Advertisment

ଆଇଟିଆଇ କଲେଜ ହଷ୍ଟେଲରେ ଭୟଙ୍କର ରାଗିଂ: ଛାତ୍ରଙ୍କୁ ଉଲଗ୍ନ କରି ଗୁପ୍ତାଙ୍ଗକୁ ପିଟିଲେ

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ କିଛି ଛାତ୍ର ପୀଡ଼ିତଙ୍କ ପୋଷାକକୁ ବଳପୂର୍ବକ ଖୋଲିବା ସହ ତାଙ୍କ କଟାକ୍ଷ କରୁଛନ୍ତି। ଏହାପରେ ତାଙ୍କ ଗୁପ୍ତାଙ୍ଗକୁ ଗୋଟିଏ ସ୍ଲିପରରେ ମାଡ଼ ମାରୁଛନ୍ତି।

raging

representational image

Advertisment

ଦେଶର ସବୁ ଶିକ୍ଷାନୁଷ୍ଠାନ ରାଗିଂ ମୁକ୍ତ। ଶିକ୍ଷାନୁଷ୍ଠାନରେ ରାଗିଂକୁ ଅପରାଧକ ଭାବେ ବିବେଚନା କରାଯାଉଛି। ତଥାପି ସିନୟର ଶିକ୍ଷାର୍ଥୀମାନେ ଜୁନିୟରଙ୍କୁ ଅନେକ ସମୟରେ କଲେଜ ପରିସରରେ ଥିବା ହଷ୍ଟେଲରେ ରାଗିଂ କରିବାକୁ ପଛାଉ ନାହାନ୍ତି।

Advertisment

ଏହାର ଜ୍ୱଳନ୍ତ ଉଦାହରଣ ମଦୁରାଇର ଥିରୁମଙ୍ଗଲମ ସ୍ଥିତ ଆଇଟିଆଇ କଲେଜ ହଷ୍ଟେଲରୁ ଆସିଛି। ଏଠାରେ ଜଣେ ଛାତ୍ରଙ୍କୁ ତାଙ୍କର କିଛି ସିନିୟର ଭୟଙ୍କର ଢଙ୍ଗରେ ରାଗିଂ କରିଛନ୍ତି। ସେମାନେ ତାଙ୍କୁ ଉଲଗ୍ନ କରିବା ସହ ଗୁପ୍ତାଙ୍ଗକୁ ମାଡ଼ ମାରି ନିର୍ଯାତନା ଦେଇଛନ୍ତି। 

ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ କିଛି ଛାତ୍ର ପୀଡ଼ିତଙ୍କ ପୋଷାକକୁ ବଳପୂର୍ବକ ଖୋଲିବା ସହ ତାଙ୍କ କଟାକ୍ଷ କରୁଛନ୍ତି। ଏହାପରେ ତାଙ୍କ ଗୁପ୍ତାଙ୍ଗକୁ ଗୋଟିଏ ସ୍ଲିପରରେ ମାଡ଼ ମାରୁଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। କଲେଜ ହଷ୍ଟେଲର ଶୃଙ୍ଖଳା ଓ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଛି।

Advertisment

ରାଗିଂ ସମ୍ପର୍କରେ ପ୍ରଥମେ ପୀଡ଼ିତଙ୍କ ବାପା ମା’ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ରାଗିଂରେ ସାମିଲ ଥିବା ୩ ଜଣ ଛାତ୍ରଙ୍କ ନାଁରେ ମାମଲା କରିଛି। ସେହିପରି ହଷ୍ଟେଲ ୱାର୍ଡେନଙ୍କୁ ନିଲମ୍ବିତ କରି ଆଭ୍ୟନ୍ତରୀଣ ତଦନ୍ତ କଲେଜ ପକ୍ଷରୁ ଆରମ୍ଭ କରାଯାଇଛି।

College Ragging Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe