଆସୁଛି। ସେ କ୍ଲାସରୁମରେ ପଶିବା ପରେ କୌର ଓ ଆଉ ଜଣେ ଛାତ୍ରୀଙ୍କ ପାଖକୁ ଆସିଥିଲା। ସେମାନଙ୍କ ସହ କିଛି ସେକେଣ୍ଡ କଥା ହୋଇଥିଲା।

Kaur

ଘଟଣା ସ୍ଥଳର ଦୃଶ୍ୟ

Advertisment

ଶ୍ରେଣୀ ଗୃହରେ ଘଟିଛି ଭୟଙ୍କର ଘଟଣା। ଆଇନର ପାଠ ପଢ଼ା ଯାଉଥିବା କଲେଜରେ ଘଟିଛି ଆଇନ ବିରୋଧୀ କାମ। ପଞ୍ଜାବ(Punjab)ର ତରନତାରନ ଜିଲ୍ଲାରେ ଥିବା ଗୋଟିଏ କଲେଜର ଶ୍ରେଣୀ ଗୃହରେ ଜଣେ ଛାତ୍ର ପ୍ରଥମେ ନିଜ କ୍ଲାସର ଜଣେ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରିଛି। ଏହାପରେ ସେ ସମାନ ବନ୍ଧୁକରେ ନିଜ ଉପରକୁ ଗୁଳି ମଧ୍ୟ ଚଳାଇଛି। ଶ୍ରେଣୀ ଗୃହରେ ଘଟିଥିବା ଏହି ଭୟଙ୍କର ଘଟଣା ସେଠାରେ ଲାଗିଥିବା ସିସିଟିଭିରେ ମଧ୍ୟ କଏଦ ହୋଇଛି।  

Advertisment

ମିଳିଥିବା ସୂଚନା ଅନୁସାରେ, ପୂରା ଘଟଣା ଉସମାରେ ଥିବା ମାଇ ଭାଗୋ ଆଇନ କଲେଜରେ ଘଟିଛି। ଛାତ୍ରୀଙ୍କୁ ଗୁଳି ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ର ଜଣକ ହେଉଛି ପ୍ରିନ୍ସ ରାଜ। ତା’ ଘର ମଲିଆନ ଗାଁରେ। ଛାତ୍ରୀ ଜଣଙ୍କ ହେଲେ ନୌଶେରା ପାନ୍ନଉନର ସନ୍ଦୀପ କୌର। ଉଭୟ ଆଇନ ବିଭାଗର ପ୍ରଥମ ବର୍ଷରେ ପଢ଼ନ୍ତି। ପ୍ରିନ୍ସ ରାଜର ଗୁଳିରେ ସନ୍ଦୀପ କୌର ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି। ତେବେ ପ୍ରିନ୍ସ ରାଜ ଗୁଳି ମାଡ଼ରେ ଗୁରୁତର ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛି। 

ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ ପ୍ରିନ୍ସ ରାଜ କାନ୍ଧରେ ବ୍ୟାଗ ପକାଇ କ୍ଲାସରୁମକୁ ଆସୁଛି। ସେ କ୍ଲାସରୁମରେ ପଶିବା ପରେ କୌର ଓ ଆଉ ଜଣେ ଛାତ୍ରୀଙ୍କ ପାଖକୁ ଆସିଥିଲା। ସେମାନଙ୍କ ସହ କିଛି ସେକେଣ୍ଡ କଥା ହୋଇଥିଲା। ୩ ଜଣ ଯାକ କଥା ହୋଇ ପଛ ବେଞ୍ଚକୁ ବସିବାକୁ ଆସିଥିଲେ। କବାଟ ପାଖରୁ ପଛ ବେଞ୍ଚ ଯାଏ ଆସିବା ବେଳେ ମଧ୍ୟ ସେମାନେ ପରସ୍ପର ସହ କଥା ହେବା ଜାରି ରଖିଥିଲେ। 

Advertisment


ପଛ ବେଞ୍ଚରେ ବସି କଥା ହେଉଥିବା ବେଳେ ହଠାତ୍‌ ପ୍ରିନ୍ସ ରାଜ ଛିଡ଼ା ହୋଇଥିଲା ଓ ନିଜ ବ୍ୟାଗ ଖୋଲି ବନ୍ଧୁକ ବାହାର କରିଥିଲା। କେହି କିଛି ବୁଝିବା ଆଗରୁ ସେ ପଏଣ୍ଟ ବ୍ଲାଙ୍କରୁ କୌରଙ୍କ ଉପରକୁ ଗୁଳି ଚଳାଇଥିଲା। କୌର ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ସହପାଠୀମାନେ ତାଙ୍କ ପାଖକୁ ଦୌଡ଼ି ଆସୁଥିବା ବେଳେ ପ୍ରିନ୍ସ ରାଜ ସମାନ ବନ୍ଧୁକରୁ ଆଉ ଗୋଟିଏ ଗୁଳି ନିଜ ଉପରକୁ ଚଳାଇଥିଲେ। ସେ ମଧ୍ୟ ସେଠାରେ ପଡ଼ି ଯାଇଥିଲା।

ଏହା ଦେଖି ଅନ୍ୟ ଶିକ୍ଷାର୍ଥୀମାନେ ଭୟରେ ଚିତ୍କାର କରିବା ସହ ବାହାରକୁ ଦୌଡ଼ାଦୌଡ଼ି ହୋଇ ଚାଲି ଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସ୍କୁଲ କର୍ତ୍ତୃପକ୍ଷ ଓ ପୁଲିସ୍‌ ପକ୍ଷରୁ କୌର ଓ ପ୍ରିନ୍ସ ରାଜକୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ କୌରଙ୍କୁ ମୃତ ଘୋଷଣା କରାଯାଇଛି। ଏବେ ବି ପ୍ରିନ୍ସ ରାଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। 

ପୁଲିସ୍‌ ଅଧିକାରୀଙ୍କ କହିବା କଥା ଯେ କ୍ଲାସ ଆରମ୍ଭ ହେବାର କିଛି ମିନିଟ ପୂର୍ବରୁ ହିଁ ପୂରା ଘଟଣା ଘଟିଥିଲା। କିନ୍ତୁ ଏହାର ପ୍ରକୃତ କାରଣ ଏଯାଏ ଜଣାପଡ଼ିନି। ସେହିପରି କଲେଜ ପରିସରକୁ କେମିତି ପ୍ରିନ୍ସ ରାଜ ବନ୍ଧୁକ ନେଇ ଆସିଲା, ତା’ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe