Advertisment

ଜନସଂଖ୍ୟା ବୃଦ୍ଧି ହାରଠାରୁ ଅଧିକ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ହାର

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥା ଏନ୍‌ସିଆର୍‌ବିର ରିପୋର୍ଟରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Sucide

Sucide

Advertisment

ଦେଶରେ ଦିନକୁ ଦିନ ବଢ଼ୁଛି ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ହାର। ଯାହା ବେଶ୍‌ ଚିନ୍ତାଜନକ। ଜନ ସଂଖ୍ୟା ବୃଦ୍ଧି ହାର ଓ ଚାଷୀ ଏବଂ ଅନ୍ୟ ଆତ୍ମହତ୍ୟା ହାର ଠାରୁ ମଧ୍ୟ ଛାତ୍ରଛାତ୍ରୀଙ୍କ ବାର୍ଷିକ ଆତ୍ମହତ୍ୟା ହାର ବଢ଼ିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥା ଏନ୍‌ସିଆର୍‌ବିର ରିପୋର୍ଟରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି।

Advertisment

ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ଦେଶରେ ବାର୍ଷିକ ଆତ୍ମହତ୍ୟା ମାମଲା ୨ ପ୍ରତିଶତ ବଢ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୪ ପ୍ରତିଶତ ବୃଦ୍ଧି ପାଇଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ଆତ୍ମହତ୍ୟା କରୁଛନ୍ତି। ୨୦୨୨ରେ ମୋଟ ଆତ୍ମହତ୍ୟା ମାମଲା ମଧ୍ୟରେ ୫୩ ପ୍ରତିଶତ ଛାତ୍ର ଥିଲେ। ତେବେ ୨୦୨୧-୨୦୨୨ ମଧ୍ୟରେ ଛାତ୍ରଙ୍କ ଆତ୍ମହତ୍ୟା ମାମଲା ୬% କମିଥିବା ବେଳେ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୭% ବଢ଼ିଛି। ଯାହା ବେଶ୍‌ ଉଦ୍‌ବେଗଜନକ।

ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ଘଟଣା ଉଭୟ ଜନସଂଖ୍ୟା ବୃଦ୍ଧି ହାର ଏବଂ ସାମଗ୍ର ଆତ୍ମହତ୍ୟା ହାରକୁ ଅତିକ୍ରମ କରୁଛି। ଗତ ଦଶନ୍ଧିରେ, ୦-୨୪ ବର୍ଷ ବୟସର ଜନସଂଖ୍ୟା ୫୮.୨ କୋଟିରୁ ୫୮.୧ କୋଟିକୁ ହ୍ରାସ ପାଇଥିବାବେଳେ ଛାତ୍ରଛାତ୍ରୀ ଆତ୍ମହତ୍ୟା ସଂଖ୍ୟା ୬,୬୫୪ ରୁ ୧୩,୦୪୪କୁ ବୃଦ୍ଧି ପାଇଛି।

Advertisment

ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ର, ତାମିଲନାଡୁ ଓ ମଧ୍ୟପ୍ରେଦଶରେ ସବୁଠୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣା ଘଟିଛି। ଏହି ତିନି ରାଜ୍ୟରେ ଶିକ୍ଷାର୍ଥୀ ଆତ୍ମହତ୍ୟା ମାମଲା ସର୍ବାଧିକ ରହିଛି। ଯାହା ଜାତୀୟସ୍ତରରେ ଏକ ତୃତୀୟାଂଶ। ସେହିପରି ଦକ୍ଷିଣ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଏହି ହାର ୨୯% ରହିଛି। କୋଚିଂ ଶିକ୍ଷା ଓ ଆତ୍ମହତ୍ୟା ମାମଲା ପାଇଁ ଜଣାଶୁଣା ରାଜସ୍ଥାନର କୋଟା ଏହି ତାଲିକାର ୧୦ମ ସ୍ଥାନରେ ରହିଛି।

ତେବେ ଦେଶରେ କାହିଁକି ଲଗାତର ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରୁଛନ୍ତି? ଏହା ଏବେ ଶିକ୍ଷାବିତ ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇ ଦେଇଛି। ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ନକରିବା ପାଇଁ ଏବଂ ପରୀକ୍ଷା ପ୍ରତି ସେମନାଙ୍କ ଥିବା ଭୟ ଦୂର କରିବା ଜରୁରୀ ବୋଲି ମତପ୍ରକାଶ ପାଇଛି।

Student Suicide Ncrb Data
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe